ଅନିତ୍ୟ ଏହି ଜୀବନ ଅନିତ୍ୟ ଏହି ସଂସାର
ଯୀଶୁ ହିଁ କେବଳ ଚିରନ୍ତନ ଇଶ୍ବର (୨ଥର)
ଅନିତ୍ୟ ଏହି ଜୀବନ

ଗର୍ବଦମ୍ଭ ଅଭିମାନ, ରହିବନି ଚିରଦିନ, ରହିବନି ଚିରଦିନ
ଧନ, ଯନ, ସନମାନ, ଅଟଇ ଅଳପ କ୍ଷଣ, ଅଟଇ ଅଳପ କ୍ଷଣ
ଅନିତ୍ୟ ଏହି ଜୀବନ…

ଯୀଶୁ ନାମେ ଦେଇ ମନ କର ହେ ଉତ୍ତମ କର୍ମ
ଲଭିବ ଅନନ୍ତ ଜୀବନ
ଶେଷ ଦିନେ ତୁମକୁ ଯେ କରିବେ ସେ ମୁଦ୍ରାଙ୍କନ
ହୋଇବ ସିୟୋନ ସନ୍ତାନ
ଅନିତ୍ୟ ଏହି ଜୀବନ…

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *