probhu jishu doyaa saagoro taanko mohaadoyaa ki chamatkaro

ପ୍ରଭୁ ଯୀଶୁ ଦୟାସାଗର, ତାଙ୍କ ମହାଦୟା କି ଚମତ୍କାର ! ଦୟା-ଡେଣା ମେଲି ଅଇଲେ ସେ ଉଡ଼ି ତ୍ୟାଗ କରି ନିଜ ଅମରପୁର । ଘୋଷା । ଦୟା-ଦଣ୍ଡ ହସ୍ତେ ଧରିଣ ବୁଲିଲେ ସେ ନଗର ଗ୍ରାମ, ଦୁର୍ବଳ ପତିତ ରୋଗଗ୍ରସ୍ତ ପ୍ରତି ନ କଲେ ନିରୁଦ୍ଧ ଦୟା ନିର୍ଝର । ୧ ।    ବାଟେ ଘାଟେ ଯେତେ ମିଳିଲେ ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ, ଅନ୍ଧ, ଛୋଟା, ଘଙ୍ଗୂା, ପକ୍ଷାଘାତୀ, କଷ୍ଠୁୀ, ଭତୂଗସ୍ତ୍ର ନାନା ରୋଗୀ […]

ki bichitra jishunka premo helaa prokasho

କି ବିଚିତ୍ର ଯୀଶୁଙ୍କ ପ୍ରେମ ହେଲା ପ୍ରକାଶ ତୁଳନା ଦେବାକୁ ନ ଦିଶେ ଲେଶ । ଘୋଷା । ଦୀନହୀନେ ଦେବାକୁ ଧନ ଯୀଶୁ ତେଜି ସ୍ୱର୍ଗଭୁବନ ହୋଇଲେ ନିଧନ ସହିଲେ ସେ ନିଜ ଅଙ୍ଗେ କେତେ କ୍ଳେଶ ମୁଣ୍ଡ ପାତିବାକୁ ନଥିଲା ବାସ । ୧ । ଯା ମରଣ ଖଣ୍ଡେ ଦୂରିତ ପରହିତେ ହୋଇଲେ ହତ ସେ ହେଲେ ନିନ୍ଦିତ, କେତେକ ନିନ୍ଦକ ହୋଇ ଅବିବେକ ବୋଇଲେ, ଏ ନିଶ୍ଚେ ପାପୀ ମନୁଷ୍ୟ । […]

kaha mono ey ki mohaascharjya nuhoyee

କହ ମନ, ଏ କି ମହାଶ୍ଚର୍ଯ୍ୟ ନୁହଇ ! ମୋତେ ଅନାଇଲେ ଯୀଶୁ ସୁଦୟା ବହି । ଘୋଷା । ପାପ ଅଧର୍ମରେ ମରିଥିଲି ଯେ ମୁହିଁ, ଉଠାଇଲେ ମତେ ସେହି ଜୀବନ ଦେଇ । ୧ । ପାପ କଙ୍କଳରେ ଥିଲି କଳଙ୍କୀ ହୋଇ, ନିଜ ରୁଧିର ଦେଇ ସେହି ଦେଲେ ଧୋଇ । ୨ ।    ଖତରାଶିରେ ମୁଁ ଥିଲି ହିନସ୍ତା ହୋଇ, ରାଜପଦେ ସଂସ୍ଥାପନ କଲେ ଯେ ସେହି । ୩ […]

khristo premo tulyo hoibo ki se

ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ ? ଖୋଜି ଖୋଜି ନ ମିଳଇ ଲେଶେ ହେ । ଘୋଷା । ପାପୀ ଦୀନହୀନ ଉଦ୍ଧାର କାରଣ ଆସିଥିଲେ ନର ବେଶେ, ସେହି ପ୍ରାୟଶ୍ଚିତ୍ତ କରଣ କାରଣ ପ୍ରାଣ ଦାନ କଲେ କ୍ରୁଶେ ହେ । ୧ ।    ଦ୍ୱେଷ କରିଣ ଯିହୂଦୀ ଲୋକଗଣ ବଧ କଲେ ବିନା ଦୋଷେ, ହୋଇଲେ ଜୀବିତ ସେ ତିନି ଦିବସେ, ନ ରହିଲେ ମୃତ୍ୟୁ ବଶେ ହେ । […]

rasanaa tu aa re rasanaa re

ରସନା, ତୁ ଆନେ ରସନା ରେ, କେବଳ ଖ୍ରୀଷ୍ଟଙ୍କ ପ୍ରେମାମୃତ ପାନ ବିନୁ କରୁଛି ମନାରେ । ଘୋଷା । ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ତନୟ    ସେ ତ ଅନାଦି ଅନନ୍ତ ଅବ୍ୟୟ, ଅଜର ଅମର ଭୋଗିଲେ ମରଣ ତୋର ପାପ ପାଇଁ ସିନାରେ । ୧ । ନାହିଁ କେହି ତ୍ରିଭୁବନ ମଧ୍ୟରେ   ଯୀଶୁ ଖ୍ରୀଷ୍ଟ ପରି ଆଉ ଜଣେରେ  ଆପଣେ ମରିବ ପରକୁ ତାରିବ ଭୋଗିବ ତା ଯାତନାରେ । ୨ । କରି […]

