ଯୀଶୁ ଖ୍ରୀଷ୍ଟ ନାମ ତରୀ jishu khristo naamo tori

ଯୀଶୁ ଖ୍ରୀଷ୍ଟ ନାମ ତରୀ ତହିଁ ଚଢ଼ି ମନ ହୁଅ ପାରି ହେ । ଘୋଷା ।    ଦେଖିଣ ପ୍ରବଳ ପାପର କଲ୍ଲୋଳ ନ ହୁଅ ମନେ ବ୍ୟାକୁଳ, ଯୀଶୁ ଦୟାମୟ ଅଟନ୍ତି ସହାୟ, ଧରନ୍ତି ହସ୍ତ ବିସ୍ତାରି । ୧ ।    ତାହାଙ୍କ ନିକଟରେ ଯିବାର ନିମନ୍ତେ ନାହିଁଟି ସଙ୍କଟ ଭୟ, ବିନା ମୂଲ୍ୟେ ତରୀ କରୁଛନ୍ତି ପାରି, ବସିଥାଇ ଭବ ଘାଟେ ହେ । ୨ ।    ଏହି ମାତ୍ରକ […]

ମୋର ନାହିଁ ବଳ ହେ moro naahin bolo hai pari hebaaku

ମୋର ନାହିଁ ବଳ ହେ ପାରି ହେବାକୁ ଏ ଭବ ସିନ୍ଧୁ ଜଳ । ଘୋଷା ।    କର୍ମ ଧର୍ମ ଯେତେ ନାବ ଯତ୍ନେ ବନାଇଲି ଗୋଟିଏ ହେଁ ନିଶ୍ଚିଦ୍ର ନ ହୋଇଲା, ଜଳ ତହିଁ ପଶିଲା, ଭାଇ ସକଳ ବୁଡ଼ିଗଲା । ୧ । ଦୃଢ଼ ଭକ୍ତି-ଡଙ୍ଗା ବାନ୍ଧି ତହିଁ ଆରୋହିଲି, ଭାଙ୍ଗିଦେଲା କଲ୍ଲୋଳ, ମୋ ଆସନ ହୋଇଲା ଟଳମଳ, ଭାଇ ଜଳେ ପୁଣି ପଡ଼ିଲି । ୨ । ଧନ ମାନ ଯଶ […]

ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି traano tori hai bhobo samudre aasicha dine

ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି । ଘୋଷା । ପ୍ରଭୁ, ନ ଦିଶଇ ସ୍ଥଳ କୂଳ,         ବହୁ ପ୍ରାଣ ହୋନ୍ତି ଛାରଖାର ତୁମ୍ଭେ ଅଟ ହେ ଦୀନ-ଦୟାଳୁ, ଘାଟ ବସାଇ ବସିଛ ମହା କୃପା କରି । ୧ । ନାବ ନ ଚିହ୍ନ ଅବିଜ୍ଞଗଣ         ଧ ନ ଦେଇ ଦଦରା ନାବେଣ ପାରି ହେବେ ବୋଲି କରି ପଣ ଯାଉଁ ଯାଉଁ ମଝି ସମୁଦ୍ରରେ ବୁଡ଼ି ମରି । ୨ […]

ହେ ତ୍ରାଣକାରୀ, ଭବାବ୍ଧି ତରୀ, he traanokari bhobadwi tori

ହେ ତ୍ରାଣକାରୀ, ଭବାବ୍ଧି ତରୀ, ଯୀଶୁ କର ପାରି । ଘୋଷା । ଦାରୁଣ ଭବାବ୍ଧି ମଧ୍ୟରେ ପଡ଼ିଛି, ମୋହ-ମାୟା ପଙ୍କେ ବୁଡ଼ି ଯାଉଅଛି, ଜଞ୍ଜାଳର ଜାଲ ମୋତେ ଭିଡୁଅଛି, କାଳ କୁମ୍ଭୀର ଓଟାରି । ୧ ।    ନିବିଡ଼ ଅନ୍ଧାର ଘୋଟି ଆସୁଅଛି, ପ୍ରଚଣ୍ଡ ପବନ ଖରେ ବହୁଅଛି, ପ୍ରବଳ ତରଙ୍ଗ ମୁଣ୍ଡରେ ଭାଙ୍ଗୁଛି, ପ୍ରାଣ ହେଉଅଛି ଭାରୀ । ୨ । ଏ ଦୁଃଖ କଷଣ ହେବାରୁ କଠିନ ହେଉଅଛି ହତ ବୁଦ୍ଧି […]

ତ୍ରାଣକାରୀ, ପାପ-ସାଗରୁ କର ହେ ପାରି, traanokari paapo saagoru koro hai paari

ତ୍ରାଣକାରୀ, ପାପ-ସାଗରୁ କର ହେ ପାରି, ଉଠୁଛି, ଲହରୀ, ଯୀଶୁ ଦୟା କରି ନିଜ ହସ୍ତେ ମୋତେ ନିଅ ଧରି । ଘୋଷା । ତ୍ରାଣର ନଉକା ହୋଇ ଆସିଅଛ, ପାପୀଙ୍କି କରିବ ପାରି ତୁମ୍ଭେ ଦୟା ବହି ନିଅ ହେ ଉଦ୍ଧରି ପାପ ଢେଉ ନିବାରଣ କରି । ୧ । ଅପାର କଷଣ ସହିଲ ଦୂଷଣ ହେବାକୁ ପାପୀଙ୍କ ତରୀ, ତୁମେ ସିନା ପ୍ରଭୁ ତାରିବାକୁ ପାର, ଆଉ ବଳ ତ ନାହିଁ କାହାରି […]

ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, duro duro hai moro aabiswaaso sotworo

ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, ତ୍ରାଣର ଆଶା ମୋର ଗୁନ୍ଥା ଖ୍ରୀଷ୍ଟ ଉପର । ଘୋଷା । ଏହା ସତ୍ୟ ଅଟଇ ମହା ପାପିଷ୍ଠ ମୁହିଁ ନାହିଁ ମୋ ପୁଣ୍ୟ ଲେସ ମାତ୍ରହିଁ, ମାତ୍ର ସମ୍ପୂର୍ଣ୍ଣ ପୂଣ୍ୟ ହୋଇଛି ଖ୍ରୀଷ୍ଟେ ପୂର୍ଣ୍ଣ, ଜାଣେ ମୁହିଁ ତାହାଙ୍କ ପୂଣ୍ୟ ତ୍ରାଣଦାୟକ, ସେ ପୂଣ୍ୟ ଅଟେ ମୋର ତ୍ରାଣ ପାଇଁ ପ୍ରଚୁର । ୧ । ଅଛି ନିଶ୍ଚୟ ମୋର ତ୍ରୁଟି ନାନା ପ୍ରକାର, ଧ ର୍ମକର୍ମେ […]

ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ mono scoro pitaa ishwarank parama kumorore

ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ । ଘୋଷା ।   ସେହି ପ୍ରଭୁ ସ୍ୱର୍ଗୁ ଆସି ଶୟତାନ କର୍ମ ନାଶି ଉପଦେଶେ ମନ ତୋଷି ପାପ ତାପକୁ ବିନାଶି କି ଅମୃତ ବଚନ ତାଙ୍କର ରେ । ୧ । ତାଙ୍କ ସର୍ବ କୃତ କର୍ମ ନିଷ୍ପାପ ସମ୍ପୂର୍ଣ୍ଣ ଧର୍ମ, ଜଗତେ ଯେତେ ଅଧର୍ମ ଅନ୍ୟାୟ ପାପ ଦୁଷ୍କର୍ମ  ଭୋଗିଲେ ସେ ନିଜ ଶ୍ରୀଅଙ୍ଗରେ । ୨ । ତୁ ଯେବେ ପାରିବୁ ମନ ତାଙ୍କ […]

ଅରୂପ ରୂପ ଦୃଶ୍ୟ ହୋଇଲେ, arupo rupo drushya hoile

ଅରୂପ ରୂପ ଦୃଶ୍ୟ ହୋଇଲେ,ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା ।  କାଳବଳେ ଅନାୟତ୍ତ ଥିଲା ସକଳ ଜଗତ,ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ ।  ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ । ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନକରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ । ଧନ […]

ଗାୟନ କର ଆନନ୍ଦେ ମନ, gaayono koro aanondo mone

ଗାୟନ କର ଆନନ୍ଦେ ମନ, ଖ୍ରୀଷ୍ଟଙ୍କ ମରଣେ ତୋର ସମ୍ପୂର୍ଣ୍ଣ ତ୍ରାଣ । ଘୋଷା । ତୋର ପରିତ୍ରାଣ ପାଇଁ ଆଉ କିଛି ଲୋଡ଼ା ନାହିଁ, ପୂର୍ଣ୍ଣ ଆୟୋଜନ ଖ୍ରୀଷ୍ଟ ମରଣେ ଜାଣ । ୧ । ନାହିଁ କି ତୋ ପୂଣ୍ୟକର୍ମ ତୁହି ପାପୀରେ ଅଧମ ? ଖ୍ରୀଷ୍ଟ ଅଟନ୍ତି ତୋହର ପୁଣ୍ୟ ନିଧାନ । ୨ । କହୁ କି ତୋହରି ପାଇଁ ଖ୍ରୀଷ୍ଟ ହୃଦେ ସ୍ଥାନ ନାହିଁ ? ସବୁ ପାପୀ ଆସିଲେ […]

ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ dino bondhu krupaa sindhu doyaare bhushono

ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ । ଘୋଷା ।    ମୁହିଁ ପାପୀ ହୀନଜନ, ପତିତ ଦଶାରେ ଗଲା ଦିନ, ଆତ୍ମାର ଗତିକି କଲି ହେଳନ ହୋଇଣ ଅଜ୍ଞାନ ହେ । ୧ ।    ମୋର ପାପ ବଡ଼ ଭାର, ପର୍ବତଠାରୁ ଅଟଇ ବଡ଼, ଜଗତେ ଆଉ କେ ଅଛି ମୋହର କରିବ ତାରଣ ହେ । ୨ । ଏ ପାପେ ଯେବେ ମରିବି ନିଶ୍ଚୟ ମୁଁ ନରକେ ପଡ଼ିବି, ଅନନ୍ତ […]