mu ate priya jishunkara
ମୁଁ ଅଟେ ପ୍ରିୟ ଯୀଶୁଙ୍କର ମୁଁ ଚିର ତାଙ୍କରତାଙ୍କ ରକତେ କିଣି ମୋତେ କଲେ ସେ ନିଜରହାଲିଲୁୟା ହୋଶାନ୍ତାଜୟ ପ୍ରଭୁ ଯୀଶୁଙ୍କର (ଘୋଷା) ମୁଁ ଅଟେ ତାଙ୍କର ସନ୍ତାନ ଲଭି ନୂଆ ଜନମଜୀବନ ପୁସ୍ତକେ ନାମ ମୋର ଏଣୁ ମୁଁ ତାଙ୍କର |୧| ମୁଁ ଅଟେ ତାଙ୍କ ମନୋନୀତ, ଆତ୍ମାରେ ଅଭିଷିକ୍ତଆସୁଛନ୍ତି ନେବାକୁ ମୋତେ, ଯୀଶୁ ଆଗାମୀ ବର |୨| ମୁଁ ଅଟେ ଏକ କ୍ଷୁଦ୍ର ଅଙ୍ଗ, ତାଙ୍କ ଶରୀରରଯେ ମୋର ପ୍ରଭୁ ଓ ତ୍ରାଣକର୍ତ୍ତା, ଏଣୁ […]
kede aparadha kali
କେଡେ ଅପରାଧ କଲି ଆଜ୍ଞା ଇଂଘିଲି,କାଳ କବଳାୟତ ହୋଇଲି (ଘୋଷା) ଧର୍ମଦ୍ରୋହୀ ହୋଇଲି, ପାପ ରଙ୍ଗ ମଜିଲି,କାମ, କ୍ରୋଧ, ଲୋଭ, ମୋହ, ମନ୍ଦାନ୍ଧ ହେଲି,ସପନକୁ ତ ସତ୍ୟ ମଣିଲି |୧| ସାଧୁସଙ୍ଗ ଛାଡ଼ିଲି, ଖଣ୍ଟ ହସ୍ତେ ପଡିଲି,ବିବେକ ମନା ନ ମାନି ପାଷାଣ୍ଡ ହେଲି,ନିଜ ହସ୍ତେ ସୃଜିହ୍ଵା ଛେଦିଲି |୨| କାୟ ମନୋବାଜ୍ୟରେ କୁସିତ ଆଳାପରେ,ସଦା ଦୋଷୀ ହୋଇ ନିଜ ଆମା ଭୁଲିଲି,ପର ଗତି ତିଳେ ନ ଭାଳିଲି |୩| ହେ ଯୀଶୁ କ୍ଷମାବାନ ପତିତର ପାବନ,ତୁମ […]
taku bhulilu kire
ତାକୁ ଭୁଲିଲୁ କିରେତୋ ପାଇଁ ଯାହାର ନେତୁ ଲୋତକ ଝରେ ତୋ ଚିନ୍ତାରେ ହୋଇ ଭାରି ସରଗ ସୁଖ ବିସୋରୀ,ଦେଇଛି ରକତ ଢ଼ାଳି ପ୍ରେମେ କୁଶରେ |୧| ହାତ, ପାଦେ, ଲୁହା ପ୍ରେକ, ମୁଣ୍ଡରେ କଣ୍ଟା ମୁକୁଟ,ଦାରୁଣ କୁମ୍ଭ ( ବର୍ଦ୍ଧା) ଆଘାତ ଯାର ବକ୍ଷରେ |୨| ଶୋକ, ସନ୍ତାପ ଦୁଦ୍ଦିନେ ସଙ୍କଟ ବିଜନ ବନେଅବତରି ସଂଗୋପନେ ଉଦ୍ଧରି ଧରେ |୩| ତୁ ତାକୁ ପାଶୋରି ଗଲେ ସେ ତୋତେ ତିଳେ ନ ଭୁଲେଲୁଚି ରହି ଅନ୍ତରାଳେ […]
bodhao bodhao jishu tumbho
ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,ଏହି ଭିକ୍ଷା ଶ୍ରୀଚରଣେ ନାହିଁ ଆଉ ଅନ୍ୟ ଗତି (ଘୋଷା) ପାର୍ଥିବ ବସ୍ତୁରେ ନାନା ପ୍ରଚୁର ଥୁଲା ବାସନା,ଯାଇଛି ସେ ଦିନ ମୋର ଯାଇଛି ସେସବୁ ପ୍ରୀତି |୧| ସୁଖ ସଂପଦ ଚାହେଁନା କେବଳ ଏହି ପ୍ରାର୍ଥନା,ବଢ଼େ ଯେହ୍ନେ ପ୍ରତିଦିନ ତୁମ ପ୍ରତି ପ୍ରେମ ଭକ୍ତି |୨| ଦୁଃଖରେ କାତର ନୁହେଁ ଯଦି ତୁମ ଦୟା ପାଏ,ତୁମରି ପ୍ରେମରେ ମୋର ମନେ ହେବ ଶାନ୍ତି ତୃପ୍ତି |୩| ଆସ […]
jishu tumoku chahen
ଯୀଶୁ ତୁମକୁ ଚାହେଁ ମୋ ଜୀବନ ଦେଖାଏ,ତବ ଆମା ପୂଣ୍ଠଦାନ, କରି ମୋତେ ପ୍ରଦାନ (ଘୋଷା) ଆଉ ଚାହେଁ ତୁମରେ ହି, ଚାହେଁ ତୁମରେ,ଆହୁରି ହୃଦେ ଚାହେଁ ତୁମ ପ୍ରେମେ ଡୁବିଯାଏଆଉ ତୁମ ଅଭିଳାଷ, ହୃଦରେ କର ବିକାଶ,ତୁମର ବିନା ଆନ ନାହିଁ ମୋ ପ୍ରୟୋଜନ |୧| ତବ ବାକ୍ୟ ମଧୁମୟ ହେଉ ମୋ ଅତି ପ୍ରିୟଶୁଣି ମୁଁ ତା ସ୍ବର୍ଗୀୟ ସୁଖେ ହେବି ତନ୍ମୟତୁମ କୁଶ-ଗୌରବ ମୃତ୍ୟୁଞ୍ଜୟୀ ପ୍ରଭାବଗାଇବି ନିରନ୍ତର ଯୁଗେ ଯୁଗେ ତୁମର |୨| […]
kede prama kala jishu
କେଡ଼େ ପ୍ରେମ କଲ ଯୀଶୁ ହେ ସୁନ୍ଦରଛାର ପାପୀର ନିମିତ୍ତେ ତୁମ ପରାଣ ଦେଲ (ଘୋଷା) ଛକି କାଠେ ଚଢ଼ିଲ ବର୍ଦ୍ଧାଘାତ ପାଇଲ,କାଖତକୁ ବହିଲା ଧାର ଧାର ରୁଧୁର |୧| ହାତ, ପାଦେ ପ୍ରେକ ମାଡ,ମଥା ଉପରେ କଣ୍ଟା ବାଡ, ମଥା ପରେ କଣ୍ଟା ବାଡ,ଶୋଷେ ହୋଇଲ ବ୍ୟାକୁଳ କି ଦୁଃଖ ଭୋଗିଲ |୨| ଯୀଶୁ ନାହିଁ କେ ତୁମ ପରି,ପର ଲାଗି ନିଜେ ଗୋ ମରି, ପର ଲାଗି ନିଜେ ମରି,ବିଶ୍ୱ-ମଙ୍ଗଳ ବିହିଲ ସତ୍ୟ-ପଥ ରଚିଲ […]
taba prema dekhi he jishu
