chha ha dino hoila goto helaa darshana bisraamo probhaato

ଛଅ ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ; କି ଆମୋଦ ଦିନ କଲା ଆଗମନ, ଆଜି ଦେହ ଆତ୍ମା ବିଶ୍ରାମପ୍ରାପ୍ତ । ଘୋଷା । ସୃଷ୍ଟିକାଳେ ପରମେଶ୍ୱର କରିଥିଲେ ବିଶ୍ରାମ ଆର, କରି ଆଶୀର୍ବାଦ କରିଲେ ବିଶ୍ରାମ କରି ସର୍ବ ସୃଷ୍ଟି ପ୍ରଭୁ ସମାପ୍ତ । ୧ । ସର୍ବ ଅସାର ଚିନ୍ତାମାନ କରି ପରିତ୍ୟାଗ ହେ ମନ, ଖ୍ରୀଷ୍ଟ ପ୍ରେମ ଚିନ୍ତା ପ୍ରଭୁଙ୍କର କଥା ଏ ଆଦିରେ ହେଉ ଏ ଦିନ ଅନ୍ତ […]

prabhu suno dhanyobaado nibedono pokaayee krupaa nayana hai

ପ୍ରଭୁ, ଶୁଣ ଧନ୍ୟବାଦ ନିବେଦନ ପକାଇ କୃପା ନୟନ ହେ । ଘୋଷା ।    ସନ୍ଧ୍ୟାବେଳ ସ୍ତୁତି ପ୍ରାର୍ଥନା ମୋହର ପ୍ରବେଶୁ ତୁମ୍ଭ ଛାମୁରେ ହେ, ସନ୍ଧ୍ୟାବେଳ ସୁଗନ୍ଧି ଧୂପ ସଦୃଶ କର ତୁମ୍ଭେ ସୁଗ୍ରହଣ ହେ । ୧ ।    ବଞ୍ଚାଇଲ ଦେହ ପ୍ରାଣ ଆଜି ଦିନ ମୋର ରକ୍ଷକ ହୋଇଣ ହେ, ଆପଦ ସଙ୍କଟ ପରୀକ୍ଷା ସମସ୍ତ କଲ ତୁମ୍ଭେ ନିବାରଣ ହେ । ୨ । କଲ ପ୍ରୟୋଜନ ସୁମଙ୍ଗଳ […]

mono probhaato kaale kara prabhu dhanyabado

ମନ, ପ୍ରଭାତ କାଳେ କର ପ୍ରଭୁ ଧନ୍ୟବାଦ ହୃଷ୍ଟ ଚିତ୍ତରେ । ଘୋଷା । ଗତ ଦିନ ରଜନୀରେ କଲେ କୃପା ଦାନ ମୋରେ, ଆପଦ ଶଙ୍କଟ ମୋର ସେ ଦୂର କଲେ । ୧ । ନିଦ୍ରାକାଳେ ମୋ ନିକଟେ ଜଗିଥିଲେ ତାଙ୍କ ଦୂତେ, ହୋଇଲେ ରକ୍ଷକ ମୋର ଘାର ନିଦ୍ରାରେ । ୨ । ଥିଲା ନାନାଦି ଆପଦ ଘେରି ମୋର ଚତୁର୍ଦ୍ଦିଗ, ସମସ୍ତ ହେଲା ଖଣ୍ଡନ ତାଙ୍କ କୃପାରେ । ୩ । […]

jaago jaago mono hai probhaato nishi

ଜାଗ ଜାଗ ମନ ହେ ପ୍ରଭାତ ନିଶି, ଉଦେ ହେଲା ଦିନମଣି ପୂର୍ବରେ ତେଜ ଦିଶି । ଘୋଷା ।    ଗତ ଦିବାରାତ୍ରେ ଯେତେ ଆପଦ ଥିଲା ଗ୍ରାସି, ସେ ଭୟରୁ ରକ୍ଷା କଲେ ତୋ ପିତା ସ୍ୱର୍ଗବାସୀ । ୧ । ପାପ-ସମୁଦ୍ରରେ ମନ ନିତ୍ୟ ଯାଉଛି ଭାସି, ତରିବାକୁ ଉପାୟ ଭରସା ଆଉ ନ ଦିଶି । ୨ । ତରିବାକୁ ଭବ-ସିନ୍ଧୁ ଭରସା ନାହିଁ କିଛି, ଜନ୍ମାନ୍ଧର ପ୍ରାୟେ ଘୋର ଅରଣ୍ୟେ […]

probhaato o sondhyaa stuti mono moro

ପ୍ରଭାତ ଓ ସନ୍ଧ୍ୟାର ସ୍ତୁତି ମନ ମୋର, ଜାଗ ଜାଗ, ପ୍ରାର୍ଥନାରେ ଜାଗରେ । ଘୋଷା ।    ରାତ୍ରି ହେଲା ଅବସାନ, ଭାନୁ ଦୀପ୍ତି ଆଗମନ, ନିଦ୍ରା ଭାଙ୍ଗି ପକ୍ଷୀଗଣ କରୁଛନ୍ତି ଗାନରେ । ୧ ।    ଗତ ରାତ୍ର ଆଶଙ୍କାରୁ ପାପ ମନ୍ଦ ପରୀକ୍ଷାରୁ  ରଖିଲେ ଯେ ପ୍ରଭୁ ତୋତେ ତାଙ୍କ ସ୍ତବ ଗାଅରେ । ୨ ।    କୁଶଳେ ହେବାକୁ ଶେଷ ଆଜି ଦିବସ ପ୍ରବାସ, ମାଗ ତୋ ସ୍ୱର୍ଗସ୍ଥ […]

huo he probhujishu prashana

ହୁଅ ହେ ପ୍ରଭୁ ଯୀଶୁ ପ୍ରସନ୍ନ, ହୁଅ ଏହି ସଭାରେ ବିଦ୍ୟମାନ । ଘୋଷା । ଆମ୍ଭେମାନେ ଅଯୋଗ୍ୟ ଦୀନହୀନ କରୁଅଛୁଁ ପ୍ରାର୍ଥନା ନିବେଦନ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଅଟେ ଅନୁଗ୍ରହ ନିଧି ପ୍ରମାଣ । ୧ । ନିଜ ପ୍ରତିଜ୍ଞା କର ହେ ସ୍ମରଣ ହେ ପ୍ରଭୁ ଯୀଶୁ ଅନନ୍ତ ଜୀବନ  ଯେଉଁ ଠାବରେ ଦୁଇ ତିନି ଜଣ ତୁମ୍ଭ ନାମେ ହୋନ୍ତି ଏକତ୍ର ପୁଣ । ୨ । ତୁମ୍ଭେ ହୋଇ ସେଠାରେ ବର୍ତ୍ତମାନ […]

aaso prabhu aaso aaji ehi sobhaasthaane hai

ଆସ ପ୍ରଭୋ ! ଆସ, ଆଜି ଏହି ସଭାସ୍ଥାନେ ହେ; ଚାହିଁ ବସିଅଛୁ ଶୂନ୍ୟ ହୃଦୟେ ପୂଜା ଆୟୋଜନେ ହେ । ଘୋଷା । ପାପର ପ୍ରମାଦ       ସାଧେ ଯଦି ବାଦ ତବ ଆଗମନେ ହେ, ପାପ ତାପ ବିଷ କରି ହେ ନିଃଶେଷ ବସ ହୃଦାସନେ ହେ । ୧ । ସଂଜୀବିତ କରି       ଉତ୍ସାହେ ତୁମ୍ଭରି, ତୁମ୍ଭ ଆତ୍ମାଗୁଣେ ହେ, ଉଜ୍ଜାଗର କର ଜୀବନ ଆମର ବାନ୍ଧି ପ୍ରାଣେ ପ୍ରାଣେ ହେ । ୨ […]

prabhu tobo su kalyaano ey poribaaronku daano

ପ୍ରଭୁ ତବ ସୁକଲ୍ୟାଣ ଏ ପରିବାରକୁ ଦାନ  କରି ତୁମ୍ଭ ପ୍ରତି ପ୍ରେମ ଜନ୍ମାଅ ଯାବଜ୍ଜୀବନ । ଘୋଷା । ଏ ପରିବାର ତୁମ୍ଭର ପ୍ରିୟପୁତ୍ର ଯୀଶୁଙ୍କର ନାମରେ ଦୃଢ଼ ବିଶ୍ୱାସ ରଖି କାଟନ୍ତୁ ଜୀବନ । ୧ । ତୁମ୍ଭ ପ୍ରତି ଭୟ ପ୍ରେମ, ଧର୍ମଶାସ୍ତ୍ର ଅଧ୍ୟୟନ ନିବେଦନ ବା ଗାୟନ କରିବାର ନୋହୁ ଶୂନ୍ୟ । ୨ । ତବ ମନ୍ଦିରର ପ୍ରତି   ସର୍ବ ଧର୍ମ କର୍ମ ପ୍ରତି  ସର୍ବାବସ୍ଥାରେ ଏହାଙ୍କ ଭକ୍ତି କରାଅ […]

praathonaa re huo probruto

ପ୍ରାର୍ଥନାରେ ହୁଅ ପ୍ରବୃତ୍ତ, ଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ । ଘୋଷା । ପ୍ରାର୍ଥନା କାଳରେ କେତେ ବିଷୟ ଜନ୍ମାଏ ବାଧା ମନରେ ! ତେବେ ମଧ୍ୟ ଯେଉଁ ନର         ପ୍ରାର୍ଥନାକୁ ଜାଣେ ସାର, ହୁଅଇ ସେ ସଚେଷ୍ଟିତ ପ୍ରାର୍ଥନାରେ ଅବିରତ । ୧ । ପ୍ରାର୍ଥନାର ଗୁଣ, ନିବିଡ଼ ମେଘକୁ କରଇ ଛିନ୍ନଭିନ୍ନ, ଯାକୁବର ଦୃଶ୍ୟ-ଶିଢ଼ି ପ୍ରାର୍ଥନାରେ ତହିଁ ଚଢ଼ି  ହୁଏ ଆଶୀର୍ବାଦ ଦତ୍ତ, ଧର୍ମେ କରେ ସ୍ଥିର ଚିତ୍ତ । ୨ […]

kara proti dino dhyaano probhunka bochono

କର ପ୍ରତି ଦିନ ଧ୍ୟାନ ପ୍ରଭୁଙ୍କ ବଚନ, ଅଟେ ମନୋହର ଦିବ୍ୟ ଜ୍ଞାନାକର, ମହାନନ୍ଦ କରେ ଦାନ । ଘୋଷା ।    ତହିଁ ସୁପ୍ରକାଶ ପିତା ମହା ପ୍ରେମ, ଦିଶେ ଯୀଶୁଙ୍କ ବଦନ; ମନୋହର ଜ୍ଞାନ ଉପମା ବଚନ ପ୍ରତି ପତ୍ରରେ ଲେଖନ । ୧ ।    ଶାନ୍ତ ଭାରଗ୍ରସ୍ତ ଲୋକଙ୍କର ପ୍ରତି ଦାନ କରେ ମହାଶାନ୍ତି; ଯୀଶୁଙ୍କ ଶ୍ରୀମୁଖ ମଧୁର ବଚନ ତହିଁରେ ହୁଏ ଶ୍ରବଣ । ୨ ।    ବିପଥ […]