jaago re soiniko aartho janataa daake

( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ )    ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା, ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା ।    ତେଜି ଉଠ ତରୁଣ ସୈନିକ ଦଳ ଯାଚି ଘେନ ସେନାପତି ବାକ୍ୟ ବଳ ଆଲୋକର ଶିଖା ଜାଳି, ଅନ୍ଧକାର ଦିଅ ଦଳି ଯାଉ ଜଳି ଅଶରୀର ବାରୁଦ ଗୋଳା       […]

doyamaya jishu priya hai moro

(ସ୍ୱର : ଦୟାମୟ ଯୀଶୁ ଧନ ହେ) ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ । ଘୋଷା । ନିଅ ବୋଲି ପ୍ରଭୁ ଦେଲି ମୁହିଁ ତୋଳି ଅତୀତ ଜୀବନ ଶତ ବ୍ୟଥା କାଳି; ଲହୁ ଲୁହେ ଧୋଇ ଦିଅ ପ୍ରେମମୟ ତୁମ ଯୋଗ୍ୟ କରି ନିଅ ହେ     । ୧ । କ୍ରୁଶ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ଶତ ବାସନାର ମୋହ, ନାହିଁ ମୋର ଶକ୍ତି ଟାଣେ […]

chira bandhubara jishu hai sundara

ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର କଳୁଷ ପରାଣେ ରାଜ ଗୋ, ହେ ବିଶ୍ୱ ଗୌରବ  ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା । ପ୍ରଣମି କରୁଗୋ ତୁମଠି ଅଳି, ଆହେ ପାପହାରୀ ପ୍ରାଣ ସଙ୍ଖାଳି, ଅଜ୍ଞାନ ପରାଣୁ ପାପର କାଳିମା  ତୁମରି ଆଲୋକେ ମାଜ ଗୋ      । ୧ ।   ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା, ଆହେ ଜୀବଧାରି, ଜୀବନ-ମୁରଲୀ   […]

sundara madhura naamoti taankara

ସୁନ୍ଦର ମଧୁର ନାମଟି ତାଙ୍କର ନ ପାରେ ମୁରୁଛି କ୍ଷଣେ ମାତର ଯେଣେ ଗଲେ ତେଣେ ନାଚେ ହୃଦ ମୋର କି ଜାଣି କାହିଁକି, ନୁହଇ ପାସୋର । ଘୋଷା । ଦୁଇ ଦୁଇ କରି ଚାରୋଟି ଅକ୍ଷର ବାନ୍ଧି ରଖିଅଛି ସରଗ ସମ୍ଭାର ଆଡ଼ କାଠେ ଛନ୍ଦା ସେହି ନାମ ଚିର ହେଜୁ ନ ହେଜୁଣୁ ପୁଲକେ ଶରୀର । ୧ । ନୀତି ଚମତ୍କାର ପ୍ରୀତି ରତ୍ନାକର ପାପୁଁ ତରିବାରେ  ଅମୋହ ମନ୍ତର ନୋହିଁ […]

praate diya darasana jibana dhana

(ସ୍ୱର : ଆହା କି ମଧୁର ତବ ପ୍ରେମ ପରଶ) ପ୍ରାତେ ଦିଅ ଦରଶନ, ଜୀବନ ଧନ ତୁମେ ପରା ପାପହରା, ମୁକ୍ତିଦାତା ଜ୍ଞାନାଞ୍ଜନ । ଘୋଷା ।    ହୃଦୟ ଦୁଆର ଦେଇ ମୁଁ ଖୋଲି, ଡାକୁଛି ଆତୁରେ ମୋ ଯୀଶୁ ବୋଲି ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ । ୧ ।    ରଜନୀ ଅନ୍ଧାର ହେଲାଣି ଦୂର, ପୂରୁବ ନଭେ ଉଦେ ଦିବାକର  ହୃଦେ ମୋର ଉଦେ […]

