mu o moro porijana

ମୁଁ ଓ ମୋର ପରିଜନ କରିବୁ ଆଜିଠୁ
ପ୍ରଭୁଙ୍କର ଆରାଧନା (ଘୋଷା)

ପ୍ରଶଂସା ସ୍ତୁତିର ମଧୁ ଝଙ୍କାରରେ, ହସୁଥିବ ନିତି ଘର
ପବିତ୍ର ବାକ୍ୟର ପ୍ରତି ଶବ୍ଦମାଳା,, ନାଶିବ ପାପ ଅନ୍ଧାର
ଶୟତାନ ଭୟ ନ ରହିବ ଆଉ କରି ପ୍ରଭୁ ଉପାସନା … I୧I

ପ୍ରାର୍ଥନା ବଳରେ ଅସାଧ୍ୟ ସାଧନ, ଆମେ ନିଶ୍ଚ କରିଯିବା
ପ୍ରଭୃବାକ୍ୟ ସୁଦ୍ଧା ପ୍ରତି ଘରେ ଘରେ, ଚାଲ ଆମେ ବାଣ୍ଟି ଦେବା
ଜୟ ଜୟ ପ୍ରଭୁ ଜୟ ହାଲିଲୁୟା, ଗାଇକରି ଯିବା ବନ୍ଦନା….. |୨|

ଆମ ପରିବାର ପ୍ରାଣକେନ୍ଦ୍ର ତୁମେ, ହୋଇ ରୁହ ଚିରଦିନ
ତୁମ ପାଦ ତଳେ ନିଜକୁ ଅରପି, ତୁମକୁ କରିବୁ ଧ୍ୟାନ
ତୁମ ଇଚ୍ଛା ଲୋଡ଼ି କରମ କରିବୁ, ଏତିକି ଆମର ପ୍ରାର୍ଥନା…. |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *