doyaa maya jishu dhana hai mote sabutharu kara sano
ଦୟାମୟ ଯୀଶୁ ଧନ ହେ ମୋତେ ସବୁଠାରୁ କର ସାନ । ଘୋଷା । କର ପ୍ରଭୁ ମୋତେ ମାଟିଠାରୁ ହୀନ ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ ଧ ୂଳିରୁ ଆହୂତ ଏ ନିରାଟ ସତ୍ୟ ନ ଭୁଲିବି କଦାଚନ । ୧ । ମର ଶରୀରର ତେଜ ବୀର୍ଯ୍ୟ ବଳ, ଜାଣେ ଦିନେ ଏହା ହୋଇବ ବିଫଳ ଅନିତ୍ୟ ସିନା ଏ ରୂପ ଯଉବନ, ବୁଝିବାକୁ ଦିଅ ଜ୍ଞାନ । ୨ […]
niramala niramala niramala debataa
ନିରମଳ ନିରମଳ ନିରମଳ ଦେବତା ସୁର ନର ପ୍ରଶଂସିତ ସୃଷ୍ଟିକରତା । ଧ୍ରୁବ । ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା । ୧ । ପ୍ରେମମୟ ଅବତାର ଅଦ୍ୱିତୀୟ କୁମର କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା । ୨ । କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ, ପତିତ ଜନ ବାନ୍ଧବ, ପାପହରତା । ୩ । ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା, ଅନୁପମ ବରଦାତା ନୀତି ବିଧାତା । ୪ । […]
momo drudaya chandana jishu jaya jagata chandana
(ସ୍ୱର : ତୁମେ ଅଧମ ପତିତ ନରେ) ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । ଘୋଷା । ପାତକୀ ଜୀବନ ଧନ ଜଗଜ୍ୟୋତି ଦୀନବନ୍ଧୁ ମନମୋହନ ପାପହାରୀ ତ୍ରାଣକାରୀ ଜୟ ସର୍ବଶକ୍ତିମାନ । ୧ । ପତିତ ମୁକତି ପଥ ରୋଗ ଶୋକ ଦୁଃଖହାରୀ ଜଗତନାଥ ଜୟ ଜୟ ମୃତ୍ୟୁଞ୍ଜୟ ଜୟ ବିଘ୍ନ ବିନାଶନ । ୨ । ଯୋଗୀ ଋଷି ଜପମାଳ […]
tumori ujjala pradipo jaalo
( ସ୍ୱର : ସୁଧାର ଭାରତ ଘୁମାବେ କତ ) ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ, ଆମରି ଅନ୍ଧାର ଘରେ ସବୁ ପାପ ନିଶା ଅପସରି ଯାଉ, ତୁମ ଆଲୋକର ଜ୍ୟୋତିଃରେ । ଘୋଷା । କୋଣେ କୋଣେ ଯେତେ ଅନ୍ଧାର ଅଛି, ତୁମରି ସ୍ପର୍ଶେ ଦିଅ ଗୋ ନାଶି, ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ । ୧ । ଦୂରେଇ ଯାଉ ହେ ଅପ୍ରୀତି ନିଶା, ଅପ୍ରେମ, ଅନ୍ଧାର, ଅସତ୍ୟ, […]
aamo paribaare tume ruha sabu
( ସ୍ୱର : ଆଉ କିଛି ପ୍ରଭୋ ଚାହେଁ ନା ଜୀବନେ ) ଆମ ପରିବାରେ ତୁମେ ରୁହ ପ୍ରଭୋ ! ଶୁଭାଶିଷେ ଭରି ତାହାକୁ, ଯାହା ପାଇଁ ଲୋଡ଼ା, ଯେଉଁ ଦାନ ପ୍ରଭୁ, ଦେଉଥାଅ ନିତି ତାହାକୁ । ଘୋଷା । ଧ ନ ପାଇ ଯେବେ, ଆମ ପରିବାର ଭୁଲିଯାଏ ପ୍ରଭୁ ତୁମକୁ, ସେଭଳି ଧନରେ ଲୋଡ଼ା ନାହିଁ ପ୍ରଭୋ, ଖ୍ରୀଷ୍ଟ ଧନେ ଭର ତାହାକୁ ଆମ ପରିବାରେ ଦିଅ ପ୍ରଭୋ ଶାନ୍ତି, ପ୍ରୀତି, […]