doyaa maya jishu dhana hai mote sabutharu kara sano

ଦୟାମୟ ଯୀଶୁ ଧନ ହେ ମୋତେ ସବୁଠାରୁ କର ସାନ । ଘୋଷା ।    କର ପ୍ରଭୁ ମୋତେ ମାଟିଠାରୁ ହୀନ ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ ଧ ୂଳିରୁ ଆହୂତ ଏ ନିରାଟ ସତ୍ୟ ନ ଭୁଲିବି କଦାଚନ । ୧ ।    ମର ଶରୀରର ତେଜ ବୀର୍ଯ୍ୟ ବଳ, ଜାଣେ ଦିନେ ଏହା ହୋଇବ ବିଫଳ ଅନିତ୍ୟ ସିନା ଏ ରୂପ ଯଉବନ, ବୁଝିବାକୁ ଦିଅ ଜ୍ଞାନ । ୨ […]

niramala niramala niramala debataa

ନିରମଳ ନିରମଳ ନିରମଳ ଦେବତା  ସୁର ନର ପ୍ରଶଂସିତ ସୃଷ୍ଟିକରତା      । ଧ୍ରୁବ । ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା  ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା  । ୧ । ପ୍ରେମମୟ ଅବତାର ଅଦ୍ୱିତୀୟ କୁମର କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା           । ୨ । କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ, ପତିତ ଜନ ବାନ୍ଧବ, ପାପହରତା            । ୩ । ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା, ଅନୁପମ ବରଦାତା ନୀତି ବିଧାତା           । ୪ ।  […]

momo drudaya chandana jishu jaya jagata chandana

(ସ୍ୱର : ତୁମେ ଅଧମ ପତିତ ନରେ) ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । ଘୋଷା । ପାତକୀ ଜୀବନ ଧନ ଜଗଜ୍ୟୋତି ଦୀନବନ୍ଧୁ ମନମୋହନ  ପାପହାରୀ ତ୍ରାଣକାରୀ ଜୟ ସର୍ବଶକ୍ତିମାନ । ୧ । ପତିତ ମୁକତି ପଥ ରୋଗ ଶୋକ ଦୁଃଖହାରୀ ଜଗତନାଥ ଜୟ ଜୟ ମୃତ୍ୟୁଞ୍ଜୟ ଜୟ ବିଘ୍ନ ବିନାଶନ । ୨ ।    ଯୋଗୀ ଋଷି ଜପମାଳ […]

tumori ujjala pradipo jaalo

( ସ୍ୱର : ସୁଧାର ଭାରତ ଘୁମାବେ କତ ) ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ, ଆମରି ଅନ୍ଧାର ଘରେ ସବୁ ପାପ ନିଶା ଅପସରି ଯାଉ, ତୁମ ଆଲୋକର ଜ୍ୟୋତିଃରେ । ଘୋଷା । କୋଣେ କୋଣେ ଯେତେ ଅନ୍ଧାର ଅଛି, ତୁମରି ସ୍ପର୍ଶେ ଦିଅ ଗୋ ନାଶି, ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ        । ୧ । ଦୂରେଇ ଯାଉ ହେ ଅପ୍ରୀତି ନିଶା, ଅପ୍ରେମ, ଅନ୍ଧାର, ଅସତ୍ୟ, […]

aamo paribaare tume ruha sabu

( ସ୍ୱର : ଆଉ କିଛି ପ୍ରଭୋ ଚାହେଁ ନା ଜୀବନେ ) ଆମ ପରିବାରେ ତୁମେ ରୁହ ପ୍ରଭୋ ! ଶୁଭାଶିଷେ ଭରି ତାହାକୁ, ଯାହା ପାଇଁ ଲୋଡ଼ା, ଯେଉଁ ଦାନ ପ୍ରଭୁ, ଦେଉଥାଅ ନିତି ତାହାକୁ । ଘୋଷା । ଧ ନ ପାଇ ଯେବେ, ଆମ ପରିବାର ଭୁଲିଯାଏ ପ୍ରଭୁ ତୁମକୁ, ସେଭଳି ଧନରେ  ଲୋଡ଼ା ନାହିଁ ପ୍ରଭୋ, ଖ୍ରୀଷ୍ଟ ଧନେ ଭର ତାହାକୁ ଆମ ପରିବାରେ ଦିଅ ପ୍ରଭୋ ଶାନ୍ତି, ପ୍ରୀତି, […]