pabitra iswara sadaprabhu moro

ପବିତ୍ର ଈଶ୍ବର ସଦାପ୍ରଭୁ ମୋର ( ୨ ଥର)
ତୁମେ ପଥ, ତୁମେ ସତ୍ୟ, ତୁମେ ଜୀବନର ନିର୍ଟର
ତୁମେ ଆଦି, ତୁମେ ଅନ୍ତ, ତୁମେ ଦୟାର ସାଗର ( ୨ ଥର)
ପୂଜା ସ୍ତୁତି ଆରାଧନା ସଦା ତୁମ୍ଭର ପବିତ୍ର ଈଶ୍ବର ସଦାପ୍ରଭୁ ମୋର (ଘୋଷା)

ମଙ୍ଗଳ ଦାନ ତୁମର, ଭରି ଦେଇଛି ପ୍ରଚୁର
ଭୂଲିବନି ଜୀବନେ ମୋର ଆହେ ଆରାଧ୍ୟ ଈଶ୍ଵର ( ୨ ଥର)
ନାନା ରୋଗ ସଙ୍କଟରେ କରିଲ ମୋତେ ଉଦ୍ଧାର
କ୍ଷମା କରି ପାପ ଦୋଷ ତ୍ରାଣ କଲ ମୋ ପ୍ରାଣର ( ୨ ଥର)
ତୁମ ନାମ ଜପୁ ଥିବି ପ୍ରଭୁ ମୋହର ପବିତ୍ର ଈଶ୍ବର ସଦାପ୍ରଭୁ ମୋର ||୧||

ପ୍ରେମ ତୁମ ଯେ ଅପାର ସାଗରଠୁ ବି ଗଭୀର
ବିଶ୍ବାସ ଭରସା କେବଳ ତୁମେ ହିଁ ମୋର ପ୍ରାଣର ( ୨ ଥର)
ସ୍ନେହଶୀଳ କୃପାମୟ ପ୍ରଭୁ ତୁମେ କ୍ରୋଧେ ଧୂର
ମୋ ପାଳକ ମୋ ରକ୍ଷକ ଆହେ ଶାନ୍ତିର ଆକର ( ୨ ଥର)
ତୁମ ବିନା ପ୍ରଭୁ କେହି ନାହିଁ ମୋହର ପବିତ୍ର ଈଶ୍ଵର ସଦାପ୍ରଭୁ ମୋର ||୨||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *