taba krushiya jatana hai bhedi jaau

ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ । କ୍ରୁଶରେ ଦେଖି ରକତ ସ୍ରୋତ ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ ଅନୁତପ୍ତ ପ୍ରାଣେ ହେ । ୧ । ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ ଅମର କୁମର ହୋଇ ମୃତ୍ୟୁ ବରିଲ ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ ପାରଦେଶେ ନାଥ ମୋତେ ଭୁଲିବ ନାହିଁ ଜୀବନେ  କ୍ରୁଶ ଛବି […]

papi, krusha ma adori ne

ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ । ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି  ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ । ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ ଡାକି ଫେରେ ନିତି କୁଟୀର ଦୁଆରେ ଦୁଆର ଫିଟାଇ ଦେ […]

akase uthi nahi se dina tarati

ଆକାଶେ ଉଠି ନାହିଁ ସେଦିନ ତାରାଟି ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।   ଗାଇନି ସରଗ ବାହିନୀ ଜନମି ନାହିଁରେ ବେଥଲିହିମରେ ଅମରାବତୀର ଶିଶୁଟି ପରାଚୀ ପଣ୍ଡିତ ନରେଶ ହେରୋଦ  ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ     ଯେସନେ ଅତୀତ କାହାଣୀ       । ୧ ।   ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ ଜଳସ୍ଥଳ ନଭ ଜଣାଏ […]

he raja rajana janamicha

ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା । ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ, ଗୁହାଳ କୁଣ୍ଡରେ ରହିଅଛ ଶୋଇ, ତବ ଆଲୋକ ତାରକା ସମ ମୋତେ ଦେଖାଇଛ ପଥ ପାପ-ନିଶିରେ  । ୧ ।   ସ୍ୱର୍ଗ ସିଂହାସନ ତିଆଗି ହେ ନାଥ, ମାନବ ରୂପ ଧରି ହୋଇଅଛ ଜାତ, ପାପୀ ପାପ-ଭାର କରିବାକୁ ଦୂର, ଆସିଅଛ ଆଜି ଏ ଦୀନ ବେଶରେ  । ୨ ।   ତବ ଶ୍ରୀ ପୟରେ ଭେଟି […]

aji suprabhate asa jiba bhai

ଆଜି ସୁପ୍ରଭାତେ ଆସ ଯିବା ଭାଇ ନବ ପ୍ରେମେ ମିଳି ଯୀଶୁ ନାମ ଗାଇ । ଘୋଷା ।    ସ୍ୱଗୁଁ ଅବତରି ସୁର ପ୍ରଭୁ ଭବେ ଜନମିଲେ ନର ତ୍ରାଣ ପାଇଁ । ୧ । ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା  ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ । ସୂଚୀମାଳାକୁ ଫେରନ୍ତୁ

jaago re soiniko aartho janataa daake

( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ )    ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା, ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା ।    ତେଜି ଉଠ ତରୁଣ ସୈନିକ ଦଳ ଯାଚି ଘେନ ସେନାପତି ବାକ୍ୟ ବଳ ଆଲୋକର ଶିଖା ଜାଳି, ଅନ୍ଧକାର ଦିଅ ଦଳି ଯାଉ ଜଳି ଅଶରୀର ବାରୁଦ ଗୋଳା       […]

doyamaya jishu priya hai moro

(ସ୍ୱର : ଦୟାମୟ ଯୀଶୁ ଧନ ହେ) ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ । ଘୋଷା । ନିଅ ବୋଲି ପ୍ରଭୁ ଦେଲି ମୁହିଁ ତୋଳି ଅତୀତ ଜୀବନ ଶତ ବ୍ୟଥା କାଳି; ଲହୁ ଲୁହେ ଧୋଇ ଦିଅ ପ୍ରେମମୟ ତୁମ ଯୋଗ୍ୟ କରି ନିଅ ହେ     । ୧ । କ୍ରୁଶ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ଶତ ବାସନାର ମୋହ, ନାହିଁ ମୋର ଶକ୍ତି ଟାଣେ […]

chira bandhubara jishu hai sundara

ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର କଳୁଷ ପରାଣେ ରାଜ ଗୋ, ହେ ବିଶ୍ୱ ଗୌରବ  ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା । ପ୍ରଣମି କରୁଗୋ ତୁମଠି ଅଳି, ଆହେ ପାପହାରୀ ପ୍ରାଣ ସଙ୍ଖାଳି, ଅଜ୍ଞାନ ପରାଣୁ ପାପର କାଳିମା  ତୁମରି ଆଲୋକେ ମାଜ ଗୋ      । ୧ ।   ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା, ଆହେ ଜୀବଧାରି, ଜୀବନ-ମୁରଲୀ   […]

sundara madhura naamoti taankara

ସୁନ୍ଦର ମଧୁର ନାମଟି ତାଙ୍କର ନ ପାରେ ମୁରୁଛି କ୍ଷଣେ ମାତର ଯେଣେ ଗଲେ ତେଣେ ନାଚେ ହୃଦ ମୋର କି ଜାଣି କାହିଁକି, ନୁହଇ ପାସୋର । ଘୋଷା । ଦୁଇ ଦୁଇ କରି ଚାରୋଟି ଅକ୍ଷର ବାନ୍ଧି ରଖିଅଛି ସରଗ ସମ୍ଭାର ଆଡ଼ କାଠେ ଛନ୍ଦା ସେହି ନାମ ଚିର ହେଜୁ ନ ହେଜୁଣୁ ପୁଲକେ ଶରୀର । ୧ । ନୀତି ଚମତ୍କାର ପ୍ରୀତି ରତ୍ନାକର ପାପୁଁ ତରିବାରେ  ଅମୋହ ମନ୍ତର ନୋହିଁ […]

praate diya darasana jibana dhana

(ସ୍ୱର : ଆହା କି ମଧୁର ତବ ପ୍ରେମ ପରଶ) ପ୍ରାତେ ଦିଅ ଦରଶନ, ଜୀବନ ଧନ ତୁମେ ପରା ପାପହରା, ମୁକ୍ତିଦାତା ଜ୍ଞାନାଞ୍ଜନ । ଘୋଷା ।    ହୃଦୟ ଦୁଆର ଦେଇ ମୁଁ ଖୋଲି, ଡାକୁଛି ଆତୁରେ ମୋ ଯୀଶୁ ବୋଲି ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ । ୧ ।    ରଜନୀ ଅନ୍ଧାର ହେଲାଣି ଦୂର, ପୂରୁବ ନଭେ ଉଦେ ଦିବାକର  ହୃଦେ ମୋର ଉଦେ […]