se to premonatha anaatha natha

ସେ ତ ପ୍ରେମନାଥ ଅନାଥ ନାଥ ପ୍ରେମିକ ପାଶେ ରହେ, (ପ୍ରେମେ) କଣ୍ଟା ମୁକୁଟ କୋରଡ଼ା ଛାଟ ନୀରବରେ ଅଙ୍ଗେ ସହେ । ଘୋଷା । ଚାହାଁ ଚାହାଁ ବନ୍ଧୁ-ପ୍ରେମ-ସୁଧା-ସିନ୍ଧୁ-ଝରଣା ଝରୁଛି କ୍ରୁଶେ, (ଧୋଇ) ଅମାପ ପାପ ଘୁଞ୍ଚାଇ ତାପ ସରଗର ପ୍ରୀତି ଦିଏ । ୧ । ଆସ ଆସ ସଖା, ଭକ୍ତି-ପୁଷ୍ପ ଏକା ଦେବା ଯୁବାମେଷ ପୟରେ, ( ସେତ) ଆରତ-ତ୍ରାଣ, ପାପୀ ଜୀବନ, ପାପ-ତାପ ବହି ନିଏ । ୨ । ସୂଚୀମାଳାକୁ […]

jaani to no thili jishu ra ede guno

ଜାଣିତ ନ ଥିଲି ଯୀଶୁର ଏଡ଼େ ପ୍ରେମ ଗୁଣ ହେ, ମୃତକୁ ଜୀବନ ଦାନ ଦରିଦ୍ରକୁ ଧନ ହେ । ଘୋଷା । ପାପୀ ଅନ୍ଧକୁ ନୟନ ବଧିରେ ଶ୍ରବଣ ହେ, ଏସନ ପ୍ରେମ ରତନ ପ୍ରଭୁ କଲେ ଦାନ ହେ । ୧ ।    ଶିଶୁକାଳ ଅପୋଗଣ୍ଡ କାଳେ ମୁଁ ଅଜ୍ଞାନ ହେ, ତରୁଣ କାଳ କୁସଙ୍ଗ ସଙ୍ଗେ ଗଲା ଦିନ ହେ । ୨ । ଦୁର୍ଦ୍ଦଶାରେ ଦିଶାହରା, ହତାଶାରେ ନିରାଶ ହେ, […]

tume adhamo potito nore

ତୁମେ ଅଧମ ପତିତ ନରେ, କିପାଁ ଭଲ ପାଅ ନାଥ ? ରହିଥାଅ ପାଶେ ପାଶେ (ତୁମେ) ନିଶିଦିନ ଅବିରତ । ଘୋଷା ।    ଯେ ତୁମକୁ ନିତି ଭୁଲି ଯାଏ, ତାକୁ ତୁମ୍ଭେ କ୍ଷଣ ମାତ୍ରେ ଭୁଲ ନା ଯେ ହାୟ ! ପ୍ରେମ ଡୋରେ ବାନ୍ଧି ତାକୁ କର ଚିର ଅନୁଗତ । ୧ । ପାପେ ଯେ ହୋଇଛି ମଳିନ, ନାହିଁ ଭକ୍ତି, ନାହିଁ ପ୍ରୀତି, ଶକତି ବିହୀନ, ପ୍ରେମ ନୀରେ […]

chaahan re chaahan re noro kaalobori chule

ଚାହାଁରେ ଚାହାଁରେ ନର କାଲବରୀ ଚୂଳେ, ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା ।    କଣ୍ଟାର ଲତିକା ଶିରେ ଶୋଭୁଛି ମୁକୁଟ ସରି, ନିବାରେ ନରକ କି ସେ ଯୁଗଳ କର ବିସ୍ତାରି, ବିନ୍ଧିଛି ଦାରୁଣ ପ୍ରେକ ଚରଣ ଯୁଗଳେ । ୧ ।    ତପତ ରକତ ଧାର ଶ୍ରୀଅଙ୍ଗୁ ପଡୁଛି ଝରି, ବିଶ୍ୱର ଲାଞ୍ଛନା ପରା ଦେଇଛି ବକ୍ଷ ବିଦାରି, ଅଧରେ କରୁଣା ଧାରା ପ୍ରେମରେ ଉଛୁଳେ […]

daakonti ke modhuro swore

ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ) ( ଆହା) ମୋର ହୃଦ ଦୁଆରେ । ଘୋଷା । ଚିନ୍ତା ପଥେ ବାଧା ଦେଇ         ଗତି ରୋଧି ଧମକାଇ  କେତେ ହିତ କଥା କହି ଦୟା ଚିତ୍ତରେ । ୧ । ସେ ଯେ ଶାନ୍ତି ଦେବା ପାଇଁ      ଡାକୁଛନ୍ତି ରହି ରହି ପାପ ତାପ ନେବେ ବୋଲି ନିଜ ହାତରେ । ୨ । ଦେଖି ମୋତେ ଭାରାକ୍ରାନ୍ତ       କରନ୍ତି ପ୍ରେମ ସଙ୍କେତ କଢ଼ାଇ ନେବାକୁ […]

( mote) khoji khoji jishu oyeele

( ମୋତେ) ଖୋଜି ଖୋଜି ଯୀଶୁ ଅଇଲେ, ମୋ ଛାର ପାଇଁକି ସରଗ ତିଆଗି ଅଶେଷ ଯାତନା ସହିଲେ । ଘୋଷା ।    ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ, ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ । ୧ ।    ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ, ନିଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ । […]

khristo premaamruto nirjhara

ଖ୍ରୀଷ୍ଟ ପ୍ରେମାମୃତ ନିଝର, ଝରୁଅଛି ପ୍ରେମାମୃତ ନିରନ୍ତର ପାନ କର । ଘୋଷା ।    ସେ ପ୍ରେମନିଧାନ ପ୍ରେମାମୃତ କରିବାକୁ ଜଗତେ ଦାନ  ପ୍ରେମେ ନର ଦେହ ଧରି ପ୍ରେମେ ତେଜି ସ୍ୱର୍ଗପୁରୀ, ସେହି ପ୍ରେମ-ନିଧି ପ୍ରେମ ଅଟେ ମହା ଚମତ୍କାର ା ୧ ।   ତାଙ୍କ ମହା ପ୍ରେମ ତ୍ରିଭୁବନ ମଧ୍ୟେ ଅଟଇ ନିରୁପମ; ପ୍ରେମେ ହେଲେ ଦୀନହୀନ ପ୍ରେମେ କଲେ ପ୍ରାଣଦାନ, ଶତ୍ରୁ ପାଇଁ ଏଡ଼େ ପ୍ରେମ ନୋହିଲା ନେତ୍ରଗୋଚର   ା ୨ […]

naahin ede kaahaari premo

ନାହିଁ ଏଡ଼େ କାହାରି ପ୍ରେମ, ଶତ୍ରୁ ଲାଗି ମୃତ୍ୟୁ ଭୋଗି ସଜୀବ ହେଲେ ତ୍ରିଦିନ । ଘୋଷା ।    ସେହି ପ୍ରଭୁ ଯୀଶୁ ପାପୀଙ୍କ ନିମନ୍ତେ ତେଜି ସ୍ୱର୍ଗଭୁବନ, ପାପେ ଶ୍ରାନ୍ତ ଭାରାକ୍ରାନ୍ତ, ହୋଇ ତାଙ୍କ ପାଇଁ ହତ ନିଜ ରକ୍ତ-ପ୍ରାୟଶ୍ଚିତ୍ତେ ତୋଷିଲେ ପିତାଙ୍କ ମନ । ୧ । ସେହି ପ୍ରାୟଶ୍ଚିତ୍ତେ ମହାପାପୀ ଜନେ ପାଇଲେ ପରିତ୍ରାଣ, ପାଉଲ, ପାପିନୀ ନାରୀ, ଚୋରାଦିର ମନ ଫେରି, ତାଙ୍କ କୃପାରୁ ପାଇଲେ ଅନନ୍ତ ଜୀବନ-ଧନ । […]

mono dubere khristonko premo saagore

ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା । ସେ ପ୍ରେମ-ସାଗରେ ମତି       ବୁଡ଼ାଇଲେ ଅତି ତୃପ୍ତି, ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ । ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ, ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ । ତହିଁରେ ସୁଖ ଅଶେଷ,              ନାହିଁ ପାପ ତାପ ତ୍ରାସ, ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ । ସେ ପ୍ରେମ-ସାଗର ଜଳ         ନିଭାଏ ପାପ-ଅନଳ, ତହିଁ […]

monoru hebo ki jishu premo bismarana

ମନରୁ ହେବ କି ଯୀଶୁ ପ୍ରେମ ବିସ୍ମରଣ, ଯେ ପ୍ରେମେ ସେ ଭୋଗିଲେ ମୋ ପାପର କଷଣ ? । ଘୋଷା । ସେ ତ ମହାଶ୍ଚର୍ଯ୍ୟ ପ୍ରେମ,         ତ୍ରିପୁରେ ନାହିଁ ତା ସମ, ନୋହିଛି କାହିଁ କେବେ ଶ୍ରବଣ; ଦୀର୍ଘ ପ୍ରସାର ଯାହାର,              ନୁହଇ ଗମ୍ୟ କାହାର, ସ୍ୱର୍ଗଦୂତେ ନ ପାରନ୍ତି କରି ତା କଳନ । ୧ । ଆହା ସେ କରି କି ପ୍ରେମ, ତେଜିଲେ ସ୍ୱର୍ଗ ଭୁବନ ମର୍ତ୍ତ୍ୟପୁରେ ହୋଇଲେ ନିଧନ, […]