ଅନାଦି ଅନନ୍ତ ହେ ପରମେଶ୍ବର
ତୁମେ ମୋର ଦୁର୍ଗ ଆଶ୍ରୟ ମୋହର

ଦୁର୍ଦନ କି ବାତ୍ୟା ଘନ ଅନ୍ଧକାରେ
ଶରଣ ନିଏ ମୁଁ ତାଙ୍କ ପକ୍ଷ ତଳେ
ପଥ ପ୍ରାନ୍ତେ କଣ୍ଟା ପ୍ରସ୍ତର ଯେତେ
ନ ବାଯିବ ପାଦେ ଯାତ୍ରାର ପଥେ
ରକ୍ଷା କରୁଥିବେ ଦୁତ ସଦାପ୍ରଭୁଙ୍କର

ବ୍ୟାଧର ଫାନ୍ଦରୁ ମହାମାରୀଠାରୁ
ରକ୍ଷା କରି ମୋତେ ନେବେ ନିଜ ପଥେ
ସିଂହ କାଳ ସର୍ପ କରେ ପଦଚାରି
ମହା ସଙ୍କଟରୁ ଯିବି ମୁଁ ଉଦ୍ଦାରି
ପ୍ରଭୁଙ୍କର ନାମ ନେଇ ଅଧରେ ମୋହର

ଅନ୍ଧକାର ଆଉ ବିପଦ ସଂହାର
ପତ଼ୁ ବିଶ୍ବାସୀକୁ ନାହିଁ କେବେ ଡ଼ର
କାହିଁରେ ସହସ୍ର ମୃତ୍ୟୁ ଲଭିଲେ
ତୁମକୁ ଛୁଇଁବ ନାହିଁ ସେ ପାରେ
ଦୀର୍ଘାୟୁ ଦେଇ ସେ ଦେବେ ପ୍ରାର୍ଥନା ଉତ୍ତର

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *