(ପ୍ରଭୁ) ଦିଅ ଦେଖା ମୋତେ ବାରେ diya dekha bare

(ପ୍ରଭୁ) ଦିଅ ଦେଖା ମୋତେ ବାରେ,
ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।
ଅରୁପାନନ୍ଦ ସୁନ୍ଦର ଅନୁପମ କଳେବର
ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ ।

ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି
ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ ।

କାମନା-ମୋହ ମାଦକ ପାପଜ ଅଳୀକ ସୁଖ
ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ ।

ଦାସେ ଦେଇ ଦରଶନ କିଣି ରଖ ଏ ଜୀବନ,
ସଫଳ ହେଉ ଜନମ ତୁମ ମହାକୃପା ବଳେ । ୪

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *