he saraga chanda jishu ହେ ସରଗ ଚାନ୍ଦ ଯୀଶୁ

ହେ ସରଗ ଚାନ୍ଦ ଯୀଶୁ ଆସିଦେଇ ଯାଅ ସୁଧାଂଶୁ
ଅନାଇ ବସିଛୁ ମିଳି ପାଇବୁ ବୋଲି ଉର୍ଦ୍ଧ ଆକାଶୁ … (ଘୋଷା)

ଆଗମନେ କରାଅ ସରସ ପ୍ରତିପ୍ରାଣେ ପରସି ପିୟୁଷ
ତୁମରି ବିହୁନେ ସକଳେ ଅସୁନ୍ଦର ଦିଶଇ ଆସ୍ୟ
ଆସି ବସ ପ୍ରତି ବିଶ୍ଵର
ତବ କରୁଣା ରୂପ ହସୁ … ଅନାଇ .. |୧|

ପୁଅ ଝିଅ ବିଭିନ୍ନ ସ୍ଥାନରୁ ଆସି ଅଛନ୍ତି ଆହେ ଶିକ୍ଷା ଗୁରୁ
ଭାଷଣ ଶୁଣାଇ ମନରୁ ଦୂରକର ସନ୍ଧେହ – ଭୀରୁ
କରି ଜ୍ଞାନଯୁକ୍ତ କରନ୍ତୁ ମୁକ୍ତ
ସକଳ ପାପ ତ୍ରାଷୁ …. ଅନାଇ … |୨|

ଜାଇ ଧ୍ୟାୟି କରୁଛୁ ଗୁହାର, ଦେଇ କି – ଧନ ପ୍ରୀତି ଉପହାର
ତୋଷିବ ଜୀବନ ଅଯୋଗ୍ୟ ଦୀନହୀନ ବାନ୍ଧବ ତୋର
ଦେଇ ପ୍ରେମରୁଣ କରିବ ଧନ୍ୟ
ମଧ୍ୟସ୍ଥ ହେବେ ଯୀଶୁ … ଅନାଇ … |୩|

ଦାୟାଗୁଣେ ନ ହେଜି ଅଭାବ ଦାଇତ୍ୱ ନେଇ ପୁତ ମନଭାବ
ଦେଖାଇ ପୁରାଣ କରିବ ଶାୟତାନ ଲଜ୍ଜିତ ହେବ
ପ୍ରେମଛଳେ ହେଇ ବନ୍ଧନ
ପ୍ରତି ମନରେ ମନ ମିଶୁ … ଅନାଇ … |୪|

ସୂଚୀମାଳାକୁ ଫେରନ୍ତୁ

ଗୀତ ରଚନା : ଭିକାରି ବୀର ଓ ଦଣ୍ଡାସି ପାଇକ
ଗାୟକ ବୃନ୍ଦ : ଆଶାପୂର୍ଣ୍ଣ ବୀର ଓ ଯୀହୋଶିୟ ପାଳ

ଗଂଜାମ (ଗଜପତି) ମାଳ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ
ଅଷ୍ଟ-ଚତ୍ୱାରିଂଶ ବାର୍ଷିକ ଅଧିବେଶନ
ସ୍ଥାନ : ଛେଳିଗଡ଼ ମଣ୍ଡଳୀ

ତାରିଖ : ୧୯୭୦ ମାର୍ଚ୍ଚ ୧୫ ଠାରୁ ୧୮ ପର୍ଯ୍ୟନ୍ତ

Leave a comment

Your email address will not be published. Required fields are marked *

2 thoughts on “he saraga chanda jishu ହେ ସରଗ ଚାନ୍ଦ ଯୀଶୁ”