ଭାବିକି ଦେଖିଛ ଥରେ, ସେ କୁଶର କଥା
ଯୀଶୁଙ୍କର ବ୍ୟଥା (ଘୋଷା)
ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇ
ଝରାଇଲେ ରକ୍ତଧାର, କେତେ ଦୟା ବହି
ହସ୍ତ ପାଦେ ହୋଇ ଛନ୍ଦା, ହେଲେ କଣ୍ଟା ବିନ୍ଧା
ସହି କେତେ ନିନ୍ଦା… |୧|
ଚାହାଁରେ ଚାହାଁରେ ବନ୍ଧୁ, ଯୀଶୁ କୁଶ ପରେ
ତୋ ପାପ ପାଇଁ ଆଜି, ଯୀଶୁ କୃଶ ପରେ
ଦେଖିଲେ ବୁଝିବୁ ଭାଇ, ସେ କୁଶର କଥା
ଯୀଶୁଙ୍କର ବ୍ୟଥା… |୨|
ବସାଇଲେ ପୃଷ୍ଠ ପରେ କେତେ ଯେ ଶିଆର
ଦୟା ନଥିଲା ଜୀବନେ, ଶତୃ ମାନଙ୍କର
ତୋର ପାଇଁ କରି ଚିନ୍ତା, ପାତିଦେଲେ ମଥା
ତୋର ମୁକ୍ତିଦାତା… |୩|
ଫେରିଆ ଫେରିଆ ଆଜି ଆହେ ପାପୀ ଭାଇ
କାହିଁକି ମରିବୁ ପାପେ, ଚିରଦିନ ପାଇଁ
ଡାକୁଛନ୍ତି ସୃଷ୍ଟି କର୍ତ୍ତା ସେ ସ୍ବର୍ଗସ୍ଥ ପିତା
ତୋର ରକ୍ଷାକର୍ତ୍ତା… |୪|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.