ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ diyo sotworo jala koro durbolo

ଦିଅ ସତ୍ୱର ଜଳ, କର ଦୁର୍ବଳ ପ୍ରାଣ ସବଳ । ସ୍ଥିର କର ମନ ଚଞ୍ଚଳ । ଘୋଷା । ଯୀଶୁ ହେ ନବୀନ ଜଳଧର ତୁମ୍ଭେ, ମୁହିଁ ଚାତକ କାତର, ତୁମ୍ଭଙ୍କୁ ଡାକୁଛି ଶୁଣ ଆହେ ପ୍ରଭୁ ତ୍ରାଣ-ଜଳ ଦାନ କର । ୧ । ପାପରୂପ ଅଗ୍ନି ସଂସାର ବନକୁ ଦହୁଅଛି ନିରନ୍ତର, କାମ-କ୍ରୋଧ-ଲୋଭ-ମୋହରୂପ ଧୂମଜ୍ଞାନ ହରାଏ ମୋହର । ୨ ।    ମୋହର ବିଶ୍ୱାସ-ବତାସ ଉପରେ ଆସ ଯୀଶୁ ଦେଇ ଭାର, […]

ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି, bhrome ki koli mu mudho bhulili

ଭ୍ରମେ କି କଲି, ମୁଁ ମୁଢ଼ ଭୁଲିଲି, ପାଷାଣ ବୋଲିଣ ବାଲୁକା ଉପରେ ଅକାରଣେ ଗୃହ ଗୁନ୍ଥିଲି । ଘୋଷା । ପାପ-ନଦୀ ଏବେ ଆସିଲା ବଢ଼ି, ମୂଳଦୁଆ ତ ଯାଇଅଛି ପଡ଼ି, ବାୟୁ ସହିତରେ କି ବୃଷ୍ଟି ପଡ଼ଇ ପ୍ରାଣେ ନିର୍ଭରସା ହୋଇଲି । ୧ । ଦୟା ପ୍ରକାଶ ଯେ ଯୀଶୁ, ଏକ୍ଷଣ ରକ୍ଷା କର ଅରକ୍ଷିତ ଜୀବନ, ତୁମ୍ଭ ବିନୁ ଆଉ ଏ ଭବ ନଦୀରେ କାଣ୍ଡାରୀ ଖୋଜି ନ ପାଇଲି । […]

ଆହେ ତ୍ରାଣର ପତି, aahe traanoro poti tumbhe pheraao

ଆହେ ତ୍ରାଣର ପତି, ତୁମ୍ଭେ ଫେରାଅ ମୋହର ମତି, ଦୟା କରି ଦିଅ ଧର୍ମ ଦୀପ୍ତି । ଘୋଷା । ପାପ-ଅନ୍ଧକାର ନାଶ କରି ପ୍ରଭୁ ପ୍ରକାଶ ଧର୍ମ ଝଟତି, ମନରେ ଭରସା କରି ତ୍ରାଣ ଆଶା ଚାହିଁ ଅଛି ତୁମ୍ଭ ପ୍ରତି    ା ୧ ।    ଉଦ୍ଧାରିବା ପାଇଁ ଅବତୀର୍ଣ୍ଣ ହୋଇ ସହିଲ କେତେ ଦୁର୍ଗତି, ମୋର ପାପଭାର ଭୋଗିଲ ଶରୀର ନେବାକୁ ତୁମ୍ଭର କତି   ା ୨ । ମାରିଆ […]

କରୁଣା କର ଯୀଶୁ, କର କରୁଣା ହେ karunaa kara jishu kara karunaa

କରୁଣା କର ଯୀଶୁ, କର କରୁଣା ହେ । ଘୋଷା । ନାହିଁ ହେ ତୁମ୍ଭ ବିନା ନାହିଁ ତୁମ୍ଭ ବିନା ଦୀନହୀନର ଗତି ଅଧର୍ମ ମାର୍ଜନା । ତୁମ୍ଭ ବିନା ଅସାର ମିସରୀୟ ସୁନା, ନ କର ଊଣା କରୁଣା ହେ । ୧ ।    ଭୋଗୁଅଛ ମୋର ପାଇଁ କ୍ରୁଶୀୟ ବେଦନା, କରିଅଛ ରକ୍ତପାତ ଭୋଗୀ କି ଯାତନା; ସେହି ରକ୍ତେ, ସେହି ରକ୍ତେ ଅଟେ ମୁହିଁ କିଣା, ନ କର ଊଣା […]

ନ କର ଯୀଶୁ କରୁଣା ଊଣା na kara jishu karunaa unna

ନ କର ଯୀଶୁ କରୁଣା ଊଣା, ମୁହିଁ ପ୍ରଧାନ ପାପୀରେ ଅଟେ ଗଣା । ଘୋଷା । ତୁମ୍ଭେ ଅଟ କୃପାସିନ୍ଧୁ ଦୀନ ଅନାଥର ବନ୍ଧୁ ତୁମ୍ଭେ ଅଟ ପତିତ ତାରକ, ତୁମ୍ଭେ ଆହେ ଦୟାମୟ ପତିତର ମହାଶ୍ରୟ ଅନ୍ୟ ଆଶ୍ରା ନାହିଁ ତୁମ୍ଭ ବିନା । ୧ । ଭୋଗିଅଛ ମୋ କାରଣ କ୍ରୁଶୋପରେ କି କଷଣ ହେବାକୁ ମୋ ପାପ ପ୍ରାୟଶ୍ଚିତ୍ତ, ସେହି ପ୍ରାୟଶ୍ଚିତ୍ତ ରକ୍ତେ ଧ ୁଅ ମୋର ପାପ ଯେତେ ନ […]

ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି sudoyaa kori rakha praano naatho udhori

ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି, ପାପ-ପାରାବାରେ ମଗ୍ନ ଆତ୍ମା ମୋହରି । ଘୋଷା । ବାରିଧି ଜଳେ ପିତର ହୁଅନ୍ତେ ଅତି କାତର ପ୍ରସାରି କୋମଳ କର            ରଖିଲ ଧରି  ା ୧ । ଷଡ଼ରିପୁ ପଞ୍ଚେନ୍ଦ୍ରିୟ  ଭଗାରି ମୋ ଅତିଶୟ           କରନ୍ତି ମୋତେ ଅଥୟ           ହତାଶ କରି   ା ୨ । ନାହିଁ କିଛି ପୁଣ୍ୟ ମୋର          କେବଳ ପାତକ ଘୋର     ହରଇ ସୁକୃତି ଚୋର ନରାତ୍ମା ଅରି         ା […]

ଦୀନନାଥ ହେ dino naatho hai dine su prossanne rakha

ଦୀନନାଥ ହେ, ଦୀନେ ସୁପ୍ରସନ୍ନେ ରଖ ବିସ୍ତାରିଣ ହାତ । ଘୋଷା । ଡାକୁଅଛି ମୁଁ ଆରତ ସ୍ୱରେ, ନାଥ, ସୁନୟନେ ଚାହଁ ବାରେ, ତୁମ୍ଭ ବିନୁ ଗତି ନାହିଁ ମୋର, ତୁମ୍ଭ ହସ୍ତେ ଦେହ ଆତ୍ମା କରି ସମର୍ପିତ । ୧ । ସ୍ଥିର ନ ହୁଅଇ ମନ କ୍ଷଣେ, କ୍ଷଣପ୍ରଭା ଯେହ୍ନେ ଘନେ ଘନେ, ସ୍ଥିର କର ନାଥ ଶାନ୍ତି ଦାନେ, ଆଉ କେହି ନାହିଁ ଶୁଣିବାକୁ ମୋ ଆରତ । ୨ । […]

ପ୍ରଭୁ, ନ ତେଜ ହେ ମୋତେ ଦୂରକୁ probhu no tejo hai mote duroku

ପ୍ରଭୁ, ନ ତେଜ ହେ ମୋତେ ଦୂରକୁ, ଆସିଛି ତୁମ୍ଭ ଛାମୁକୁ ଶରଣ ନେବାକୁ । ଘୋଷା ।    ମୁଁ ଅତି ଅଭାଗା ଜନ, ପାପଭାରେ ଅବସନ୍ନ, ଆସିଛି ମୁକ୍ତି ନିମିତ୍ତ କୃପା ପାଇବାକୁ । ୧ ।    ସିନ୍ଦୁର ସମ ଦୁରିତ ଅଛି ମୋ ହୃଦେ ପୂରିତ, ଦେଇ ରକ୍ତ କର ଧୌତ ଶୁକ୍ଳ ହୋଇବାକୁ । ୨ । ପାପିନୀ ଲୋତକ ଦେଇ ଯେଉଁ ପାଦ ଦେଲା ଧୋଇ, ଧରୁଛି ଖେଦିତ […]

ତୁମ୍ଭଠାରେ ପ୍ରଭୁ ନେଲି ଶରଣ tumbho thaare probhu neli sarana

ତୁମ୍ଭଠାରେ ପ୍ରଭୁ ନେଲି ଶରଣ । ଘୋଷା । ଅଜ୍ଞାନ ଅଧମକୁ      ତୁମ୍ଭ ପଥେ ଯିବାକୁ ଧ ର୍ମ-ଦୀପ୍ତି ପ୍ରଭୁ ହେ କର ଦାନ । ୧ । ବଳ ନାହିଁ ମୋହର, ଶତ୍ରୁ ପୁଣି ଅପାର, ସ୍ୱଗୀୟ ବଳେ କର ବଳବାନ । ୨ । ନିବିଡ଼ ଅନ୍ଧକାର      ପୂର୍ଣ୍ଣ ଏହି ସଂସାର, ହସ୍ତ ଧରି କରାଅ ହେ ଗମନ । ୩ । ମୋର ବିଶ୍ୱାସ କ୍ଷୀଣ,                ସଦା ଅସ୍ଥିର ମନ କର ସୁସ୍ଥିର […]

ଯୀଶୁ, ଶରଣ ମୁଁ ନେଲି, jishu sarana mu neli

ଯୀଶୁ, ଶରଣ ମୁଁ ନେଲି, ଅନାଅ ମୋତେ ପ୍ରସନ୍ନେ        ନୋହିଲେ ମୁଁ ମଲି   ା ଘୋଷା । ତୁମ୍ଭେ ଆତ୍ମାର ବେବର୍ତ୍ତା          ତୁମ୍ଭେ ପାପତାପହର୍ତ୍ତା, ମୁହିଁ ପାପୀ ହଜାମେଷ           ବାହୁଡ଼ି ଅଇଲି        ା ୧ । ପାପ ଭବ ଶୟତାନ  କଲେ ମୋ ପରେ ଶାସନ, ଏବେ ମୁଁ ପଳାଇ ଆସି           ଚରଣ ଧଇଲି        ା ୨ । ତୁମ୍ଭର ବୋଝ ଯୁଆଳି ସହଜ ବୋଲି ଘେନିଲି, ହୋଇ ତୁମ୍ଭ ପଶ୍ଚାଦ୍‌ଗାମୀ       କ୍ରୁଶ ମୁଁ ବହିଲି        ା […]