(prabhu) deeya dekhaa baare mote

(ପ୍ରଭୁ) ଦିଅ ଦେଖା ମୋତେ ବାରେ, ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା । ଅରୁପାନନ୍ଦ ସୁନ୍ଦର   ଅନୁପମ କଳେବର ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ । ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ । କାମନା-ମୋହ ମାଦକ ପାପଜ ଅଳୀକ ସୁଖ  ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ । […]

aaso, khristo bhakto gono

ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା, ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା । ପାସୋରି ଭୋଗ ବାସନା, ସଂସାରର ସୁଖ ନାନା ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ ।   ଓଡ଼ିଶାର ସମ୍ମିଳନ    କର ପ୍ରଭୁ ପ୍ରେମେ ପୂର୍ଣ୍ଣ  ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ । ସୂଚୀମାଳାକୁ ଫେରନ୍ତୁ

saajo khristo bhakto gana taba hrudo sadana

ସାଜ ଖ୍ରୀଷ୍ଟ ଭକ୍ତଗଣ ତବ ହୃଦ-ସଦନ, ଖ୍ରୀଷ୍ଟ ଅମୂଲ୍ୟ ରତନ,               ଦିଅ ତାଙ୍କୁ ହୃଦେ ସ୍ଥାନ । ଘୋଷା । ଅନନ୍ତ ଈଶ୍ୱର ପିତା  ଗୃହେ ଖ୍ରୀଷ୍ଟ ଜ୍ୟେଷ୍ଠଭ୍ରାତା ଅଛନ୍ତି ତ୍ରାଣକରତା,  କରନ୍ତି ପାପ ମୋଚନ            । ୧ । ବ୍ରତ କର ଭକ୍ତଗଣ   ସନ୍ଧ୍ୟା ପ୍ରଭାତେ ଜଣାଣ, ହିତବାକ୍ୟ କର ଧ୍ୟାନ,                ଦୂରେ ଯିବ ଶୟତାନ । ୨ । ହାସ୍ୟେ ଭାସି ସୁବଚନ           ତୁଷ୍ଟ କର ସର୍ବ ମନ, ପର ହିତେ ଦିଅ ମନ,               […]

kari jodo kara kholi hrudo dwaro

କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ, କାହିଁ ଅଛ ସଖା ? କେବେ ଦେବ ଦେଖା ? କେବେ ହେବ ଉଭା ହୃଦ ଆବାସେ ? । ଘୋଷା । ଆଘାତ କରି ମୋ ହୃଦୟ ଦୁଆରେ ଡାକିଅଛ କେତେ ମୃଦୁ ମଧୁ ସ୍ୱରେ; ସେ ପ୍ରାଣ ପିପାସା, ସେ ଆଦର ଭାଷା ନ ପଶିଲା ମୋର ମୁଗ୍ଧ ମାନସେ । ୧ ।    ଗୋପନେ ଗୋପନେ ନିଅ […]

swargio sinhaasono ru nirgata nadi tire

ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ  ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା ।   ହଁ, ମିଳିବା ସର୍ବ ଶେଷେ ଯୁବାମେଷ ସିଂହାସନ ପାଶେ, ସାଧୁମାନଙ୍କର ସହବାସେ, ସେ ରମ୍ୟ ନଦୀ ପାଶେ । ୧ ।    ତେଜସ୍ୱୀ ଦୂତ ସେଠାରେ ପାଦ ଅର୍ପଣ କରେ, ଜଳ ତାର ସୁନିର୍ମଳ ବହଇ ନିରନ୍ତର । ୨ ।    ରୌପ୍ୟମୟ ଫେନପୁଞ୍ଜ ଏଡ଼ାଇ ନଦୀ ତୀରେ, ବୁଲିବା ଭଜିବା ଯାଇ […]

