kete je bedona

କେତେ ଯେ ବେଦନା … କେତେ ଯେ ଯାତନା
କାଲବରୀ ଶିଖରରୁ ବହିଯାଏ ରକ୍ତଧାର (ଘୋଷା)

ତୁଙ୍ଗ କାଲବରୀ ଶିଖରରୁ ଝରେ,
ଯୁବା ମେଷ ପୂତ ଅଙ୍ଗରୁ କ୍ଷରେ
ହସ୍ତ ପଦ ଚିରି ବକ୍ଷ ବିଦାରି,
ଶୋଣିତ ତଟିନୀ ବହିଯାଏ ଧୂରେ
ଝରିଯାଏ…. ବହିଯାଏ
ବେଦନାରେ… ଝରିପଡେ … ଝରିପଡେ… ଝରିପଡେ
ବେଦନାରେ …. I୧I

ଯୁବା କୁଶ କାଠେ ଦେଇ ନିଜ ପ୍ରାଣ,
ବିଚ୍ଛେଦ ପରଦା ସିୟୋନ କରିଣ
ପାପର ତିମିର କରିଛନ୍ତି ଦୂର,
ସାଧୁଛନ୍ତି ଯୀଶୁ ପାପୀ ପରିତ୍ରାଣ
ଝରିଯାଏ…. ବହିଯାଏ
ବେଦନାରେ… ଝରିପଡେ … ଝରିପଡେ… ଝରିପଡେ
ବେଦନାରେ …. | ୨ |

ନୁହେଁ ସେ ଜନଟି ଜଗତର ନର,
ନୀତିରେ କଳୁଷ ଦାଗ ଲିଭେ ନାହିଁ
ଯୀଶୁ ଅଙ୍ଗ ଭେଦି ବହେ ରକ୍ତ ନଦୀ,
ସେ ସିନା ଲିଭାଏ ପାପ ଦାଗ ଧୋଇ
ଝରିଯାଏ…. ବହିଯାଏ
ବେଦନାରେ… ଝରିପଡେ … ଝରିପଡେ… ଝରିପଡେ
ବେଦନାରେ …. | ୩ |

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *