Kemiti dekhibi papara aakhire

କେମିତି ଦେଖିବି ପାପର ଆଖିରେ
ପୁଣ୍ୟ ତୁମରି କୟା (୨ଥର)
ଭୁଲିବି କିପରି ପାପର ଦେହରେ
ଜଗତର ମୋହ ମାୟା (ଘୋଷା)

ପୁଣ୍ୟ ତୁମରି କ୍ଷମା ନଦି ଧାରେ
ଆସିଛି ମୁଁ କ୍ଷମା ମୟ (୨ଥର)
ପାପ ଚିହ୍ନ ଧୋଇ ଦିଅ ବୋଲିକରି
ଅଶ୍ରୁ ମୋ ଅନୁନୟ
ନୂତନ ସୃଷ୍ଟି କରହେ ଲିଭାଇ
କଳଙ୍କର ସ୍ମୁତି ଛାୟା (୧)

ପୁଣ୍ୟ ସ୍ରୋତର ବିନ୍ଦୁ ସାଜି ମୁଁ
ହଜିଯିବି ତୁମ ଠାରେ (୨ଥର)
ଭକ୍ତିରେ ମୋର ରଚିବି ସିନ୍ଧୁ
ତୁମଲାଗି ହୃଦୟରେ
ସେ ସିନ୍ଧୁ ଜୁଆର ସଙ୍ଗୀତ ହେବ
ମୁକ୍ତି ମୋ ତୁମ ଦୟା (୨)

ସୂଚୀମାଳାକୁ ଫେରନ୍ତୁ

Click the link below to listen full song and know the tune

Leave a comment

Your email address will not be published. Required fields are marked *