ତବ ପ୍ରେମ ଦେଖି ହେ ଯୀଶୁ ହେଲି ମୁଁ ହତ ଜ୍ଞାନତୁମେ ପ୍ରାଣ ଦେଇ ନାଥପ୍ରାଣ କିଣିଛ ମୋ ପ୍ରାଣର ପ୍ରାଣ… (ଘୋଷା) ଆହା, କି ଯାତନାରେ ପ୍ରେକଶେଳ ବିନ୍ଧାରେ,ପ୍ରାଣ କଂପୁଅଛି ଥର ଥର କରିଲେ କୁଶ ଧ୍ୟାନ… |୧| କ୍ଷୁଦ୍ରରୁ ମୁଁ ଅତି କ୍ଷୁଦ୍ର ଜ୍ଞାନେ ହୋଇଛି ଆଦ୍ର,ମୋର ଯୁଦ୍ର ମନେ ରହେ ଯେହ୍ନେ ସେ ଯୀଶୁଙ୍କ ନାମ… |୨| ଏ କି ଶୁଭ ଖବର ପ୍ରିୟ ଯୀଶୁ ମୋହର,ସେ ଯୀଶୁଙ୍କ ମତେ ପିତା ହସ୍ତେ […]
he prabhu premamaya
ହେ ପ୍ରଭୁ ପ୍ରେମମୟତୁମରି କୃପା କରୁ ଆମରି, ଜୀବନ ମଧୁମୟ .. (ଘୋଷା) ଦେଇଛୁ ଦିନ ବିତାଇ ଯେତେ ପାପ କାଳିମା ନେଇ,ରଖିଲୁ ତୁମ ଶ୍ରୀପାଦ ପଦ୍ମେ, କ୍ଷମା କର ଦୟାମୟତୁମରି କୃପା କରୁ ଆମରି, ଜୀବନ ମଧୁମୟ… |୧ | ମୋ ପାପ ଅଙ୍ଗେ ବହିଲ ପ୍ରଭୁ ନିଜକୁ ବଳି ଦେଇକାଲବରୀର ରକତ ଧାରେ, ସେ ସବୁ ଧୋଇ ଦିଆତୁମରି କୃପା କରୁ ହେ ପ୍ରଭୁ, ଜୀବନ ମଧୁମୟ …|୨| ମରମେ ଉଠେ ଜାଗି ହେ […]
jishu toh jibana jhara
ଯୀଶୁ ତୋ ଜୀବନ ଝର ଦିଅନ୍ତି ଆଶିଷ ବରଜୀବନର ପଥେ ଚାଲ ହେ ପଥିକ,ଯୀଶୁ ଚରଣେ ନିଅ ଶରଣ… (ଘୋଷା) କୁଶ ତୋ ସାଥ ଆଉ କୁଶ ତୋ ମୁକତିଯୀଶୁ ହାତ ଧରି ନିତି ପାଇବୁ ଶକତିକୋମଳ ସୁନ୍ଦର ସେ ଯେ ପ୍ରେମମୟକର ଆଜି ତାଙ୍କୁ ଗ୍ରହଣ … ଯୀଶୁ ତୋ… |୧| ଅନ୍ଧାର ପଥେ ସେ ଯେ ଆଲୋକର ଧାରାଜୟ ଯୀଶୁ ଜୟ ଗାଅ ଏ ଜଗତ ସାରାମହିମା ପ୍ରଶଂସା ଗଉରବ ଗୀତିଯୁଗେ ଯୁଗେ ହେଉ […]
gao jishu name halleluyah
ହୋଶାନ୍ତା ହାଲିଲୁୟାଗାଅ ଯୀଶୁ ନାମେ ହାଲିଲୁୟା ହୋଶାନ୍ତାଆସ ଯିବା ମିଳି ଶତ ସ୍ଵର ତୋଳିଯୀଶୁ ଜ୍ୟୋର୍ତି ଧରାରେ… (ଘୋଷା) ଆଜିର ଏ ଶୁଭ ଦିନେ, ସ୍ୱାଗତିକା ଗୀତି ତାନେପୁରାଇବା ଧରା ଜୟ ଜୟ ଗାନେ, ଅଳସ ବିଳାସ ତେଳିକାଟିବା ଜୀବନ ଯୀଶୁର ଧିଆନେ,ଯୀଶୁ ପରା ଆମ ସାଥୀ… | ୧ | ଶତ ମନ ଦୀପ ଜାଳି, ଭକତିରେ ଦିଅ ସାଜିକୋଟିଏ ମନର ଜାଗରଣ ଦୀପ ସରାଗରେ ଉଠୁଭରିଦୂରେ ଯିବ ଶତ ଶୋକ ଅବସାଦ,ଆଲୋକିତ ଅମାରାତି … […]