ହୁଅ ହେ ପ୍ରଭୁ ସହାୟ ମୋର huo hai probhu sohaayo moro
ହୁଅ ହେ ପ୍ରଭୁ ସହାୟ ମୋର ଅନନ୍ତ ଜୀବନ ପଥେ ତୁମ୍ଭର । ଘୋଷା । ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର, ଘେରଇ ଆପଦ ବହୁ ଜଞ୍ଜାଳ ା ୧ । ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର, ପ୍ରତିଦିନ ଘଟେ ଘୋର ସମର । ୨ । ଶତ୍ରୁ ଶୟତାନ ସେ ବଳୀୟାର, ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ । ମହା ପ୍ରଜ୍ଜ୍ୱଳିତ ବାଣ ତାହାର, ଘନ ଘନ […]
ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara
ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା । ତୁମେ କରୁଣା କରିଲେ ଊଣା ହେବି ମୁଁ ଆଉ କାହାର ? ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର ା ୧ । ତୁମ୍ଭ ବିହୁନେ ଏହି ଭୂବନେ ମୋ ମନ ସଦା ଅସ୍ଥିର, ଗଗନେ ଯେହ୍ନେ ଧୂମ ପବନେ କେବେ ନୁହଇ ସୁସ୍ଥିର ା ୨ । ତୁମ୍ଭେ ସଙ୍ଗତେ ନ ଥିଲେ […]
ତୁମେ କହିଛ ସଙ୍ଗ ଥିବ ନିୟତ tume kahicha songe thibo niyoto
(ପରା) ତୁମେ କହିଛ ସଙ୍ଗ ଥିବ ନିୟତ, ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା । ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼, ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ, କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ? । ୧ । ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନ, ଶତ୍ରୁ ବା […]
ଯୀଶୁ ହେ, ତୁମରି କରୁଣା ଦାନେ jishu hai tumori korunaa daane
ଯୀଶୁ ହେ, ତୁମରି କରୁଣା ଦାନେ ଜଗାଅ ମୋହନ ଛବି ଗୋପନେ, ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ ା ଘୋଷା । ଯୀଶୁ ହେ ଜୀବନ ଜୀବଧାରୀ, ପତିତପାବନ ପାପହାରୀ, ଯୀଶୁ ହେ ଆସ, ହୃଦୟେ ବସ, ଦିଅହେ ପ୍ରିୟ ଧର୍ମ-କିରଣ, ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ, ପରଶ ଦିଅ ଏହି ମିଳନେ ା ୧ । […]
ପ୍ରଭୋ ବସିଛି ହେ ପଦ ତଳେ, probhu bosichi hai podo tole
ପ୍ରଭୋ ବସିଛି ହେ ପଦ ତଳେ, ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୁଳେ । ୨ ।ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,ବାନ୍ଧି ରଖ ଏ ହୃଦୟ ଚିର […]
ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର aahe dino bandhu phedo kasta mohoro
ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର । ଘୋଷା । ତୁମ୍ଭେ ସର୍ବଶକ୍ତିମାନ, ଦୟାରେ ସିନ୍ଧୁ ସମାନ, ତ୍ରିପୁରେ ଅସାଧ୍ୟ କିଛି ନାହିଁ ତୁମ୍ଭର । ୧ । ଦୁଃଖ-ଶୋକ-ପଙ୍କୁ କେତେ ଉଦ୍ଧାରିଛ ନିଜ ହାତେ, କି ବର୍ଣ୍ଣିବି ତାହା ଏହି ମୁଖେ ମୋହର । ୨ । ଆୟୁବକୁ କୃପା କଲ, ଘୋର ବିପଦୁ ତାରିଲ, ଦ୍ୱିଗୁଣ ସମ୍ପଦେ ଚିତ୍ତ ତୋଷିଲ ତାର । ୩ । ଯାକୁବ ଭୟେ ଭ୍ରାତାର ତ୍ୟଜନ୍ତେ […]
ଆହେ ପ୍ରଭୁ, ଶୁଣ ମୋ ନିବେଦନ aahe prabhu suno mo nibedono
ଆହେ ପ୍ରଭୁ, ଶୁଣ ମୋ ନିବେଦନ । ଘୋଷା । ମୋ ହୃଦେ ତୁମ୍ଭ ପ୍ରତି ବଢ଼ାଅ ପ୍ରେମ ଭକ୍ତି, ନାଶ କର ମୋହର ପାପ ତମ । ୧ । ତୁମ୍ଭ ସେବାରେ ନିତି ରଖ ହେ ସ୍ଥିର ମତି, ସଦା କର ହେ ମୋରେ କୃପା ଦାନ । ୨ । ତୁମ୍ଭ ଧର୍ମାତ୍ମା ଗୁଣ କର ମୋ ହୃଦେ ଦାନ, ସଦା ରଖ ହେ ହୃଦେ ତୁମ୍ଭ ପ୍ରେମ । ୩ […]
ମନ ଚିନ୍ତା କିପାଇଁ mono chintaa ki pain
ମନ ଚିନ୍ତା କିପାଇଁ, ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି ଦିବା-ନିଶି ମୋର ପ୍ରତି, ଜାଣଇ ମୁହିଁ । ୧ ।ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ । ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ । ତାଙ୍କଠାରେ ଆଶ୍ରା ନେଇ ନୋହିଛି ନିରାଶ କେହି,ତେବେ ବ୍ୟର୍ଥରେ […]
ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର anaadi ishwara doyaa ro saagara
ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର ଅଭାବ ମୋହର କରିବେ ସେ ଦୂର,କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା । ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ । ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ […]
achanti sarba byaapi moro sangare /ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ
ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ । ଘୋଷା । ହେବେ ସେ ସଙ୍ଗୀ ମୋହର, ଘୁଞ୍ଚିବ ସର୍ବ ଡରଭୟ ନୋହିବ ମୋ ମନ ଗଲେ ଅନ୍ଧାରେ ା ୧ । ଘେରିଲେ ହେଁ ଘୋର କ୍ଳେଶ ନୋହିବି ମୁଁ ନିରାଶସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ ା ୨ । ମୃତ୍ୟୁଚ୍ଛାୟାର ପଦାରେ ମୋର ଗମନ ହେଲେ,ଭୟ ଜାତ ନୋହିବ ଯେ ମୋର ମନରେ ା ୩ । ଶୁଣିବେ ସେ ମୋ […]