asa ahe asa

ଆସ ..ଆହେ ଆସ,
ଈଶ୍ଵରଙ୍କ ସ୍ତୁତି କରିବା
ସେ ଯେ ଆମ ପରିତ୍ରାଣ ଶୈଳ ସ୍ବରୂପ
ତାହାଙ୍କ ଉଦ୍ଦେଶେ ଜୟଧ୍ବନି କରିବା
ଧନ୍ୟବାଦ ସହକାରେ ତାଙ୍କ ପାଶେ ଚାଲ
ସଙ୍ଗୀତ ଗାଇ ତାଙ୍କ ଜୟଗାନ କରିବା … (ଘୋଷା)

ସଦାପ୍ରଭୁ ପରମେଶ୍ବର ଅଟନ୍ତି ମହାନ
ସର୍ବ ଦେବତାଙ୍କ ଉଦ୍ଧରେ ମହାନ ରାଜନ
ଉଚ୍ଚ ପରବତ କିବା ସୁଗଭୀର ସ୍ଥାନ
ସବୁ ତ ଅଟଇ ତାଙ୍କ ହସ୍ତାଧୀନ … |୧|

ଆମେ ତାଙ୍କ ଚରାଭୂମି ଲୋକ, ସେ ଆମ ପାଳକ
ତାହାଙ୍କ ହସ୍ତରେ ସୁରକ୍ଷିତ ମେଷ ସଦୃଶ
ନିତ ମସ୍ତକେ ଆସ ପ୍ରଣାମ କରିବା
ସେ ଆମ ଈଶ୍ବର, ତାହାଙ୍କୁ ପୂଜିବା … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *