buhayee deyicha priya moro

ବୁହାଇ ଦେଇଛି ପ୍ରିୟ ମୋର
କାଲବରୀରେ ତୁମ ରକତ
କ୍ଷମା ମୁଁ ପାଇଛି ଅବିରତ
ପାପ ଯା କରିଛି ଅଗଣିତ (ଘୋଷା)

ଦେଇଛି ପ୍ରତିଜ୍ଞା ମୁଁ ତୁମକୁ ଯୀଶୁ ବାର ବାର
କରିବିନି ପ୍ରଭୁ ଏ ଜୀବନେ ପାପ ଆଉ ଏ ଥର
ଠକିଲା ପୁନଃ ଏ ଜଗତ
ଯାଠାରେ ରହିଛି ପାପ ଅସତ
ହାୟ ମୁଁ ପଡ଼ିଯାଏ ଶତ ଶତ || ୧ ||

କ୍ଷମା ଦିଅ ନାହିଁ ଏ ଜୀବନେ ପ୍ରଭୁ ଗୋ ଏ ଥର
ଶାସନ ବାଡ଼ିରେ କର ମୋତେ ପ୍ରେମର ପ୍ରହାର
ଧରି ଚାଲିବି ତୁମର ହାତ
ହୋଇ ତୁମଠାରେ ସମର୍ପିତ
ହାୟ ଏ ଇଚ୍ଛା ମୋର ସତତ || ୨ ||

ରହିଛି ଅନାଇ ଯୀଶୁ ମୋର ତୁମ ଆସିବାର
ନେବ ସାଥେ ସାଥେ ପ୍ରଭୁ ମୋତେ
ସେହି ଅଭୁଲା ନଗର
ନ ଥିବ ପାପ ତହିଁ ଉପସ୍ଥିତ
ଦେଖୁଥିବି ତୁମ ମୁଖ ନିରତ
ପ୍ରଭୁ ଗାଉଥିବି ନୂତନ ସଂଙ୍ଗୀତ || ୩ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *