aaha ki aanondo susomaachaaro mortyo pure helaa aaji prochaaro ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର

ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର ! ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା । ଦାଉଦ ରାଜାର ନଗର ନିକଟ ଥିଲା କେତେକ ମେଣ୍ଢାଗୋଠ ରଖୁଆଳଗଣ ପାଳି ପାଳି କରି ରାତ୍ରେ ଜଗିଥିଲେ ସ୍ୱପଲ । ୧ ।  ଈଶ୍ୱରଙ୍କ ଦୂତ ହେଲେ ଉପସ୍ଥିତ ସେମାନଙ୍କର ସନ୍ନିକଟ, ଦେଖି ଐଶ୍ୱରିକ ତେଜ ଚତୁର୍ଦ୍ଦିଗେ ଭୟ କଲେ ଅତି ମନର । ୨ ।  କହଇ ସେ ଦୂତ ନ […]

uttho huo deeptimaano ondho kaaro baasi gono

ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ, ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା । ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ, ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ । ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ । ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ, ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ । ୩ […]

gaao gaao he aanonde jaya gito

ଗାଅ ଗାଅ ହେ ଆନନ୍ଦେ ଜୟଗୀତ ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା । ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ, ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ, ଆସିଛନ୍ତି ସେହି ସୁସମାଚାର ନେଇ, ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ, ଶୟତାନର ବଳ ଗର୍ବ କରିବେ ଖର୍ବ, ଦୂର କରିବେ ପାପ ଉତ୍ପାତ । ୧ । କି ଆନନ୍ଦ ସୁସମ୍ବାଦ ଅଟଇ ଏହି ! ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ, ମୃତ୍ୟୁଚ୍ଛାୟା […]

aaso he bhaayee kori su-gaano

( ସ୍ୱର : ଆଃ କି ଆନନ୍ଦ ସୁସମାଚାର ) ଆସ ଭାଇ ହେ କରି ସୁଗାନ ମହା ପ୍ରଭୁଙ୍କ ଦୟା କୀର୍ତ୍ତନ । ଘୋଷା । ଆମ୍ଭମାନଙ୍କ କ୍ଷେତ୍ରେ ଦୃଷ୍ଟି କର, ଶସ୍ୟ ସବୁ ପାଚିଅଛି ସୁନ୍ଦର; କଲେ ଦୟାବାନ ଆଶୀର୍ବାଦ ଦାନ, କ୍ଷେତ୍ର ଶସ୍ୟରେ ସୁପୂର୍ଣ୍ଣ । ୧ । କୃଷକ ଲୋକେ କରି ବହୁଶ୍ରମ କେତେ ଭୋଗିଲେ ଅଙ୍ଗେ ଗ୍ରୀଷ୍ମ ଘର୍ମ କରି ଉତ୍ପାଟନ ବନ୍ୟ ତୃଣମାନ ସୁବୀଜ କଲେ ବପନ । […]

probhu mondire muhin probeshile

ପ୍ରଭୁ ମନ୍ଦିରେ ମୁହିଁ ପ୍ରବେଶିଲେ ବହୁବିଧ ଲାଭ ମିଳଇ । ଘୋଷା ।    ବିବିଧ ଦୁଃଖ ମୋ ପଛେ ଥାଏ ଗୋଡ଼ାଇ, ପ୍ରଭୁ ଶ୍ରୀମୁଖ ଦର୍ଶନେ ଯାଏ ପଳାଇ । ୧ । ପ୍ରଭୁଙ୍କ ଶାସ୍ତ୍ରରୁ ସୁପଦେଶ ଶୁଣଇ, ସ୍ୱର୍ଗପଥ ପାଇ ସୁଖେ କାଳ କାଟଇ । ୨ । ପ୍ରଭୁଙ୍କ ପ୍ରାର୍ଥନା ଗୃହ ବିଖ୍ୟାତ ଏହି, ପ୍ରାର୍ଥନାରୁ କେଡ଼େ ସୁଖ ଶାନ୍ତି ଜନ୍ମଇ । ୩ ।    ଧ ୍ୟାନାଳୟ ଅଟେ ଏହି […]

jaagorono jaago jaali jaago jaati jubaa baali

ଜାଗରଣ ଜାଗ ଜାଳି ଜାଗ ଜାତି ଯୁବା ବାଳୀ, ଯୀଶୁ ନାମେ ଆଜି ବୋଲ ଜୟ, ଅଳସ ବିଳାସ ଛାଡ଼ି  କରମ କଠାଉ ମାଡ଼ି ଧରମ ପଥରେ ଚଳି ଗାଅ ଜୟ । ଘୋଷା ।    ଦେଶର ଦଶର ଦୁଃଖେ ଝରୁ ଲୋତକ, ମଡ଼ା ଲାଗି ଛିଡ଼ା ହୁଅ କରରେ ଶୋକ, ମରଣ ମାଙ୍ଗଳିକ ତିଆଗ ତଟେ ମାଗିଣ ବୋଲ ତୁମେ ଜୟ । ୧ ।    ଜଳିତର ଲାଗି ତୁମେ ହୁଅ ଦଳିତ, […]

