jago jago supto prano

ଜାଗ ତାଗ ସୁପ୍ତ ପ୍ରାଣ ଆଜି ଜାଗରେ
ଦେଖ ଯୀଶୁଖ୍ରୀଷ୍ଟ ଆସିବାର ବେଳ ହୋଇଗଲା ରେ.. (ଘୋଷା)

ଡାକେ ପରିତ୍ରାଣର ବେଳା,
ଏ ଶୁଭ ସମୟ ଆଉ ନକରିହେଳା
କରି ଅନୁତାପ, ଛାଡି ପାପ, ଯୀଶୁ ନାମ ଜପରେ I୧|

ତେଜି ମୋହ, ବିଳାସ ଆଜି
ପବିତ୍ରତା ବସ୍ତେ ଅଙ୍ଗ ଦିଅରେସାଜି
(ଯେହ୍ନ) ଆରୋହିବୁ ମେଘ ରଥେ,
ଯୀଶୁ ରାଜା ସାଥିରେ ।୨।

ବିଶ୍ବାସ ପ୍ରଦୀପ ତୋହର
ଜଳି ସଦା ଆଲୋକିତ କରୁ ସଂସାର
(ସଦା) ଉଛୁଳି ଉଠୁ ଜୀବନ, ପବିତ୍ରାପା ତୈଳରେ |୩|

ଯୀଶୁ ହେ ଆଗାମୀ ରାଜନ,
ତବ ର ଧୋଇ ମୋତେ କର ନୂତନ
ଯେହ୍ନ ମିଳିବି ସେ ଶୁଭଦିନେ ପୁଲକିତ ପ୍ରାଣରେ
ଯୀଶୁ ! ତବ ସାଥିରେ I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *