ଆସ ହେ ଭାଇ aaso hai bhayee eko hoibaa

ଆସ ହେ ଭାଇ, ଏକ ହୋଇବା ସୁସମାଚାରର ଧର୍ମ ପାଇଁ ଯତ୍ନ କରିବା । ଘୋଷା । ଦୃଷ୍ଟି କର ଆହେ ବାରେ, ସତ୍ୟ ଧର୍ମ ବିହୁନରେ କି କ୍ଳେଶରେ ଅଛନ୍ତି ନରେ ! ଦୟା-ଚିତ୍ତରେ        ରକ୍ଷା ଅର୍ଥରେ, ଉପାୟ ଥାଉଣୁ ହସ୍ତେ ଯତ୍ନ କି ନ କରିବା ? ା ୧ ।   କରୁ କରୁ ଯଦି ଯତ୍ନ ଘଟଇ ନାନାଦି ବିଘ୍ନ, ଭୟରେ କି ତ୍ୟାଗ କରିବା ? ନୋହୁ ଏସନ,          ନୋହୁ ଏସନ, […]

ପ୍ରଭୁଙ୍କର ଶେଷ ବଚନ probhunkara sesho bachana

ପ୍ରଭୁଙ୍କର ଶେଷ ବଚନ ପାଳ ହେ ଘୋଷଣାକାରୀ, ହୋଇଣ ବିଶ୍ୱସ୍ତ ଜନ । ଘୋଷା ।    କରିଣ ସୁସମାଚାର ଜଗତେ କର ଘୋଷଣ, ଯେ କରେ ତହିଁ ବିଶ୍ୱାସ ତାର ତ୍ରାଣ ସ୍ୱର୍ଗବାସ ଯେ ବା ନ କରେ ବିଶ୍ୱାସ ନରକେ ତାର ପତନ । ୧ ।    ସର୍ବଦେଶୀ ପ୍ରତି ସୁଶିକ୍ଷା ଦିଅ ହେ ଆମ୍ଭର ଶିକ୍ଷା ମତି, ପିତାପୁତ୍ର ଧର୍ମ ଆତ୍ମା ତ୍ରାଣକର୍ତ୍ତା ଜ୍ଞାନଦାତା, ତ୍ରିବିଧ ଈଶ୍ୱର ନାମେ ଦିଅ ଜଳରେ […]

ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ aahe sarba saktimaan onaadi moha raajono

ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ କର ଆଶୀର୍ବାଦ ବୃଷ୍ଟି, କର ଅନୁଗ୍ରହ ଦାନ ଭୂମିରେ ବୀଜ ପ୍ରମାଣ କରିଛୁଁ ବାକ୍ୟ ବପନ,  ା ଘୋଷା । କର ବୃଷ୍ଟି ସ୍ୱର୍ଗଜଳ, ଫଳ ଫଳୁ ବହୁଗୁଣ    ା ୧ । ଅବା ସଂସାର ଚିନ୍ତାରେ ନୋହୁ ତାର ବିନାଶନ         ା ୨ । ପ୍ରତ୍ୟେକ ଶ୍ରୋତା ଅନ୍ତରେ ଚେର ମାଡୁ ଦୃଢ଼ତରେ ଧର୍ମ, ଶାନ୍ତି, ସତ୍ୟ, ପ୍ରେମ, ସୁଫଳ ହେଉ ଉତ୍ପନ୍ନ । ୩ । […]

ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ, aare paapi bhaabi raha naa chaalo tu aau

ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ, ଅନନ୍ତ ନରକ ଫନ୍ଦେ କିମ୍ପା, ଖେଳୁଥାଉ ? ପ୍ରଭୁ ପରି ବଳିଷ୍ଠ କି, ଏଣୁ ପାପ କରୁ ?   ା ୧ । ଯେ ଦଣ୍ଡେ ପାପୀ ମାରନ୍ତି ତାଙ୍କୁ କି ନ ଡରୁ ?    ା ୨ । ତୋର କପାଳ ପିତ୍ତଳ, ଚିତ୍ତ ଲୁହା ଯେବେ, ମହା ଶତ୍ରୁ ଶୟତାନ ନ କରୁ ବୀଜ ହରଣ, ଶେଷେ ପ୍ରଭୁ ଭାଙ୍ଗିଦେବେ […]

ପାପୀ ବାହୁଡ଼ ବାହୁଡ଼ କୁପଥରୁ, paapi baahudo baahudo ku pothoru

ପାପୀ ବାହୁଡ଼ ବାହୁଡ଼ କୁପଥରୁ, କିପାଁ ମରିବ ? ଫେର ହେ କୁକର୍ମରୁ । ଘୋଷା ।    ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ, ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ, ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ, କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ, ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ, କିପାଁ ମରିବ ? ଫେର ପାପରୁ । ୧ ।    ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ, […]

ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ aaso sorbo byaapi sotwore susomaacharo bhojore

ଆସ ସର୍ବପାପୀ ସତ୍ୱରେ ସୁସମାଚାର-ଭୋଜରେ, ନିମନ୍ତ୍ରଣ ପତ୍ର ହୋଇଛି ଆଗତ, ପାଠ କରି ଦେଖ ହସ୍ତରେ । ଘୋଷା । ନ କର ବାହାନା ବିଳମ୍ବ ଆର, ଡାକୁଛନ୍ତି ତୁମ୍ଭ ପିତା ଈଶ୍ୱର, ଧ ରି ଦେଖ ମନ ଆସ ହେ ବହନ, ନ ରୁହ ଜଣେ ପାଶ୍ଚାତରେ । ୧ । ଆସ ହେ ବିପଥେ ଭ୍ରମଣକାରୀ, ଡାକୁଛନ୍ତି ଯୀଶୁ ହସ୍ତ ବିସ୍ତାରି, ନୋହିବ ଅଭାବ, ଅଛି ସର୍ବ ଦ୍ରବ୍ୟ ପ୍ରସ୍ତୁତ ହୋଇଣ ଖ୍ରୀଷ୍ଟରେ । […]

ଆସ ହେ ଜଳ ନିକଟେ ତୃଷିତ, aaso hai jalla nikote trushito

ଆସ ହେ ଜଳ ନିକଟେ ତୃଷିତ, ଅମୃତ ନିର୍ଝର ଉଚୁଳି ଉଠୁଛି ଅନନ୍ତ ଜୀବନ ସ୍ରୋତ । ଘୋଷା । ଆତ୍ମା ଆଉ କନ୍ୟା କରନ୍ତି ଆହ୍ୱାନ, ଆସ ଆସ ହେ ବହନ, ଯେ ଶ୍ରବଣ କରେ ସେହି ବୋଲୁ ଆସ, ଆସ ପ୍ରତ୍ୟେକ ତୃଷିତ । ୧ ।    ଦେଖ ଦେଖ ତ୍ରାଣ-ପର୍ବତ ଶୃଙ୍ଗରୁ ଉଛୁଳି ଉଠୁଛି ଝର, ତୃଷା ଦୂର କରେ, ସ୍ୱାସ୍ଥ୍ୟ ଦାନ କରେ, ତୃପ୍ତ କରେ ଅବିରତ । ୨ […]

ଆହା କି ଅନୁଗ୍ରହ କ୍ଷିତିରେ aahaa ki onugraha khitire

ଆହା କି ଅନୁଗ୍ରହ କ୍ଷିତିରେ ପରିତ୍ରାଣ ଘେନି କରେ ମିଷ୍ଟଧ୍ୱନୀ ପାପିଷ୍ଠଙ୍କ ଶ୍ରବଣରେ । ଘୋଷା । ପାପ ଅଧର୍ମରେ ମୃତ ଯେତେ ନରେ ଅବା ଯେ ଥାଏ ଅନ୍ଧାରେ, ଅନନ୍ତ ଜୀବନ କରଇ ପ୍ରଦାନ କେବଳ ଅନୁଗ୍ରହରେ । ୧ । ପାପୀ ପରିତ୍ରାଣ ନ ହୁଏ ପ୍ରମାଣ ନିଜ ଧର୍ମାଚରଣରେ, ଈଶ୍ୱର ଦୃଷ୍ଟିରେ ନାହିଁ କେହି ନରେ ଧାର୍ମିକ ନିଜ କ୍ରିୟାରେ । ୨ । ପାପୀ ପରିତ୍ରାଣ ବହୁମୂଲ୍ୟ ଜାଣ, ମିଳେ ପ୍ରଭୁଙ୍କ […]

ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ, aahe dhorma atmaa huo moro proti su prosonno

ଆହେ ଧର୍ମ ଆତ୍ମା, ହୁଅ ମୋର ପ୍ରତି ସୁପ୍ରସନ୍ନ, ମୋର ହୃଦେ ସର୍ବକ୍ଷଣ କର ତୁମ୍ଭେ ଅଧିଷ୍ଠାନ । ଘୋଷା । ଆସ ହେ ସ୍ୱର୍ଗ କପୋତ, ତୁମ୍ଭେ ପୂର୍ଣ୍ଣ ଗୁଣଯୁକ୍ତ, ମୋର ଜଡ଼ ଚିତ୍ତେ କର ପ୍ରେମ ଅଗ୍ନି ପ୍ରଜ୍ଜ୍ୱଳନ । ୧ ।    ବୁଡ଼ିଗଲି ଏ ସଂସାରେ, ସ୍ୱର୍ଗ ପଥେ ଚାଲି ଧୀରେ, ସୁନୟନେ ଚାହିଁ ପ୍ରଭୁ କର ମୋତେ ସଚେତନ । ୨ ।    ବ୍ୟର୍ଥ ମୁହିଁ ଗୀତ ଗାଏ, […]

ହେ ଧର୍ମାତ୍ମା, ବିନୟ ଘେନ, he dharmaatmaa binoyo gheno

ହେ ଧର୍ମାତ୍ମା, ବିନୟ ଘେନ, ବିନୟ ଘେନି ମୋ ମନେ ହୁଅ ବିଦ୍ୟମାନ । ଘୋଷା । ଆସ ଦୀପ୍ତି ସମ, ନାଶ ମୋର ହୃଦୁଁ ସବୁ ଦୁଷ୍କୃତ ତମ, ତବ ଦୀପ୍ତିରେ ମୋ ପ୍ରାଣ ହେଉ ସଦା ଦୀପ୍ତିମାନ, ପାପ, କ୍ଷତି, ଶୟତାନ ନ କରୁ ତା ବିନାଶନ । ୧ । ଆସ ଅଗ୍ନି ସମ, ହୃଦେ ପ୍ରବେଶି ସମ୍ପୂର୍ଣ୍ଣ କର ଶୋଧନ, ପୁନର୍ଜନ୍ମ ସୁଲକ୍ଷଣ ତହିଁ କର ପ୍ରକାଶନ, ହେଉ ତା ତୁମ୍ଭର […]