ନାଗ ଚୁମ୍ବନ

ବ୍ରହ୍ମପୁର ର ଏମକେସିଜି ମେଡିକାଲ l ସବୁବେଳେ ରୋଗୀ ଆଉ ଲୋକଙ୍କ ଭିଡ଼ ଏଠି l ସେଦିନ ପୋଷ୍ଟମର୍ଟମ ରୁମ ସାମନାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l ଘଟଣା କଣ ଜାଣିବା ପାଇଁ ଆମେ ପହଞ୍ଚିଲୁ l ଦେଖିଲୁ ଅନେକ ଲୋକ ମୁହଁରେ ବିଭିନ୍ନ ରଙ୍ଗ ବୋଳି ସେଠି ଅଛନ୍ତି l ବୋଧେ ସେମାନେ ଯାତ୍ରା କଳାକାର l ଘଟଣା ସଂପର୍କରେ ଟିକେ ପଚାରିଲୁ l ଶୁଣିଲୁ ମୃତ ବ୍ୟକ୍ତି ଗୋଟାଏ ନାଗ ସାପ କୁ ବହୁ ଯତ୍ନ ରେ ପାଳନ କରିଥିଲେ l ବହୁ ସ୍ନେହ ମଧ୍ୟ କରୁଥିଲେ l ଯୁଆଡେ ଯାଉଥିଲେ ତାକୁ ନେଇଯାଉଥିଲେ l ସେଦିନ ମନ କଣ ହେଲା କେଜାଣି ସାପ ଟିକୁ ଧରି ଷ୍ଟେଜରେ ନାଚୁଥିଲେ l ନାଚୁ ଥବା ବେଳେ ସାପ ଟିକୁ ଆଉଁସି ଦେଉଥିଲେ ଆଉ ଗେଲ ମଧ୍ୟ କରିଦେଉଥିଲେ l ନାଗ ମଧ୍ୟ ମାଲିକ କୁ ଚୁମ୍ବନ ଦେବାକୁ ଲାଗୁଥିଲା l କିଛି ଭାବିବା ପୂର୍ବରୁ ଲୋକଟି ଅଚେତ ହୋଇଗଲା l ବିଷ ତା ଦେହରେ ଚରିଗଲା l ବୁହା ହେଲା ମେଡିକାଲ କୁ l ସେ ପରା ନାଗ l ପ୍ରକୃତି ତାର ଖଳ l ସେ କଣ ମମତା ଆଉ ସ୍ନେହ ବୁଝି ପାରିବ l ତା ପ୍ରେମ ରେ ଥାଏ କେବଳ ଅସରନ୍ତି ବିଷ ଆଉ ବିଷ l

କଣ ଆଜ୍ଞା ଚୁମ୍ବନ କଥା ଦେହକୁ ନେଇଗଲେ କି ? ମଣିଷ ପରା ଭାବ ଆଉ ପ୍ରେମରେ ଗଢା l ବିନା ପ୍ରେମ ରେ ମଣିଷ ବଞ୍ଚି ପାରିବ ନା ପାରିଲାଣି l ମଣିଷ ତାର ସବୁ କଥା ଭାଷା ରେ ପ୍ରକାଶ କରି ପାରେନା l ତାର କିଛି ଭାବ ଚୁମ୍ବନ ଦ୍ଵାରା ପ୍ରକାଶ କରିଦିଏ l ସବୁ ଚୁମ୍ବନ କଣ ଖାଲି ପ୍ରୀତି ଆଉ ପ୍ରଣୟ ପାଇଁ ବ୍ୟବହାର ହୁଏ ! ନାହିଁ ମ l ମାଆ ଟି ସଦ୍ୟଜାତ ପିଲା ଟି କୁ ବାରମ୍ବାର ଚୁମ୍ବନ ଦେଉଛି l ଅଜା ତାର ନାତି କୁ କପାଳରେ ଚୁମ୍ବନ ଦେଉଛି l ତାହା ତ ବାତ୍ସଲ୍ୟ ପ୍ରେମର ଚୁମ୍ବନ l ତେବେ ଚୁମ୍ବନ ସ୍ନେହ, ଶ୍ରଦ୍ଧା,ସମ୍ପର୍କ କୁ ପ୍ରକାଶ କରିବାର ଏକ ମାଧ୍ୟମ l ପlଶ୍ଚ୍ୟତ ଦେଶରେ ଚୁମ୍ବନ ଦେବା ଏକ ଟ୍ରେଣ୍ଡ ହୋଇଗଲାଣି l

ଖାଲି କଣ ଯାକୁବ ହିଁ ରାହେଲ କୁ ଚୁମ୍ବନ କରିବ l ମାମୁଁ କଣ ଭଣଜା କୁ ଚୁମ୍ବନ ଦେଇପାରିବ ନି l ପ୍ରଥମ ଥର ଭଣଜା ଯାକୁବ ଦେଖି କେମିତି ରହି ପାରନ୍ତା ମାମୁଁ ଲାବନ l ଶୁଣିଲା ଭଣଜା ଆସିଛି l ଦୌଡ଼ି ଗଲା ତା ପାଖକୁ l କୁଣ୍ଡେଇ ପକାଇଲା l ଚୁମ୍ବନ ଟିଏ ଦେଲା ( ଆଦି 29:13) l ପୁଅ, ବାପା କୁ ଚୁମ୍ବନ ଦେବା l ଜୁଆଇଁ, ଶ୍ୱଶୁର କୁ ଚୁମ୍ବନ ଦେବା l ବୋହୁ ଶାଶୁ କୁ ଚୁମ୍ବନ ଦେବା କଥା ତ ବାଇବଲ ରେ ଅଛି l ଓହୋ, ବୁଝି ପାରୁନ କି l ତାହା ଇସ୍ରାଏଲ ଦେଶର କଥା l ଭାରତରେ କଣ ଚଳିବ ଏହି ପରମ୍ପରା l ସବୁ ଓଲଟାଇ ଦେବ ନା କଣ l ଶିଷ୍ଟାଚାର ବୋଲି କିଛି ଅଛି ନା ନାହିଁ ଆମ ପରିବାରରେ l ବୋହୁ ତ ଟିକେ ଅନେଇ ଯାଉ ନାହିଁ ଶାଶୁ କୁ l ମାର ମାର l ଧର ଧର କରୁଛି l ଶାଶୁକୁ ବିଷ ରେ ଭରା ନାଗୁଣୀ ଟିଏ ବୋଲି ଭାବୁଛି l ତାକୁ ପୁଣି ପ୍ରେମ ଭରା ଚୁମ୍ବନ ଟିଏ ଦେବ l ସମ୍ଭବ ନାହିଁ l ଆଉ ଅନ୍ୟ କଥା କୁହ ଏକଥା ହେବନି l