aahe sundoro aaso aaji tume bhasho tumo baani ey milone

ଆହେ ସୁନ୍ଦର ଆସ ଆଜି ତୁମେ, ଭାଷ ତୁମ ବାଣୀ ଏ ମିଳନରେ, ତ୍ୟାଗର ସରସ ପରଶ ଦିଅହେ, ଉଦ୍ଦୀପନା ଆସୁ ଅନନ୍ତରେ    । ଘୋଷା ।    ଜାଗରେ ଉତ୍କଳ ସନ୍ତାନ ଆଜି କହୁଛ ଗୋପନ ମନ୍ତ୍ରରେ, ମୋହରି ଉଦାର ବାଣୀର ପ୍ରଚାର-କରମେ ନିୟତେ ଲାଗରେ           । ୧ ।    ମୋହରି ଶରଣ ବରଣ କର, କ୍ରୁଶର ପତାକା ଧରରେ, ତ୍ୟାଗର ସରସ ସାଜରେ ସାଜିଲେ ସୁଖର ସନ୍ଧାନ ମିଳେରେ        । ୨ । […]

khristiyano sobhaa dekhi hue hrusto mono

ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନ, ହୃଷ୍ଟ ହୁଏ ମନ, ଏକକୁ ଆରେକ ଭାଇ ଭାଇ ସମ୍ବୋଧନ । ଘୋଷା ।    ମିଶନେରୀଗଣ ଆସି ସୁସମାଚାର ପ୍ରକାଶି, ତାଙ୍କ ଶ୍ରମଫଳ ପ୍ରଭୁ କରାନ୍ତି ଦର୍ଶନ । ୧ । ଖ୍ରୀଷ୍ଟାଶ୍ରିତ ସଭା ଦେଖି          ମନ ହୁଏ ଅତି ସୁଖୀ, ଏଣୁ ପିତା ପ୍ରଭୁଙ୍କର କର ହେ ଭଜନ । ୨ । ନାନା ଜାତି ନାନା ଭାଷୀ         ମିଳନ୍ତି ଏକତ୍ର ଆସି, ଏକାବେଳେ ପାସୋରନ୍ତି         […]

dekho kemonto jibito ki bohumulya pothoro

( ସ୍ୱର : କର ଆହେ ନରଗଣ ) ଦେଖ କେମନ୍ତ ଜୀବିତ କି ବହୁମୂଲ୍ୟ ପଥର !  ସୁପରୀକ୍ଷିତ କୋଣସ୍ଥ ଅତି ଦୃଢ଼ ମନୋହର । ଘୋଷା । ଗାନ୍ଥକଗଣ ସମସ୍ତ   କଲେ ତାଙ୍କୁ ତୁଚ୍ଛୀକୃତ, ଈଶ୍ୱର ଗୁନ୍ଥିଲେ ନିଜ ମଣ୍ଡଳୀ ତହିଁ ଉପର । ୧ । ଫାରୁଶୀ ଓ ଅଧ୍ୟାପକ ଆଉ ପ୍ରଧାନ ଯାଜକ, କଲେ ତାଙ୍କୁ ହେୟଜ୍ଞାନ କରି ନିନ୍ଦା ଅନାଦର । ୨ ।    ତଥାପି ଏହି ପଥର […]

aaha ki subho probhaato aaha ki mongolo praato

ଆଃ କି ଶୁଭ ପ୍ରଭାତ ! ଆଃ କି ମଙ୍ଗଳ ପ୍ରାତଃ ! କେଡ଼େ ଉଲ୍ଲସିତ ହେଲି କରି ମୁଁ ନେତ୍ରପାତ ! । ଘୋଷା ।    ଯେଉଁ ଦିନ ତ୍ରାତା ଖ୍ରୀଷ୍ଟ ହୋଇ ଗୌରବାନ୍ୱିତ ସମାଧିକୁ କରି ଜୟ ହୋଇଥିଲେ ଉତ୍ଥିତ । ୧ ।   ପାପାତ୍ମା ଅପଲ୍ୟନ ମହିପତି ଯେଉଁଦିନ  ହୋଇ ସମ୍ପୂର୍ଣ୍ଣ ଲଜ୍ଜିତ ହୋଇଲା ପରାଜିତ । ୨ ।    ଭାଙ୍ଗିଲେ ମୃତ୍ୟୁ-ନାହୁଡ଼ ପାପ ନରକ ବଳ, ଶତ୍ରୁଙ୍କୁ […]