ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର
ଯାହା ଦେଖି ଯାହା କର ସବୁ ଅସାର …(ଘୋଷା)
ପିତାମାତା ବନ୍ଧୁ ଭ୍ରାତା
କେ ନୁହନ୍ତି ମୁକ୍ତିକର୍ତ୍ତା
ଖ୍ରୀଷ୍ଟ ଏକା ହଭା କତ୍ତା ଏ ଜଗତର …|୧|
ଧନମାନ ଏ ସମ୍ପତ୍ତି କେ ନୁହନ୍ତି ଆତ୍ମା ଗତି
ନ ଯିବେ ମରଣ କାଳେ ସଙ୍ଗେ କାହାର … |୨|
ଯାହା କର ଏ ସଂସାରେ ଲେଖା ହୁଏ ସ୍ଵର୍ଗପୁରେ
କରିବେ ଈଶ୍ୱର ଦିନେ ସବୁ ବିଚାର … |୩|
ଧାର୍ମିକ ଲୋକଙ୍କୁ ନେବେ ସ୍ଵର୍ଗପୁରେ ବାସ ଦେବେ
ପାପୀ ଲୋକଙ୍କୁ ରଖିବେ ନରକେ ଘୋର … |୪|
ସ୍ଵର୍ଗ ସୁଖ ନର୍କ ଦୁଃଖ ଭୋଗିବାକୁ ଅଛି ଦେଖ
ନ ହୁଅ ସଂସାରେ ରତ ଏ ଯେ ଅସାର … |୫|
ଏଣୁ ଖ୍ରୀଷ୍ଟ ଆଶ୍ରା ନେଇ ଚଳ ଏ ସଂସାରେ ଭାଇ
ଭୋଗିବ ସରଗ ସୁଖ ହେଲେ ବିଚାର … |୬|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.