jishu doyaa moyo sunno he ey binoyo

ଯୀଶୁ ଦୟାମୟ, ଶୁଣ ଏ ବିନୟ, ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ । ଘୋଷା । ଅନ୍ତରର ଅନ୍ଧକାର କୃପା କରି ଦୂର କର ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ । ୧ ।    ଆସ ପ୍ରଭୁ ଏ ଆଳୟ, ଧ ର୍ମାତ୍ମା ଅଗ୍ନି ଜ୍ୱଳାଅ, ତବାଲୋକେ ଦୀପ୍ତିମୟ କର ଏ ସମୟ । ୨ । ଆଶୀର୍ବାଦ କର ଆସି, ପାପ ଅବିଶ୍ୱାସ ନାଶି, ସୁସ୍ଥ କର ଦାସ ଦାସୀ ହୋଇଣ […]

prathonaa ki bohumulya ote saadhu lokoro

ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର ! ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା । ଏହାର ପ୍ରୟୋଜନ   ଜାଣଇ ଭକ୍ତଜନ, କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ । ଦେହ ପୁଣି ଆତ୍ମାରେ ମଙ୍ଗଳ  ଲଭିବାରେ ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ । ତହୁଁ ପାଏ ଆନନ୍ଦ    ସୁଖ ଶାନ୍ତି ସ୍ୱଚ୍ଛନ୍ଦ, ତା ପ୍ରତି କରୁଣା ବନ୍ଦ ନୁହଇ ପ୍ରଭୁଙ୍କର […]

prabhu dekho he sayataano phaando paatichi

ପ୍ରଭୁ ଦେଖ ହେ, ଶୟତାନ ଫାନ୍ଦ ପାତିଛି; ମୋ ମନ ଧର୍ମରୁ ବିଗାଡ଼ିବା ପାଇଁ ନିରତେ ଉପାୟ କରୁଛି । ଘୋଷା ।    ବୁଝି ଦେଖ ମନ କେମନ୍ତ ଏ କୂଟ, ଶୟତାନ ଏହା ଭ୍ୟାଇଛି; ପଶିଣ କପଟେ ବସି ମନ ମଧ୍ୟେ ମନ୍ଦ ପଥେ ମନ ନେଉଛି । ୧ ।    ମୋର ବଳ ନାହିଁ ଉଦ୍ଧାରିବା ପାଇଁ, ତୁମ୍ଭ ବଳ ପ୍ରଭୁ ମାଗୁଛି, କାଟି ମାୟାଜାଲ ଉଦ୍ଧାର ହେ କର, ଶୟତାନ […]

aaha ki staane soile jishu raajana

ଆହା କି ସ୍ଥାନେ ଶୋଇଲେ ଯୀଶୁ ରାଜନ ହେ ! । ଘୋଷା ।    ଯେହୁ ସ୍ୱର୍ଗ ଅଧିପତି ଅନନ୍ତ ଜୀବନ ହେ, ଉଦ୍ଧାର ହେଲା କବର ତାଙ୍କର କାରଣ ହେ । ୧ ।   ମୁକୁଟ ଭୂଷିତ ତାଙ୍କ ଗୌରବ ମସ୍ତକ ହେ, ସ୍ୱର୍ଗୀୟ ସୁବର୍ଣ୍ଣ ଶେଯେ ଯେ କଲେ ଶୟନ ହେ । ୨ ।    ଏବେ ଦେଖ ମାଟି ଶଯ୍ୟା କବର ଭିତର ହେ, ଶୋଇଛନ୍ତି ଦୀନହୀନ ଦରିଦ୍ର […]

traano korta jishu su-sabdha laagila korne

ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ, ଜନ୍ମାଇଲା କି ଆହ୍ଲାଦ । ଘୋଷା ।    ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ ବନ୍ଧନ, ମୋର ବନ୍ଧନ କାଟିଣ କଲେ ମୋତେ ପରିତ୍ରାଣ, କ୍ଷମା କଲେ ଯେତେ ମୋର ଅସଂଖ୍ୟ ପାପାପରାଧ । ୧ । ପୁଣି ଥିଲି ମୁହିଁ ଶୟତାନ ଦାସତ୍ୱରେ ଦାସ ଯେ ହୋଇ କରି ତାଙ୍କ ରକ୍ତପାତ ଦାସତ୍ୱରୁ କଲେ ମୁକ୍ତ, ଦେଇ ରକ୍ତ କଲେ କ୍ରୀତ, ହୋଇଲି […]