ahe mo dayasagara dhara

ଆହେ ମୋ ଦୟାସାଗର ଧର ଦୟାରେ ହାତ ମୋହର
ଦୟା ତୁମ ପାରିବାର ଆଶାବାଡ଼ି ଦୁର୍ବଳର
ଧର ଦୟାରେ ହାତ ମୋହର … (ଘୋଷା)

କାନ୍ଦି କାନ୍ଦି ବକ୍ଷ ଯାଏ ଭିଜି
ପ୍ରତିଦିନର ମୋ ପାପ ହେଜି ପ୍ରତି ରାତ୍ରିର ମୋ ଦୋଷ ହେଜି
ପହଞ୍ଚିବ ସ୍ଵର୍ଗ ତୁମର ମୋର ପ୍ରାର୍ଥନା ଅନୁତାପର … |୧|

ଆସିଛି ନେଇ ମୋ ଅନ୍ତର
ଭାଙ୍ଗିବାକୁ ଚରଣେ ତୁମର ଧୋଇବାକୁ ଚରଣେ ତୁମର
ଅନୁତାପର ଲୁହକୁ ନେଇ କେଶେ ପୋଛିବି ପାଦ ତୁମର … |୨|

ବଳ ତୁମେ ହିଁ ଦୁର୍ବଳର
ନାଥ ତୁମେ… ଅନାଥର, ଆଶ୍ରୟ… ନିରାଶ୍ରୟର
ଦୃଜ ଗଢ଼ ହେ ଯୀଶୁ ମୋହର ନାହିଁ ତ୍ରାଣ ବିନା ତୁମର … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “ahe mo dayasagara dhara”