ଚୁମ୍ବନ ଦେବା ବେଳେ ଟିକେ କାଳ ପାତ୍ର ଦେଖୁଥିବେ ସୁଜନେ l ନ ହେଲେ ବଡ଼ ଅଡୁଆ l କଥା ସରିଯିବ l ଅଜଣା ଅପରିଚିତ କୁ ପ୍ରେମ ଜାହିର କରି ଚୁମ୍ବନ ଦେଲେ ବିପଦ ମାଡି ଆସିବ l ପରିସ୍ଥିତି ଜଟିଳ ହୋଇଯିବ l ଅନେକ ଏଭଳି ଚୁମ୍ବନ ଦେଇ ମାମୁଁ ଘରେ ଚଖା ଛାଖୁଛନ୍ତି l ଟିକିଏ ମଜା ପାଇ ଜୀବନସାରା ମଜା ନେଉଛନ୍ତି ସେଠି l ମଜା ଟିକେ ପାଇ ଜୀବନଟା ଖଟା ନ ହେଉ l
ସବୁ ଚୁମ୍ବନ ରେ କଣ ପବିତ୍ରତା ଥାଏ l ନା ଥାଏ ସ୍ନେହ ର ଭାବ l ଇଷ୍କlରିୟତ ଯିହୁଦା ଯୀଶୁଙ୍କ ଶିଷ୍ୟ ଭାବେ ଗଣାଯାନ୍ତି l ଯୀଶୁଙ୍କ ସହ ରହି ସେବା କଲାବେଳେ ଗୁରୁ ପ୍ରତି ନିଶ୍ଚୟ ଭକ୍ତି ଭାବ ଜନ୍ମି ଥିବ l ପ୍ରେମ ବି ଜନ୍ମି ଥିବ l କିନ୍ତୁ କେବେ ଚୁମ୍ବନ ଟି ଏ ଦେଇ ପାରିଲେ ନି l କି ମୁଣ୍ଡିଆ ଟିଏ ମାରି ପାରିଲେନି l ଟଙ୍କା ମୁଣି ପାଉ ପାଉ ପଳାଇଆସିଲେ ଚୁମ୍ବନ ଦେବା ପାଇଁ l ଶତ୍ରୁ ହସ୍ତରେ ଧରେଇ ଦେବାପାଇଁ l ସମ୍ପର୍କ ଆଗରେ ଟଙ୍କା ବଡ଼ ତୁମ ପାଇଁ l ଭାବୁଛ କଣ ଟଙ୍କା ସବୁ କରିଦେବ l ଟଙ୍କା ଥିବ ଯଦି ସମ୍ପର୍କ ନ ଥିବ l ଦୁଃଖ ବେଳେ କିଏ ଠିଆ ହେବେ l ଉପଯୁକ୍ତ ପଥ କିଏ ବତେଇବେ l ଏକା ଏକା ଚଳି ପାରିବ କେତେଦିନ l ସମ୍ପର୍କ କୁ ଗୋଡ଼ରେ ଆଡେଇ ଦେଉଛ ଆଜି l ସମ୍ପର୍କର ମୂଲ୍ୟ ବୁଝି ପାରୁନ l ଦିନେ ତାହା ବୁଝି ପାରିବ l ଦିନ ଆସିବ ଗୁରୁ ନ ଥିବେ l ସାଙ୍ଗ ନ ଥିବେ l ସମସ୍ତେ ଛି ଛି କହିବେ ତୁମକୁ l କାହା ପାଖକୁ ଯିବ l କିଏ ନ ଥିବେ ତୁମକୁ ଆଶ୍ୱାସନା ଦେବା ପାଇ l ତା ପରେ ମୃତ୍ୟୁ ସୁନିଶ୍ଚିତ l ଦେଖୁ ଦେଖୁ ଲୋକଙ୍କ ଆଗରେ ଯୀଶୁଙ୍କୁ ଚୁମ୍ବନ ଟି ଏ ଦେଇଦେଲା ଇଷ୍କlରିୟତ ଯିହୁଦା l ଏ ଚୁମ୍ବନ ରେ ଥିଲା ନା ଗୁରୁ ପ୍ରତି ସ୍ନେହ ଆଉ ଶ୍ରଦ୍ଧା l ନା ଥିଲା ଭକ୍ତି l ଚୁମ୍ବନ ରେ ଥିଲା ଖାଲି ପ୍ରତାରଣା l ଭରିରହିଥିଲା ନାଗର ବିଷ l ଥିଲା ମିଛ ଅଭିନୟ l ଥିଲା ଯୀଶୁଙ୍କୁ ମୃତ୍ୟୁ ମୁଖକୁ ନେବାର ଏକ ବାହାନା l

ନାଗ ଚୁମ୍ବନ ଦେଇ ଫସାଇବା ଲୋକ ମଧ୍ୟ ଆମ ସମାଜରେ କମ ସଂଖ୍ୟାରେ ନୁହନ୍ତି l ମୁହଁ ରେ ତାଙ୍କ ବହୁତ ସୁନ୍ଦର କଥା l ମାତ୍ର ହୃଦୟ ବିଷ ଧର ନାଗର ଗରଳ ରେ ଭର୍ତ୍ତି l ସେମାନଙ୍କ କଥା ଗୋଟାଏ ମାତ୍ର କାର୍ଯ୍ୟ ଆଉ ଗୋଟିଏ l ସେମାନଙ୍କୁ ପରଖିବା ବହୁତ ମୁସ୍କିଲ l ସାଧାରଣ ଲୋକ ଟି ବାଉଳା ହୋଇଯିବ ସେମାନଙ୍କ ଗୋଟି ଚାଳନାରେ l ସେମାନେ ଅରଜିନାଲ ନୁହଁନ୍ତି ଖାଲି ଡୁପ୍ଳିକେଟ l ସୁନ୍ଦର କଥା କହୁଛି ଭାବି ସେମାନଙ୍କୁ ବିଶ୍ୱାସ କରିନେବେ l ଆଶ୍ରୟ ଦେବେ l ବଡ଼ କରିବେ l ଦାୟିତ୍ୱ ଦେବେ l ଘର ର ସବୁ କଥା କହିବେ l ସୁଯୋଗ ଉଣ୍ଡି ନାଗ ଚୁମ୍ବନ ଦେଇ ଚିତପଟାଙ୍ଗ କରିଦେବେ ଏମାନେ l ଅନ୍ୟକୁ ନଣ୍ଡା କରିବା l ସର୍ବସ୍ୱ ଲୁଟିବା l କଳାକନା ବୁଲାଇବା ଏମାନଙ୍କ ନିତିଦିନିଆ କାମ l ଏଭଳି ନାଗ ଚୁମ୍ବନ ଦେଇ ହରଣଚାଲ କରିବା ଲୋକଙ୍କୁ ଦୂରୁ ଜୁହାର l

