ଜୟ ଜୟ ଯୀଶୁ ଜୟ ଜୟ ଜୟ ମୃତ୍ୟୁଞ୍ଜୟ
ଜୟ ପିତା ପୁତ୍ର ଜୟ ଜୟ
ଜୟ ପବିତ୍ରାପା ଜୟ ଜୟ (ଘୋଷା)

ବିଶ୍ଵସ୍ରଷ୍ଟା ପିତା ପରମେଶ୍ବର
ମଙ୍ଗଳମୟ ପ୍ରେମ ପାରାବାର
ନିତ୍ୟ ପରାତ୍ପର ଜୀବନ ଆକର
ଜୟ ପ୍ରେମମୟ ଜୟ ଜୟ
ଜୟ ବିଶ୍ବପିତା ଜୟ ଜୟ… |୧|

ପ୍ରେମ ଅବତାର ଈଶ ନନ୍ଦନ
ମୁକତି ପଥ ସତ୍ୟ ଜୀବନ
କଳୁଷହାରୀ ପତିତପାବନ
ଜୟ ଯୁବା ମେଷ ଜୟ ଜୟ
ଜୟ ଈଶସୁତ ଜୟ ଜୟ… |୨|

ପବିତ୍ର ଆପ୍ ଚିର ସହାୟକ
ପାପ ପୁଣ୍ୟ ବୋଧ ଦାୟକ
ସ୍ଵର୍ଗୀୟ ଶାନ୍ତି ଶକ୍ତି ଦାୟକ
ଜୟ ଜ୍ୟୋର୍ତିମୟ ଜୟ ଜୟ
ଜୟ ପବିତ୍ରଆତ୍ମା ଜୟ ଜୟ… |୩|

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *