moro dukhi dhana jubaameso
ମୋର ଦୁଃଖୀଧନ ଯୁବାମେଷ କ୍ରୁଶେ ହୋଇ ହତ କରି ପ୍ରାୟଶ୍ଚିତ୍ତ କଲେ ମୋ ଦୂରିତ ମାର୍ଜ୍ଜନା ନିଃଶେଷ । ଘୋଷା । ସେ ରଙ୍ଗ ବସନ କଲେ ପରିଧାନ, କଣ୍ଟା ମୁକୁଟେ ପାଇଲେ ଅପମାନ; ଯେସନେ ମୁଁ ତ୍ରାଣ-ବସନ ପିନ୍ଧିଣ ଗୌରବ ମୁକୁଟେ ହୋଇ ବିଭୂଷଣ । ୧ । ସହିଲେ କଷଣ କ୍ରୁଶୀୟ ଯାତନ, ଆବର ପିତାଙ୍କ କ୍ରୋଧରୂପ ବାଣ; ମୁଁ ଛାର ଯେସନ ପାଇ ସମ୍ମିଳନ ହେବି ପିତାଙ୍କର ସ୍ନେହପାତ୍ର ଜାଣ । […]
probhu jishu ki dukho sahilo he doshi nohi
ପ୍ରଭୁ ଯୀଶୁ, କି ଦୁଃଖ ସହିଲ ହେ ଦୋଷୀ ନୋହି ଦୋଷୀ ପକ୍ଷେ ! ସାହା ହୋଇ ଆହା କେହି ନ ବୋଇଲେ, ଏଡ଼ିକି ଦାରୁଣ ଲୋକେ । ଘୋଷା । ଏ ମହୀ ଉପରେ’ଛନ୍ତି ଯେତେ ନରେ ତୁମ୍ଭ ପରି ନାହିଁ ଦୁଃଖୀ ହେ, ରାଜପୁତ୍ର ହୋଇ ଦାସରୂପୀ ହେଲ ଆଦର ମାନ ଉପେକ୍ଷୀ । ୧ । ମାରିୟା ଜନନୀ ଥିଲା ପୂର୍ବେ ଜାଣି ଶୂଳେ ବିନ୍ଧାଯିବ ପ୍ରାଣ ମୋ, ତାଙ୍କୁ ଏହି ବାଣୀ […]
jishunka swobhaabo dhoribi poche chaalibi
ଯୀଶୁଙ୍କ ସ୍ୱଭାବ ଧରିବି – ପଛେ ଚାଲିବି, ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା । ସ୍ୱର୍ଗ ସୁଖ ତ୍ୟାଗ କରି ଆସିଲେ ଦରିଦ୍ର ପରି, ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି ? । ୧ । ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ ବୁଲିଲେ ବିଦେଶେ ଯାଇ, ମୁଁ କିପାଁ ନ କରିବି ? । ୨ । ଦୁଃଖୀ ଦୁଃଖେ ଦୁଃଖୀ ହେଲେ […]
paapinko nimonte probhu swargo tejino
ପାପୀଙ୍କ ନିମନ୍ତେ ପ୍ରଭୁ ସ୍ୱର୍ଗ ତେଜିଣ ମହୀମଣ୍ଡଳେ ଲଭିଲେ ଦୁଃଖ କଷଣ । ଘୋଷା । ସ୍ୱର୍ଗ ସୁଖ ତ୍ୟାଗ କରି ନର ରୂପ ଦେହ ଧରି ପ୍ରଭୁ ରାଜନ ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ । ୧ । ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମ ଦୟା କରିଣ ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ । ୨ । ଅବଶେଷେ କ୍ରୁଶୋପରେ ଦୁଇ ଚୋରଙ୍କ ସଙ୍ଗରେ ଖ୍ରୀଷ୍ଟ ରତନ ଯିହୁଦୀ […]
muhi nuhoyee lozitto
ମୁହିଁ ନୁହଇ ଲଜ୍ଜିତ ହୋଇଲେ ଖ୍ରୀଷ୍ଟଙ୍କ ଲାଗି ଜଗତେ ନିନ୍ଦିତ । ଘୋଷା । କରିବାକୁ ଅଙ୍ଗୀକାର ସୁନ୍ଦର ନାମ ତାଙ୍କର ହୋଇବାକୁ ତାଙ୍କ କ୍ରୁଶ କାଷ୍ଠେ ଦର୍ପଚିତ୍ତ । ୧ । ଯୀଶୁ ମୋହର ତାରକ, କି କରିବ ନିନ୍ଦା ଦୁଃଖ ? ତାଙ୍କ ନାମ ଅଟେ ମୋର ବହୁମୂଲ୍ୟ ବିତ୍ତ । ୨ । ଜଗତ ନିବାସୀଗଣ କଲେ ମୋତେ ଅପମାନ ତଥାପି ମୁଁ ଯୀଶୁ ନାମେ ହେବି ହୃଷ୍ଟଚିତ୍ତ । ୩ । […]
sobu sukho bhoraa sontaapo paasora
ସବୁ ସୁଖ ଭରା ସନ୍ତାପ ପାସୋରା ସୁଧାମୟ ଯୀଶୁ ନାମ ଡାକ ଡାକ ଥରେ ଆକୁଳ ଅନ୍ତରେ ପୂରିଯିବ ମନସ୍କାମ । ଘୋଷା । ଚିତ୍ତ-ବିନୋଦନ ଭକତ ରଞ୍ଜନ ପାପୀ ହୃଦୟର ତାପ ନିବାରଣ ଡାକ ଡାକ ସେହି ଜଗତ ଜୀବନ ପତିତ ପାବନ ନାମ । ୧ । ସନ୍ଧ୍ୟା ପ୍ରାତେ ଯେବେ ବିହଙ୍ଗ କାକଳି ବିଶ୍ୱ ଜଡ଼ତାରୁ ଉଠେରେ ଆକୁଳି, ସେ ମୂର୍ଚ୍ଛନା ସିନା ସେ ନାମ ଅର୍ଚ୍ଚନା ଯା ସ୍ୱରଗ ସୁଖ […]
hebo ki mo traata namo mo monoru
ହେବ କି ମୋ ତ୍ରାତା ନାମ ମୋ ମନରୁ ବିସ୍ମରଣ ? ନାହିଁ ନାହିଁ, ନ ପାରଇ ପାସୋରି ଯାବଜ୍ଜୀବନ । ଘୋଷା । ଦେଖି ମୋତେ ପାପ-କୂପେ ଅଇଲେ ମାନବ ରୂପେ, ଅଛି କି ପ୍ରେମ ଏ ରୂପ ତ୍ରିଭୁବନରେ ଦର୍ଶନ ? । ୧ । ହୋଇ କେଡ଼େ ଧନବାନ ମୋ ପାଇଁ ହେଲେ ନିର୍ଦ୍ଧନ ନ ଥିଲା ତାଙ୍କ କାରଣ ମୁଣ୍ଡ ପାତିବାର ସ୍ଥାନ । ୨ । ବାସ କଲେ […]
aahe bhojomono khristo naamore hoibo poritraano
ଆହେ ଭଜମନ ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ ଚିତ୍ତେ ଭାବିଲେ ପାଇବ ଦରଶନ । ଘୋଷା । ଶୂନ୍ୟର ଉପରେ ମହାଶୂନ୍ୟ ସେ ସର୍ବ ଉପରେ ତାଙ୍କ ସ୍ଥାନ, ଜ୍ୟୋତିର୍ମୟ ସିଂହାସନର ଉପରେ ବିଜୟେ ବିରାଜ ଭଗବାନ । ୧ । ସିଂହାସନ ଆଗେ ବିଦ୍ୟମାନ ଖର୍ବ ଖର୍ବ ଧର୍ମ ଦୂତଗଣ, ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ । ୨ । ଅଗଣ୍ୟ ଜନତା ସାଧୁମାନ ସେବା ଭଜନାରେ […]
gao sorbe atti modhure traatanka namo suswore
ଗାଅ ସର୍ବେ ଅତି ମଧୁରେ, ତ୍ରାତାଙ୍କ ନାମ ସୁସ୍ୱରେ, ପରିତ୍ରାଣ ନେଇ ଆସିଛନ୍ତି ସେହି, ଯାଚୁଛନ୍ତି ନିଅ ସତ୍ୱରେ । ଘୋଷା । ପାପଭାରରେ ଯଦି ଭାରାକ୍ରାନ୍ତ, ଯୀଶୁ ଡାକୁଛନ୍ତି, ଆସ ସମସ୍ତ, ଭାର କାଢ଼ିନେବା, ଶାନ୍ତି-ଚିତ୍ତ ଦେବା, ସୁଖୀ ହେବ ତୁମ୍ଭେ ଅନ୍ତରେ । ୧ । କ୍ଷୁଧିତ ତୃଷିତ କି ପରିଶ୍ରାନ୍ତ, ଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ, ନୋହିଣ ନିରାଶ ଆସ ଯୀଶୁ ପାଶ, ଡାକୁଛନ୍ତି ସେହି ପ୍ରେମରେ । ୨ […]
aaso jishu khristo naamo bhojibaa
ଆସ ଯୀଶୁଖ୍ରୀଷ୍ଟ ନାମ ଭଜିବା, ଅନନ୍ତ ଜୀବନ ବହୁମୂଲ୍ୟ ଧନ ପରିତ୍ରାଣ ଜ୍ଞାନ ଲଭିବା । ଘୋଷା । ସ୍ୱଦେଶୀ ବିଦେଶୀ ଭାଇ ବନ୍ଧୁ ଜ୍ଞାତି, ଆସ ରୁଣ୍ଡ ହୋଇ ଭଜିବା, ଶୁଭ ସମାଚାରେ ଯାହା ଲେଖାଅଛି ପଢ଼ି ମୁକ୍ତିମାର୍ଗ ପାଇବା ା ୧ । ଧର୍ମ ଆତ୍ମା ମାଗି ମନ ମଧ୍ୟେ ରଖି ପାପ-ତିମିରକୁ ନାଶିବା, ମୃତ୍ୟୁ ଆଦି ଭୟ ସବୁ କରି ଜୟ ମୃତ୍ୟୁଞ୍ଜୟ ହୋଇ ଉଠିବା ନାନା ଯନ୍ତ୍ର ତନ୍ତ୍ର ବୀଣା […]