jishu prati kara drusti mono hruste

ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା ।    ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି ଯୀଶୁ ପୁନରାଗମନ; ଦିଶୁ ସେ ଅଛନ୍ତି ସୁନ୍ଦର କେମନ୍ତି ଜଗତରେ ଥିବା ପ୍ରତି ହେ । ୧ ।    ଯେଉଁ ଯୀଶୁ ଥରେ ଗୋରୁ ଗୁହାଳରେ ଶୋଇଥିଲେ ହୋଇ ଜଡ଼ିତ ବସ୍ତ୍ରରେ  ଏବେ ସେ କେମନ୍ତ ଗୌରବରେ ଅତି ମର୍ତ୍ତ୍ୟ ପୁରେ ଆସୁଛନ୍ତି ହେ । ୨ […]

ki karma kalu re paamoro

କି କର୍ମ କଲୁ ରେ ପାମର ! ଯଗୁ ଶେଷେଦିନେ ପ୍ରଭୁ ସନଧ୍ନି ।ନେକ ିବୋଲି ଦେବ ୁତୁ ଉତ୍ତର? । ଘୋଷା । ଯୀଶୁ ସେହି ଦିନେ ରାଜ ସିଂହାସନେ ବସିଣ କରିବେ ବିଚାର; ଅବିଶ୍ୱାସୀ ପାପୀ ଭୟେ କମ୍ପି କମ୍ପି ମୁଖ କି ଟେକିବେ ଉପର ? । ୧ ।    ଡାହାଣେ ଧାର୍ମିକ ବାମେ ପାପୀ ଲୋକ ଉଭା ହେବେ ବେନି ପାଶ୍ୱର୍ର; ଧାର୍ମିକଙ୍କ ପ୍ରତି ହୋଇ ତୁଷ୍ଟ ଅତି ଅଧିକାର […]

bada sankata dino aasu achi ghorotore kori gorjana

ବଡ଼ ସଙ୍କଟ ଦିନ, ଆସୁଅଛି ଖରତରେ କରି ଗର୍ଜ୍ଜନ । ଘୋଷା ।    ଦେଖ ଆକାଶେ, ପ୍ରଭୁ ଯୀଶୁ ଆସୁଛନ୍ତି ଏହି ଭୁବନେ; ଚନ୍ଦ୍ର ସୂର୍ଯ୍ୟ କଳା ହେବ, ନକ୍ଷତ୍ର ସବୁ ଝଡ଼ିବ, ସକଳ ମୃତ ଦେହର ହେବ ଉତ୍ଥାନ । ୧ । ଏହି ପୃଥିବୀ ତରଳି ମିଳାଇଯିବ ଦେଖି ତତ୍‌କ୍ଷଣ; ପ୍ରଭୁ ଯୀଶୁ ମେଘାରୁଢ଼, ତୂରୀ ଶବ୍ଦ କି ପ୍ରଚଣ୍ଡ, ଆକାଶ ଭାଙ୍ଗିବ ମହା ଶବ୍ଦ କରିଣ । ୨ । ଏକ […]

kara drusti sarba srusti jishu moha rajanku

କର ଦୃଷ୍ଟି ସର୍ବ ସୃଷ୍ଟି ଯୀଶୁ ମହାରାଜାଙ୍କୁ, ମେଘ ରଥେ ଆସୁଛନ୍ତି ବିଚାର କରିବାକୁ । ଘୋଷା । ପ୍ରତ୍ୟେକର ନୟନ    କରିବ ହେ ଦର୍ଶନ ଆହୁରି ଦେଖିବେ ଯେତେ ବିନ୍ଧିଥିଲେ ତାହାଙ୍କୁ । ୧ । ପିତାଙ୍କ ଐଶ୍ୱର୍ଯ୍ୟରେ  ଆସିବେ ସେ ତେଜରେ  ସଙ୍ଗେ ଘେନି କୋଟି କୋଟି ପରାକ୍ରାନ୍ତ ଦୂତଙ୍କୁ । ୨ । ହେବ ତୂରୀ ବାଦନ   ଯେହ୍ନେ ଘୋର ଗର୍ଜ୍ଜନ, କୋଟିଏ ମେଘ ଗର୍ଜ୍ଜନ ସରି ନୋହିବ ତାକୁ । ୩ […]

kebe sehi subho dino netre karibi mu darshana

କେବେ ସେହି ଶୁଭ ଦିନ ନେତ୍ରେ କରିବି ମୁଁ ଦର୍ଶନ ହେ, ଯେ ଦିନେ ମୋ ଯୀଶୁ ସ୍ୱଗୁଁ ତେଜେ କରିବେ ଆଗମନ ହେ ? । ଘୋଷା । ତୂରୀ ନେଇ ଦିବ୍ୟ ଦୂତ ବଜାଇବେ କି ଅଦ୍ଭୁତ, ତା ଶୁଣି ମୋ ମୃତ ଦେହ ହେବ କବରୁ ଉତ୍ଥାପିତ ହେ । ୧ । କରିବି ମୁହିଁ ଦର୍ଶନ ମୋ ପ୍ରଭୁଙ୍କ ଶ୍ରୀ ବଦନ, ବହୁଦିନ ଅଭିଳାଷ ହେବ ମୋହର ସୁସମ୍ପୂର୍ଣ୍ଣ ହେ । […]

kara jodi kohe monimaa kara hai khyamaa

କର ଯୋଡ଼ି କହେ ମଣିମା, କର ହେ କ୍ଷମା, ଶୁଣ ବାରେ ନିବେଦନ, ବରଷେ ସିନା  । ଘୋଷା ।    ନିଜ ଦ୍ରାକ୍ଷାକ୍ଷେତ୍ରେ ଜଣେ କଲେ ରୋପଣ ଗୋଟିଏ ବୃକ୍ଷ ଡିମ୍ବୁରି, କେତେ ବର୍ଷ ଅନ୍ତେ ଫେରି ଗଲେ ଫଳ ଆଶା କରି, ହେଲେ ବିମନା । ୧ ।    ମାଳୀକି କହିଲେ ଯାଇ, ବ୍ୟର୍ଥରେ ସିନା ସ୍ଥାନ ଘେରିଅଛି ବୃକ୍ଷ, ଫଳ ନ ଫଳଇ ଏକ ହେଲାଣି ତିନି ବରଷ ହୋଇବ ହଣା […]

mono tuhi jaanu naahun ki

ମନ ତୁହି ଜାଣୁ ନାହିଁ କି କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି ? । ଘୋଷା ।    ଯେଉଁ ଯୀଶୁ ଥରେ, ବହିଥିଲେ ତୋର ପାପ ନିଜ ପୃଷ୍ଠରେ ସେହି ଯୀଶୁ ଏହିକ୍ଷଣେ          ବସି ପିତାଙ୍କ ଦକ୍ଷିଣେ  ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ । ସେହି ଯୀଶୁ ଥରେ, ବହିଥିଲେ କ୍ରୁଶକାଠ ଅତି କଷ୍ଟରେ ତହିଁ ହୋଇ କ୍ଷତଯୁକ୍ତ ହେଲେ ତୋର ପାଇଁ ହତ ଏବେ ଦେଖାନ୍ତି […]

nische mu jaanoyee ey bakyo sidhaanto

ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା । ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ    । ୧ । ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ      । ୨ । କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ        । ୩ । ସେ ଯୁଗ ଶେଷରେ ଏହି ପୃଥିବୀରେ ଗୌରବେ ହେବେ ପ୍ରକାଶିତ           । […]

jishu nityo jibito mano hue ki hrusto chito

ଯୀଶୁ ନିତ୍ୟ ଜୀବିତମାନ ହୁଏ କି ହୃଷ୍ଟ ଚିତ୍ତ ! ଯୀଶୁ ସମଭାବେ’ଛନ୍ତି ନିତ୍ୟ ଜୀବିତ । ଘୋଷା । ପାପ ଅପାର ମୋର ପାରିବ କି କରି ଭୟ ଜନ୍ମାଇ ଘୋର ? ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ସଦା ଅଟେ ଶକ୍ତିମନ୍ତ, ତହିଁ ହେବ ମୋର ସର୍ବ ପାପ ମାର୍ଜିତ । ୧ । ଦୁଃଖ ପରୀକ୍ଷା କ୍ଳେଶ ପାରିବେ କି କରି ମିଶି କ୍ଷତି ମୋ ଲେଶ ? ନାହିଁ, ଏ ତ ଅସମ୍ଭବ, […]

probhu hoi punoruthito

ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ, ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା ।    କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ, ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ । ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ, ଆହେ ଗାଲିଲୀୟ ନିବାସୀ ସମସ୍ତେ, କିମର୍ଥେ ଅନାଇ ହୁଅ ଚକିତ । ୨ […]