asisha dhali diya hai jishu

ଆଶିଷ ଢ଼ାଳିଦିଅ ହେ ଯୀଶୁ ଉକ୍ତଳବାସୀ ଉପରେ
ଆମ ପାପତମ ସବୁ କ୍ଷମା କରି,
ତୁମ ପ୍ରେମ ଗୁଣରେ …ଆ ଆ… |0|

ପ୍ରଚୁର ଆଶିଷ ବରଷ ଏ ଭିକ୍ଷା ତବ ଚରଣେ,
ସଫଳ କର ପ୍ରତିଜ୍ଞା ତୁମରି ପ୍ରେମ ଗୁଣେ,
ବିଂଦୁ ବିଂଦୂ ପାତ ଆଶିଷ, ନାହିଁ ତହିଁ ଆମ ସନ୍ତୋଷ
ତୁମ ଆଶିଷ ବୃଷ୍ଟି ଦିଅ ହେ ବିନତି କରୁଛୁ ତୁମରେ… |୧|

ତୁମରି କୁଶୀୟ ମରଣ, ଆମ ଆଶିଷ କାରଣ,
ତବ ପାପ ଧୁଆ ଶୋଣିତ ଦିଏ ଆମରେ ପରିତ୍ରାଣ,
ମରଣକୁ ଜୟ କଲ, ସ୍ଵର୍ଗୀୟ ଆଶିଷ ବିହିଲ
ଦିଅ ଦିଅ ଢାଳି ଆଶିଷ ବାରେ, ମଗଉଛୁ ତୁମ ପୟରେ…. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *