aaha ki monohoro raajya aasoyee santi rajaro
ଆହା କି ମନୋହର ରାଜ୍ୟ ଆସଇ ଶାନ୍ତି ରାଜାର, ଜୟ ଜୟ ଶବ୍ଦ ତିନିପୁର । ଘୋଷା । ପୃଥ୍ୱୀ ସର୍ବଦେଶୀ କିବା ସର୍ବଭାଷୀ ଦାସ ହୋଇବେ ତାଙ୍କର ସଦା ସର୍ବକ୍ଷଣ ରାଜତ୍ୱ ଗୌରବ ପରାକ୍ରମ ତାହାଙ୍କର ସର୍ବ ନରାତ୍ମାରେ ମହାଶାନ୍ତି ହେବ, ହୃଦେ ବାସ ଧର୍ମାତ୍ମାର, । ୧ । ଶୂନ୍ୟ ଦେଶେ ମହା ଆନନ୍ଦ; ବନସ୍ତ ଗୋଲାବ ପ୍ରାୟେ ପ୍ରଫୁଲ ଅନ୍ଧଙ୍କର ଚକ୍ଷୁ ପ୍ରସନ୍ନ ହୋଇବ କର୍ଣ୍ଣେ ଶୁଣିବେ ବଧିର, । ୨ […]
bojaao bojaao aaji somoro bheri
ବଜାଅ ବଜାଅ ଆଜି ସମର ଭେରୀ ଦ୍ୟାବଳ ସେନାଦଳ ଚୌଦିଗେ ଘେରି । ଘୋଷା । ଉଡ଼ାଅ ଜୟଧ୍ୱଜା ନଗରେ ଗ୍ରାମେ, ଗୌରବେ ପୁରୁ ଧରା ଯୀଶୁଙ୍କ ନାମେ, ଦେଖି ଏ ରଣରଙ୍ଗ ଦେଉ ଛତ୍ରଭଙ୍ଗ, ପଳାଉ ସ୍କନ୍ଧେ ଶତ୍ରୁ ଶିବିର ଡ଼େରି । ୧ । ତ୍ରାଣର ଶିରସ୍ତ୍ରାଣ ପିନ୍ଧି ମସ୍ତକେ, ଆତ୍ମାଙ୍କ କରବାଳ ଧରି ପ୍ରତ୍ୟେକେ, ବିଶ୍ୱାସ-ଢାଲ ସ୍କନ୍ଧେ, ସତ୍ୟ କଟି ବନ୍ଧେ, ଆଦେଶେ କ୍ଷିପ୍ରପଦେ ଆସ ବାହାରି । ୨ […]
jishu karanti raajyo ki gourabo re
ଯୀଶୁ କରନ୍ତି ରାଜ୍ୟ କି ଗୌରବରେ, ଆଣ୍ଠୁ ପକାଅ ସର୍ବଦେଶୀ ଛାମୁରେ । ଘୋଷା । ଆସ ଆସ ସକଳ ରାଜା ପ୍ରଜାଗଣ, କର ତାଙ୍କୁ ଗୌରବେ ମୁକୁଟ ଭୂଷଣ; ଧନ୍ୟବାଦ ପ୍ରାର୍ଥନା ପ୍ରଶଂସାରୂପ ବଳି, ଜୟ ସ୍ୱରୂପ ଧୂପ ତାଙ୍କୁ ଉତ୍ସର୍ଗ କରି ରାଜଦଣ୍ଡ ତାଙ୍କର ଆଲିଙ୍ଗନ ହେ କର, ଗାଅ ଧାର୍ମିକେ ଜୟ ସ୍ତୁତିରେ । ୧ । କର ହେ ଆନନ୍ଦ ଧ୍ୱନି ଅତି ଉଚ୍ଚରେ, ତ୍ରାଣକର୍ତ୍ତା କରୁଛନ୍ତି ରାଜ୍ୟ କ୍ଷିତିରେ; ରାଜାମାନଙ୍କ […]
( aaji) nogore nogore grammo re grammo re ( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ
( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ ଶୁଭୁ ଯୀଶୁଙ୍କର ଜୟଗୀତ । ଘୋଷା । ଯାଇଛି ଅତୀତ ପାପେ ବିତି ସତ, ଯୀଶୁ ଆଶା ମୋର କରିବେ ଜୀବିତ, ନବ ଜାଗରଣେ ଜାଗ ହେ ସକଳ, ଶୁଭୁ ଏ ଉତ୍କଳେ ଜୟ ଗୀତ । ୧ । ସତେ ଜାଗିବ କି ମୋର ଏ ଉତ୍କଳ; ତା ହୃଦୟନାଥେ ଚିହ୍ନିବ ସତ୍ୱର, ଜୟ ଜୟ ଗୀତି ତା କଣ୍ଠୁ ଶୁଭିବ, ନାଥ ଚାହିଁବେ ଗୋ ହୋଇ […]
he salom raajono
ହେ ଶାଲମ ରାଜନ ! ତବ ପ୍ରିୟ ନାମେ ଏ ମର୍ତ୍ତ୍ୟ ଭୁବନେ ହେଉ ସଦା ଜୟଗାନ । ଘୋଷା । ଆଉ କେତେ କାଳ ରାଜତ୍ୱ କରିବ ଜଗତ୍ପତି ଶୟତାନ ? ତାର ପରାକ୍ରମ କର ସର୍ବ ଚୂର୍ଣ୍ଣ, ରାଜ୍ୟ କର ନରମନ । ୧ । ସଂଗ୍ରାମ ସମ୍ବାଦ ଯୁଦ୍ଧ ଆଡ଼ମ୍ବର ଆଉ ନ ହେଉ ଶ୍ରବଣ, ଲଙ୍ଗଳର ଫାଳ କରୁ ସର୍ବ ନର ଅସ୍ତ୍ରଶସ୍ତ୍ର କରି ଚୂର୍ଣ୍ଣ । ୨ । […]
kohile probhu sworgo raajono
କହିଲେ ପ୍ରଭୁ ସ୍ୱର୍ଗ ରାଜନ ପ୍ରିୟ ପୁତ୍ର ଖ୍ରୀଷ୍ଟଙ୍କୁ ଏ ବଚନ । ଘୋଷା । ଯେ ଯାଏ ତୁମ୍ଭର ଶତ୍ରୁ ସମସ୍ତ ନୁହଁନ୍ତି ତବ ପାଦ ତଳେ ନତ । ୧ । ସେ ପର୍ଯ୍ୟନ୍ତ ବସ ଆମ୍ଭ ଦକ୍ଷିଣେ ହେବେ ଶତ୍ରୁଗଣ ତୁମ୍ଭ ଅଧୀନେ । ୨ । ସିୟୋନଠାରୁ ତୁମ୍ଭ ବଳବନ୍ତ ରାଜଦଣ୍ଡ ନିଶ୍ଚେ ହେବ ନିର୍ଗତ । ୩ । ଶତ୍ରୁଗଣ ମଧ୍ୟେ କରିବ ରାଜ୍ୟ, ତୁମ୍ଭ […]
dhanya dhanya sodaa dhanya heontu
ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା । ତାଙ୍କ ରାଜ୍ୟ ପ୍ରବଳେ ବ୍ୟାପୁ ସର୍ବ ଅଞ୍ଚଳେ ବିନାଶ ହେଉ ବହନ ପାପାନ୍ଧକାର-ରାଜା । ୧ । ତାଙ୍କ ଶତ୍ରୁ ସମସ୍ତ ହେଉନ୍ତୁ ପରାଜିତ, ସ୍ଥାନ ତେଜି ପଳାଉନ୍ତୁ ସର୍ବେ ପାଇଣ ଲଜ୍ଜା । ୨ । ଯେତେକ ମିଥ୍ୟା ମତ ସମୂଳେ ହେଉ ଲୁପ୍ତ, ବାଜୁ ସର୍ବ କର୍ଣ୍ଣେ ତାଙ୍କ ସୁସମାଚାର […]
ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ, ananta ishwara jishu
ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ,ସର୍ବ ଦେଶେ ସର୍ବ ପ୍ରାଣୀ ହୃଷ୍ଟେ କରୁ ଗାନ ହେ । ଘୋଷା । ପ୍ରଭୁଙ୍କର ପ୍ରଭୁ ଯୀଶୁ ରାଜାଙ୍କ ରାଜନ ହେ,ତ୍ରିଭୁବନ କର୍ତ୍ତା ଯୀଶୁ ଅଟନ୍ତି ମହାନ ହେ । ୧ । ସର୍ବ ସୃଷ୍ଟିକର୍ତ୍ତା ଯୀଶୁ ତ୍ରିଲୋକ ରାଜନ ହେ,ତାଙ୍କ ବିନା କେଉଁ ବସ୍ତୁ ନୋହିଛି ସୃଜନ ହେ । ୨ । ଜଗଦ୍ଦୀପ୍ତି ଦୀନବନ୍ଧୁ ଜଗତ ଜୀବନ ହେ,ଅନ୍ଧାର ଗୃହେ ଦିଶନ୍ତି ମାଣିକ୍ୟ ଯେସନ ହେ […]
drudha kono pasanara upare biswasa bharasa
jishu tume more prano moro mohaa poritrano
ଯୀଶୁ ତୁମ୍ଭେ ମୋର ପ୍ରାଣ, ମୋର ମହା ପରିତ୍ରାଣ, ତୁମ୍ଭେ ମୋର ଅନନ୍ତ ଜୀବନ, ମୋର ଶୁକ୍ଳ ପରିଧାନ । ଘୋଷା । ତୁମେ ଦୀନ-ଦୟାସିନ୍ଧୁ, ଉପକାରୀ ପ୍ରିୟ ବନ୍ଧୁ; ପ୍ରେମେ ତୁମ୍ଭେ ମୋ ଲଗା ହୋଇଣ, କ୍ରୁଶେ ଦେଲ ନିଜ ପ୍ରାଣ । ୧ । ତୁମ୍ଭେ ମୋ ପରମ ଗୁରୁ, ମୋ ରକ୍ଷା ଆଶ୍ରୟ ମେରୁ; ତୁମ୍ଭେ ପଥ ସତ୍ୟତା ଜୀବନ, ମହାମହିମ ରାଜନ । ୨ । ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନ, […]