ଆହାରେ ପତିତ ମନ, aahaa re potito mono
ଆହାରେ ପତିତ ମନ, ନ କଲୁ ଦିନେ ଭାବନ, ଅକାରଣେ ଗଲା ଦିନ । ଘୋଷା । ତୋ ଜୀବନର ପ୍ରଭାତ ଆସି ହେଲାଣି ସମାପ୍ତ, ତ୍ରାଣକର୍ତ୍ତା ଅନୁଗ୍ରହ ନ କଲୁ ତୁ ଆସ୍ୱାଦନ । ୧ । ତୋ ଜୀବନ ଯାତ୍ରା ମଧ୍ୟେ ସରିଲାଣି ଆସି ଅଧେ, ଏ ଯାଏଁ ନାହିଁ ଆରମ୍ଭ ପରିତ୍ରାଣର ସାଧନ । ୨ । ତୋର ମଧ୍ୟାହ୍ନ ସମୟ ବୃଥାରେ ହୋଇଲା ବ୍ୟୟ, ମୃତ୍ୟୁର ରଜନୀ […]
ଦିନ ଗଲାଟିରେ ବହି, dino golaatire bohi
ଦିନ ଗଲାଟିରେ ବହି, ମୋର ଘରେ ଆସିଅଛି ବିଦେଶୀ ବାଟୋଇ । ଘୋଷା । ଦେହର ଭିତରେ ମୋର ଆତ୍ମାଟି ବିଦେଶୀ ଦେହଟି ପଞ୍ଜୁରୀ, ଆତ୍ମା ଶୁକ ଶାରୀ ଭାଷି । ୧ । ଛାଡ଼ି ଉଡ଼ିଯିବ ଦିନେ ଆଉ ସେ ନ ଆସି, ନିର୍ଦ୍ଦୋଷେ ବା ଦୋଷେ ମରି ଭୁଞ୍ଜେ ଫଳରାଶି । ୨ । ଏହି କଥା ଆଜି ମନ ବିଚାର ତୁ କର, ଆତ୍ମା ସଙ୍ଗେ ଯାହା ଯିବ […]
ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ garbhadombho avhimaano kaahinki ete
ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ ବାଟ-ବସା ଧୂଳିଘର ରହିବ ସତେ । ଘୋଷା । ଏ ତୋର ପୂନେଇଁ ଜହ୍ନ ଉଁଆସେ ହୋଇବ ଲୀନ ବୃଥା ରୂପ ଯଉବନ ସ୍ୱପନ ଯେତେ ା ୧ । ହଜାଇ ଦେଇ ବିବେକ ଜାଣି ନ ଜାଣୁ ମୁରୁଖ ଅଜାଣତେ ଦିନେ ଡାକ ପଡ଼ିବ ତୋତେ ା ୨ । ଏକଲା ଆସିଛୁ ତୁହି ସଙ୍ଗେ କେହି ଯିବେ ନାହିଁ ସଙ୍ଗତେ ନେଲାଣି ବୋହି କହ କେ […]
ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa
ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ, ହେବ ଆଗମନ ଦାରୁଣ ଦୁର୍ଦ୍ଦିନ, ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର, ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ, ଗୋଟି ଗୋଟି ହୋଇ ପାଚିବ କେଶ ା ୧ । ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର, ଆଉ ବାଟେ ଘାଟେ କରତେ […]
ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? jaauchi dino bohi mono jaanu nahi ki
ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? । ଘୋଷା । ହୁଏ ଉଛୁର ପଥ ଅଛି ଅପାର, ଅଳସରେ ବସି ରହିଅଛୁ କାହିଁକି ? । ୧ । ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ, ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି ? । ୨ । କରିଣ ପଣ ନ କଲେ ପ୍ରାଣପଣ, ମୁକୁଟକୁ ଅନ୍ୟ ହରି ନେବ ନାହିଁ କି ? […]
କେତେ ଅନିତ୍ୟ ଅଟଇ ନରପ୍ରାଣ, kete onityo otoyee noro praano