ନାଗ ଚୁମ୍ବନ ଦେବା ଵାଲା ଗୋଟିଏ ଗୋଟିଏ ବଡ଼ କଳାକାର ତ ଆମ ସମାଜର l ସେମାନେ ଯାହା ପ୍ରକୃତରେ ନୁହଁ ତାହା ଅଭିନୟ ଭଲ ଭାବେ କରିପାରନ୍ତି l ଦୁଷ୍ଟ ହୋଇ ବି ଭଲଲୋକ ଭଳି ଅଭିନୟ କରୁଛନ୍ତି l ଚୋର ହୋଇ ବି ସାଧୁ ଭଳି ଅଭିନୟ କରୁଛନ୍ତି l ଲୁଟେରା ହୋଇ ଦାନଶିଳ ବୋଲି ଦେଖାଉଛନ୍ତି l କିଏ ପରଖି ପାରିବ ସେମାନଙ୍କ ଅଭିନୟ କୁ l ଚାଲୁ ଅଭିନୟ ତୁମର l ଯେତେ ଭୁତାଇବା କଥା ଭୁତାଅ ଲୋକଙ୍କୁ l ଲୋକଙ୍କୁ ସିନା ଭୁତେଇ ଦେଉଛ l ଇଶ୍ୱରଙ୍କୁ ଭୁତେଇ ପାରିବକି ତୁମେ l ତୁମେ ନିଜେ କିଏ ତାହା ଜଣା ଅଛି ଇଶ୍ୱରଙ୍କ ପାଖରେ l ତୁମେ ବାଘ ନା ଭାଲୁ ନା ନାଗ ର ଚରିତ୍ର ରେ ଜଗତରେ ଗମନ ଗମନ କରୁଛ ସେ ସବୁ ଜାଣି ପାରୁଛନ୍ତି l ସେ ସବୁ ବିଚାରରେ ଦିନେ ସେ ଆଣିବେ l

ପାଉଲ କହିଲେ ପବିତ୍ର ଚୁମ୍ବନ ଦେଇ ପରସ୍ପର କୁ ନମସ୍କାର କର ( 2ୟ କରିନ୍ତିୟ13:12) l ସୁଜନେ , ପବିତ୍ର ଚୁମ୍ବନ ରେ ଅମାପ ଶକ୍ତି ରହିଛି l ଚୁମ୍ବନ ଦ୍ଵାରା ମଣିଷ ଶରୀରରେ ଖୁସିର ହର୍ମୋନ କ୍ଷରିତ ହୋଇଥାଏ l ତାହା ସମ୍ପର୍କ କୁ ଦୃଢ଼ କରେ l ମଜଭୁତ କରେ l ଆଉ ମନରୁ ଚିନ୍ତା କରେ ଦୂର କରେ l ଶରୀରରେ ଅନେକ ଭଲ ପ୍ରଭାବ ବି ପକାଏ l କିନ୍ତୁ ନାଗ ଚୁମ୍ବନ ରୁ କଣ ସେସବୁ ମିଳି ପାରିବ l କେବେ ନୁହଁ l ଖାଲି ମିଳିବ ପ୍ରତାରଣା l ଅନ୍ୟକୁ ଅନିଷ୍ଟ କରିବାର ମିଛ ଛଳନା l
ଶିମିୟୋନ ମାଳି


Rev. Simion Malli photo
Rev. Simion Mali
Founder & Director of MOC, India.

Leave a comment

Your email address will not be published. Required fields are marked *