kandhe aji mo antara

କାନ୍ଦେ ଆଜି ମୋ ଅନ୍ତର
କଥା ଭାବି ସେ କ୍ରୁଶର (୨ଥର)
ଆହା କି ଯନ୍ତ୍ରଣା ଆହା କି ବେଦନା (୨ଥର)
ସହିଲ ହେ ପ୍ରଭୁ ମୋର (୨ଥର)…..| ୦|

କୋରଡ଼ା ପ୍ରହାରେ ପ୍ରଭୁ
ହେଲ ତୁମେ ପ୍ରହାରିତ
ସର୍ବାଙ୍ଗ ଶରୀର ତୁମ
ହେଲା ରକତେ ରଞ୍ଜିତ (୨ଥର)
ଦାରୁଣ କଷଣ ନିନ୍ଦା ଅପମାନ (୨ଥର)
ସହିଲ ହେ ଯୀଶୁ ମୋର (୨ଥର)……..|୧|

ବହି ନେଲ ନିଜ କାନ୍ଧେ
ଜଗତର ପାପ ଭାର
ଝରାଇଲ କେତେ ପ୍ରଭୁ
ତପୋତ ରୁଧିର ଧାର (୨ଥର)
ମାନବ କାରଣ ଦେଇ ନିଜ ପ୍ରାଣ (୨ଥର)
ସାଧିଲ ପ୍ରେମ ତୁମର (୨ଥର) …. |୨|

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “kandhe aji mo antara”