aso ananda hoi prabhu prasansa gai
ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୧ । ଜଗତ ସେ ଆଦ୍ୟରେ ପୂର୍ଣ୍ଣ କଲେ ଦୀପ୍ତିରେ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୨ । ସମସ୍ତଙ୍କୁ ପାଳନ କରନ୍ତି ଦିନୁ ଦିନ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୩ । ଅରଣ୍ୟେ ସେ ଆଶିଷ କଲେ ଯାକୁବ ବଂଶ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୪ […]
aso aso he sakala pila pili
ଆସ ଆସ ହେ ସକଳ ପିଲାପିଲି, ଆସ ଆସ ହୋଇ ଏକ ମେଳି । ଘୋଷା । ଡାକୁଛନ୍ତି ତ୍ରାତା ସ୍ନେହ କରି, ନ କରିବେ ତୁଚ୍ଛ ପିଲା ବୋଲି । ୧ । ତାଙ୍କ କୋଳେ ବସ ସ୍ଥାନ ମାଡ଼ି, ଦେବେ ସେହି ଆଶୀର୍ବାଦ ଢାଳି । ୨ । ଧ ।ର୍ମିକ ହୁଅ ହେ ତାଙ୍କ ପରି, ଛାଡ଼ ମିଥ୍ୟା ହିଂସା କ୍ରୋଧ କଳି । ୩ । ପିଲାକାଳୁ […]
kara pila pili dharma sadhana
କର ପିଲାପିଲି ଧର୍ମ ସାଧନ, ଏ ଶୁଭ ନବ ଯୌବନେ କର ପ୍ରଭୁ ଭଜନ । ଘୋଷା । କର ତୁମ୍ଭ ଯୁବାକାଳେ ସୃଷ୍ଟିକର୍ତ୍ତାଙ୍କୁ ମନରେ ନ ହୁଅ ବିସ୍ମରଣ ଦିନେ ହେବ କଲ୍ୟାଣ ଯାବଜ୍ଜୀବନ; ଯେଣେ ଗଲେ ତେଣେ ପଡ଼ୁଥିବ କୃପା-କିରଣ । ୧ । ଯୀଶୁ ତ୍ରାଣକର୍ତ୍ତା ପ୍ରତି ରଖ ପ୍ରେମ ଭକ୍ତି ନିତି ସମର୍ପି ଦେହ ପ୍ରାଣ ମତି ସେ ସର୍ବୋତ୍ତମ ଶୁଭ୍ର ବସନ; ଦିଶେ କି ମନୋରଞ୍ଜନ କଲେ ତା ପରିଧାନ […]
aso pilamane sadhu kulare
ଆସ ପିଲାମାନେ ସାଧୁ କୂଳରେ ମିଳିବା ଏ ସ୍ଥାନେ ସଣ୍ଡେସ୍କୁଲରେ ପ୍ରଭୁ ଏହିଠାରେ ଦେଖା ଦିଅନ୍ତି, ଆମ୍ଭ ମାଗିବାରେ ପାଶେ ନିଅନ୍ତି । ୧ । ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା ତ୍ରାଣଜ୍ଞାନ ପାଇ ଗୀତ ଗାଇବା । ଆସ ପିଲାମାନେ ଆଜ୍ଞା ହେବାରେ ମିଳିବା ଏ ସ୍ଥାନେ ସ୍କୁଲ- ସେବାରେ, ଯୀଶୁ ଏହିଠାରେ ଆଶ୍ରା ଦିଅନ୍ତି, ତାଙ୍କୁ ମାନିବାରେ କୋଳେ ନିଅନ୍ତି । ୨ । ଆସ ପିଲାମାନେ ଆଶ୍ରା ନେବାରେ ମିଶିବା ଏ ସ୍ଥାନେ […]
aso sarbe biswajana toli jaya
ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ । ଆସି ଧରା ପାପମୟ ତ୍ୟଜି ଗୌରବ ସ୍ୱର୍ଗୀୟ କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ । ସୁପଣ୍ଡିତ ତିନି ଜଣ କରି ମାନ ବିସର୍ଜନ ହୋଇଣ ନତ ଆନନ ପାଆନ୍ତି ଦରଶନ […]