କେତେ ଅନିତ୍ୟ ଅଟଇ ନରପ୍ରାଣ, କି ବହନେ ଯାଉଛି ହୋଇ ବେଗବାନ । ଘୋଷା । କର ମନ ସ୍ଥିର ଦୃଷ୍ଟି ସୁଶୋଭିତ ପୁଷ୍ପ ପ୍ରତି ଦିଶେ କି ସୁରଙ୍ଗ ସୁନ୍ଦର ! ହେଲେ ଦିବାବସାନ ମ୍ଳାନ ହୁଏ ବହନ, ଶିକ୍ଷା ଦିଏ ନରପ୍ରାଣ ପୁଷ୍ପ ସମାନ । ୧ । ଦେଖ ହେ ବସନ୍ତକାଳେ ବିବିଧ ବୃକ୍ଷ ସକଳେ ପଲ୍ଲବେ ଦିଅନ୍ତି ଦର୍ଶନ, ବହିବାରୁ ପବନ ଝଡ଼ଇ ପତ୍ରମାନ, ଶିଖାନ୍ତି ଯେ ନର ଦିନ ତାହା […]
ମନୁଷ୍ୟର ପ୍ରାଣ ଅନିତ୍ୟ monushyo ro praano onityo
ମନୁଷ୍ୟର ପ୍ରାଣ ଅନିତ୍ୟ ସମୟ ଅତ୍ୟଳ୍ପ ବୁଝ ହେ ଭାଇ, କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ । ଘୋଷା । ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀଗଣ, ବୃଥାରେ ନ କାଟ ଦିନ ଶୁଭ କାଳ ହରାଇ । ୧ । ସମୟଟି ଅତି ଅଳ୍ପ ବୁଝ କଠିନମନା, ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ । ୨ । ସମୟଟି ଅତି ଅଳ୍ପ ଦେଖ […]
କର ପ୍ରଭୁ ତବ କର୍ମେ କଲ୍ୟାଣ kara probhu tobo korme kolyaano
କର ପ୍ରଭୁ ତବ କର୍ମେ କଲ୍ୟାଣ ଓଡ଼ିଶା ମଧ୍ୟେ ବହୁଳ ଫଳ ହେଉ ଦର୍ଶନ । ଘୋଷା । ତୁମ୍ଭ ଶେଷାଜ୍ଞା ପ୍ରମାଣେ କେତେ କେତେ ଦାସଗଣେ ବାସ କରନ୍ତି ନାନା ସ୍ଥାନେ, ସୁସମାଚାର କରି ପ୍ରଚାର କରୁଥାନ୍ତି ସମସ୍ତଙ୍କୁ ତୁମ୍ଭ ପ୍ରେମେ ଆହ୍ୱାନ । ୧ । ତୁମ୍ଭ ପ୍ରତିଜ୍ଞା ପ୍ରମାଣେ ସଙ୍ଗେ ହୁଅ ଅନୁକ୍ଷଣେ ପୁଣି ପବିତ୍ର, ଆତ୍ମା ଦାନେ, କର୍ମେ ନିପୁଣ, ଧର୍ମେ ଭୂଷଣ, କର ପ୍ରଭୁ କରିବାକୁ ତବ କର୍ମ ସାଧନ […]
କର କରୁଣା ଦୃଷ୍ଟି kara karunaa drusti
କର କରୁଣା ଦୃଷ୍ଟି ତବ ବାକ୍ୟ ପ୍ରଚାରକମାନଙ୍କ ପ୍ରତି । ଘୋଷା । ତବ ଲିଖିତ ବିଧାନ ପ୍ରମାଣେ ହୋଇଲେ ଯେ ପ୍ରେରିତ, କର ହେ ଧର୍ମାତ୍ମା ବୃଷ୍ଟି, ପ୍ରେମେ ଜ୍ଞାନେ ପୁରୁ ମତି, ଖ୍ରୀଷ୍ଟ ପରି ପାପୀଙ୍କର ଲୋଡ଼ନ୍ତୁ ଗତି । ୧ । ଦିଅ ପଠାଇ ତେଜୋମୟ ସୁସମାଚାର ହସ୍ତେ ଦେଇ, ତୁମ୍ଭ ପ୍ରତି ପାପୀ ମନ ଯେହ୍ନେ ହୋଇବ ଫେରଣ ଶୟତାନ ଅଧୀନରୁ ଖ୍ରୀଷ୍ଟଙ୍କ ପ୍ରତି । ୨ । ଯେହ୍ନେ ଏମାନେ […]
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ aahe krusho sainyagana aaso bohono
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା । ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ, କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ । ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ, ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ । ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ ପ୍ରକାଶିବା ତାଙ୍କ ପକ୍ଷେ […]