(aaha) aamo laagi jishu aasile (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ,
(ସ୍ୱର : ମୋତେ ଖୋଜି ଖୋଜି ଯୀଶୁ) (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ, ସାନ ଗ୍ରାମଟିରେ ଶ୍ରୀଯୀଶୁ ଜନମ ଲଭିଲେ । ଧ୍ରୁବ । ପୂତ ପରିବାରେ ଶିଶୁର ରୂପରେ ଦିନୁ ଦିନୁ ସେତ ବଢ଼ିଲେ, ପିତା, ମାତା, ଭ୍ରାତା, ଭଗିନୀ ମମତା ସବୁ ଅନୁଭୂତି ଲଭିଲେ । ୧ । ଅଳସ ଜୀବନ ନ କରି କ୍ଷେପଣ ପିତା ସଙ୍ଗେ କାମେ ଲାଗିଲେ, ଦୁଃଖର ସଂସାରେ କେତେ ପରକାରେ ନିତି ସେ ସାହାଯ୍ୟ […]
aaso jishu ruha tume niti aamo saathire
( ସ୍ୱର : ଆସ ଶିଶୁ ସଖା ଯୀଶୁ ) ଆସ ଯୀଶୁ ରୁହ ତୁମେ ନିତି ଆମ ସାଥୀରେ ଆମେ ତୁମ ସାନ ଶିଶୁ ଡାକୁଅଛୁ ଅଧୀରେ । ଧ୍ରୁବ । ଆମ ପ୍ରିୟ ପିତାମାତା ପୁଣି ଯେତେ ଭଗ୍ନୀ ଭ୍ରାତା ସମସ୍ତଙ୍କୁ ଆଉଜାଇ ରଖ ତୁମ କୋଳରେ । ୧ । ଦେଖାଇ ସୁନ୍ଦର ଗୁଣ ତୁମ ପରି ହେବୁ ପୁଣ ଜୀବନ ବାସନା ଆମ ବିକଶୁ ଜଗତରେ । ୨ । ସାନ […]
(aaji) khristiya gruhare (ଆଜି) ଖ୍ରୀଷ୍ଟୀୟ ଗୃହରେ,
(ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ) (ଆଜି) ଖ୍ରୀଷ୍ଟୀୟ ଗୃହରେ, ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ । ବିଗତ ଦିନର ଶତ ମଳିନତା ପାପ ପ୍ରତି ଆଶା, ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ ତୁମରି ଜୀବନେ ଯୀଶୁ ନାଥ । ୧ । ସାନ ମେଷପଲ ଆମ ପରିବାର, ହେ ମେଷପାଳକ, ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ […]
ey groohe aasho he prabhu posi aaso
(ସ୍ୱର : ଦୁଆରେ ଉଭା ନ ହୋଇ) ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ, ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ । ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି, କାଢ଼ି ଦିଅ ବନ୍ଧୁ ମୋର, ତୁମ ଶକ୍ତି ବଳରେ । ୧ । ଯଦି ଅସାର ଏ ଧରା କରିଥାଏ ପଥହରା, ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ । […]
aahe jishu aaso amo dino kutere hai
( ସ୍ୱର : ଆସ ପ୍ରଭୁ ଆସ ଆଜି ) ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ । ଆମର ଘରର ପାପ ତମ ନାଶ ତୁମ ଆଲୋକରେ ହେ, ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି ଆମ ହୃଦେ ଭରି ଦିଅ ହେ । ୧ । ନବୀନ ପ୍ରେରଣା ନବ ଉଦ୍ଦୀପନା ତୁମ ଶକ୍ତି ବଳେ […]