mu ki deyee ki dhana sujhibi

ମୁହିଁ କି ଦେଇ କି ଧନ ନେଇ ଶୁଝିବି ଯୀଶୁ ପ୍ରେମ ? ରତ୍ନ ସୁବର୍ଣ୍ଣ ନୁହେଁ ସମାନ ଦେବାକୁ ପ୍ରତିଦାନ            । ଘୋଷା । ଆହା ଏକି ପ୍ରେମ ମୋ ପ୍ରାଣ କାରଣ ଯୀଶୁ କଲେ ନିଜ ପ୍ରାଣଦାନ, ସହିଲେ କଷଣ ନିନ୍ଦା ଦୂଷଣ କେତେ ଅପମାନ        ା ୧ । ହେବାକୁ ନିର୍ମଳ ପାପ ଦାଗ ମୋର ସେହି ଢାଳିଲେ ଆପଣା ରୁଧିର, ପାପଭାର ବହି ଶୁଝିଛନ୍ତି ସେହି ମୋର ପାପ ଋଣ    ା […]

jishu hai tumbhoro ki aascharjya premo otte

ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ  ା ଘୋଷା ।    ମୋ ଗମ୍ୟ ରହିତ, ବର୍ଣ୍ଣନା ବର୍ଜିତ, ଅଟେ ଉପମାରହିତ ହେ, ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ   ା ୧ ।    ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ, ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ […]

purno sosi udde hoiacha jishu mozze aasi

ପୂର୍ଣ୍ଣ ଶଶୀ, ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ । ଘୋଷା ।    ନିଷ୍କଳଙ୍କ ବ୍ରହ୍ମ, ମହୀପରେ ବିରାଜିଛ ମହା ତେଜସ୍କରେ, ନିତ୍ୟ ନବତନ ସର୍ବଦା ସମାନ, ହ୍ରାସ ନୁହଁ ସଦା ଅବିନାଶୀ ହେ  ା ୧ । ପାପାନ୍ଧାର ଯହୁଁ ଜଗତରେ, ଘୋଟିଲା ସକଳ ହୃଦୟରେ, ଯୀଶୁ ଦୀନନାଥ, ଦେଖାଇଲେ ପଥ ନିଜେ ଆସି ଦୟା ସୁପ୍ରକାଶି ହେ । ୨ ।    ଏ କିରଣେ ଚାଲେ ଯେଉଁ ଜନ, ପ୍ରବେଶ […]

jishu aascharjya montri kete ghunchaayeele

ଯୀଶୁ ଆଶ୍ଚର୍ଯ୍ୟ ମନ୍ତ୍ରୀ, କେତେ ଘୁଞ୍ଚାଇଲେ ବ୍ୟାଧି ଭ୍ରାନ୍ତି ହେ । ଘୋଷା । ପ୍ରଥମ ବିଚିତ୍ର କର୍ମ ଚମତ୍କୃତ, ଜଳ ହେଲା ଦ୍ରାକ୍ଷାରସ, ଦେଖି ଆଚମ୍ବିତ ହୋଇଲେ ସମସ୍ତ, କଲେ ତାଙ୍କୁ ଦୃଢ଼ ଭକ୍ତି ହେ  ା ୧ ।    ନାନା ବ୍ୟାଧିଗ୍ରସ୍ତ ହେଲେ ଆସି ସୁସ୍ଥ, କେତେ ଛଡ଼ାଇଲେ ଭୂତ, ଅନ୍ଧମାନଙ୍କର ଫିଟିଗଲା ଦୃଷ୍ଟି, ଛୋଟା କଲେ ସୁଖେ ଗତି ହେ    ା ୨ । ନାନା ଗ୍ରାମ ରୋଗୀ ହେବାରୁ ଆରୋଗୀ […]

jaya jaya jaya jishu he iswa nandana

ଜୟ, ଜୟ, ଜୟ, ଯୀଶୁ ହେ ଈଶ୍ୱ ନନ୍ଦନ, ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ       ା ଘୋଷା । ଜୟ, ଜୟ ଯୁବାମେଷ ପାପ ଭାର ବାହନ, ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ ଜୟ ଜ୍ୟୋତିଃ, ଦ୍ରାକ୍ଷାଲତା, ଜୟ ଇମ୍ମାନୁୟେଲ,          ା ୧ । ଉତ୍ତମ ମେଷପାଳକ, ପଥ ସନାତନ ଜୟ ଖ୍ରୀଷ୍ଟ, ଜୟ ଇଷ୍ଟ, ଜୟ ଜଗଜ୍ଜୀବନ,            ା ୨ । ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ   ା ୩ […]