mangala mangala dhari anande bhari
ମଙ୍ଗଳ ମଙ୍ଗଧାରୀ ଆନନ୍ଦେ ଭରି, ମୋ ଜୀବନ ତରୀ; (ଏବେ) ଭାସିଯାଉ ଅନନ୍ତ ସ୍ରୋତେ, ହେ ଭବକାଣ୍ଡାରୀ । ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି, କର ରିଷ୍ଟ ପାରି, ଆହେ ବିପଦହାରୀ । ୧ । ହେଲା ଲକ୍ଷ୍ୟଚ୍ୟୁତି ଭଗନ ପ୍ରତୀତି, ପାଏନା ଶକତି ମୁହିଁ ମନ୍ଦମତି, ନିଅ ମୋର ତରୀ, ଆହେ ମଙ୍ଗଧାରୀ । ୨ । ଉତ୍ତାଳ ତରଙ୍ଗ କରାଳର ବ୍ୟଙ୍ଗ ମୋହ ରସ […]
aso hai parisudha atma
ଆସ ହେ ପରିଶୁଦ୍ଧ ଆତ୍ମା ଅନ୍ତରେ ଜାଗୁ ତୁମ ଅଗ୍ନିଶିଖା, ମନରୁ ଜଡ଼ ବିଷାଦ ଅପସରି, ଚକ୍ଷୁ ମଳିନତା ନାଶ ତମୋହାରୀ । ଘୋଷା । ଦେଖାଅ ସରବ ପାତକୀ ନରେ ତୁମ ପ୍ରେମ ଅତୁଳ ପାପ ହରେ, ପରବତ ପରି ପାପ ନିଏ ବୋହି ଈଶବକ୍ଷରୁ ଝରା ରକତେ ଧୋଇ । ୧ । କ୍ଷମାର ବାଣୀ ଦିଅ ମୋକ୍ଷଦାତା ହୋଇ ପ୍ରସନ୍ନ ଆହେ ଶାନ୍ତିଦାତା, ନିରନ୍ତର ଆସୁ ଶକତି ତୁମରି […]
chahan chahan bare ahe patoki nare
ଚାହଁ ଚାହଁ ବାରେ ଆହେ ପାତକୀ ନରେ ତୁମରି ମୁକତି ପାଇଁ ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, ଅଭିଶାପାନଳ ତୋର ନିଅନ୍ତି ବକ୍ଷରେ । ୧ । ରକ୍ତିମ ଶୋଣିତ ସ୍ରୋତ ବହିଯାଏ ଅବିରତ, ହସ୍ତପଦ କଣ୍ଟାବିଦ୍ଧ ଭଗ୍ନ କଳେବରେ । ୨ । କଲେ ଦୁର୍ବୃତ୍ତ ଉପେକ୍ଷା “ନିଜେ ନ କଲ ସୁରକ୍ଷା” ଆହା କଲେ ପାପୀ ରକ୍ଷା କ୍ଷମା ନିୟତିରେ । ୩ । […]
ahe dukha hari diya anande bhari
ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ । ମୋର ହୃଦ ତୁମ ସିଂହାସନ, ତୁମେ ମୋର ଚିତ୍ତ ବିନୋଦନ, କରେ ନିତ୍ୟ ତୁମ ସ୍ତୁତିଗାନ, ଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ । ତ୍ରାଣନାଥ ତୁମେ ମୋ ଜୀବନ, କର ହୃଦ ପ୍ରେମ ନିକେତନ, ବାଧ୍ୟତା ହେଉ ମୋର ଭୂଷଣ, ଥାଏ ତୁମଠାରେ ନିରନ୍ତର । ୨ […]
bhanga hruda tucha kari na paranti
ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି (ତାଙ୍କ) ସିଂହାସନ ଯିବ ଟଳି । ୦ । ଯଦି ଅନ୍ଧକାର ହୁଏ ଗାଢ଼ତର ପଥ ଯାଉ ତୁହି ଭୁଲି ଆକୁଳ ଅନ୍ତରେ ଡାକଟାଏ ଦେଲେ ଦୁଇ ହାତେ ନେବେ ତୋଳି । ୧ । ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ ଆସେ ଯେବେ ତୋର ତରୀ ଆକୁଳ ଅନ୍ତରେ ଡାକଟାଏ ଦେଲେ ଢେଉ […]