(aaha) aamo laagi jishu aasile (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ,
(ସ୍ୱର : ମୋତେ ଖୋଜି ଖୋଜି ଯୀଶୁ) (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ, ସାନ ଗ୍ରାମଟିରେ ଶ୍ରୀଯୀଶୁ ଜନମ ଲଭିଲେ । ଧ୍ରୁବ । ପୂତ ପରିବାରେ ଶିଶୁର ରୂପରେ ଦିନୁ ଦିନୁ ସେତ ବଢ଼ିଲେ, ପିତା, ମାତା, ଭ୍ରାତା, ଭଗିନୀ ମମତା ସବୁ ଅନୁଭୂତି ଲଭିଲେ । ୧ । ଅଳସ ଜୀବନ ନ କରି କ୍ଷେପଣ ପିତା ସଙ୍ଗେ କାମେ ଲାଗିଲେ, ଦୁଃଖର ସଂସାରେ କେତେ ପରକାରେ ନିତି ସେ ସାହାଯ୍ୟ […]
aaso jishu ruha tume niti aamo saathire
( ସ୍ୱର : ଆସ ଶିଶୁ ସଖା ଯୀଶୁ ) ଆସ ଯୀଶୁ ରୁହ ତୁମେ ନିତି ଆମ ସାଥୀରେ ଆମେ ତୁମ ସାନ ଶିଶୁ ଡାକୁଅଛୁ ଅଧୀରେ । ଧ୍ରୁବ । ଆମ ପ୍ରିୟ ପିତାମାତା ପୁଣି ଯେତେ ଭଗ୍ନୀ ଭ୍ରାତା ସମସ୍ତଙ୍କୁ ଆଉଜାଇ ରଖ ତୁମ କୋଳରେ । ୧ । ଦେଖାଇ ସୁନ୍ଦର ଗୁଣ ତୁମ ପରି ହେବୁ ପୁଣ ଜୀବନ ବାସନା ଆମ ବିକଶୁ ଜଗତରେ । ୨ । ସାନ […]
(aaji) khristiya gruhare (ଆଜି) ଖ୍ରୀଷ୍ଟୀୟ ଗୃହରେ,
(ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ) (ଆଜି) ଖ୍ରୀଷ୍ଟୀୟ ଗୃହରେ, ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ । ବିଗତ ଦିନର ଶତ ମଳିନତା ପାପ ପ୍ରତି ଆଶା, ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ ତୁମରି ଜୀବନେ ଯୀଶୁ ନାଥ । ୧ । ସାନ ମେଷପଲ ଆମ ପରିବାର, ହେ ମେଷପାଳକ, ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ […]
ey groohe aasho he prabhu posi aaso
(ସ୍ୱର : ଦୁଆରେ ଉଭା ନ ହୋଇ) ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ, ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ । ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି, କାଢ଼ି ଦିଅ ବନ୍ଧୁ ମୋର, ତୁମ ଶକ୍ତି ବଳରେ । ୧ । ଯଦି ଅସାର ଏ ଧରା କରିଥାଏ ପଥହରା, ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ । […]
aahe jishu aaso amo dino kutere hai
( ସ୍ୱର : ଆସ ପ୍ରଭୁ ଆସ ଆଜି ) ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ । ଆମର ଘରର ପାପ ତମ ନାଶ ତୁମ ଆଲୋକରେ ହେ, ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି ଆମ ହୃଦେ ଭରି ଦିଅ ହେ । ୧ । ନବୀନ ପ୍ରେରଣା ନବ ଉଦ୍ଦୀପନା ତୁମ ଶକ୍ତି ବଳେ […]
aahe premomoyo ishwara tanaya
( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ) ଆହେ ପ୍ରେମମୟ ଈଶ୍ୱର ତନୟ, ଆମ ପରିବାରେ ଆସ ହେ, ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ । ତୁମ ଲାଗି ପ୍ରଭୁ ଆମରି ଏ ଘରେ ଧ ର୍ମବତୀ ଉଠୁ ଜ୍ୱଳି ହେ, ନିତି ଆରାଧନା ସେବା ଉପାସନା- ଧୂପେ ଏହି ଗୃହ ପୁରୁ ହେ । ୧ । ଏ ଘର […]
gaayibaa jaya bharata maya
ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ, ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ; ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ । ବିମଳ ଶୋଣିତ କରି ଦାନ ନାଥ ବଞ୍ଚାଇଛ ଏ ମାନବେ, ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା । ସୁଖର ସଦନ ତ୍ୟଜିଲ ହେ ହେଳେ ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ, ଆସିଲ ମର୍ତ୍ତ୍ୟେ ମର୍ତ୍ତ୍ୟ ଦେହ ଧରି ଆହେ ଚିତ୍ତହାରୀ ନୀରବେ ହେଲ ହେ […]
joyo joyo gaane gaao jishu naame
ଜୟ ଜୟ ଗାନେ ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ ପାପୀର ପରମ ସଖା ଅନୁପମ ତ୍ରିଭୁବନ ତଳେ କେହି ତ ନାହିଁ (ପ୍ରେମମୟ ଯୀଶୁ ସମ) । ଘୋଷା । ଜନମ ଉତ୍ସବେ ସଗର ବାହିନୀ ଆସିଲେ ଶାନ୍ତିର କାରଣ ନେଇ ଈଶ୍ୱର ମହିମା ମାନବେ ମଙ୍ଗଳ ପୃଥିବୀରେ ଶାନ୍ତି ଗାଇଲେ ଭାଇ (ଯୀଶୁ ସୁଧାମୟ ନାମେ) । ୧ । ପୂଜାର ଅନ୍ତରେ ପ୍ରେମ ଭକ୍ତିଭରେ ପ୍ରୀତି-ଫୁଲ ଛନ୍ଦି ଚାରୁଚରଣେ […]
aaso he hrudaye jishu dhana
ଆସ ହେ ହୃଦୟେ ଯୀଶୁ-ଧନ ନବପ୍ରୀତି ନବଗୀତି ଭରୁ ନିତି ଶିଶୁ ପ୍ରାଣ ଶିଶୁ କଣ୍ଠୁ ନିତି ଶୁଭୁ ହେ ନାଥ ଆକୁଳ ମିଳନ ତାନ । ଘୋଷା । ଏ ପାପ-ମରୁରେ ନିତି ଆକୁଳ ସରସ ଶିଶୁର ଚିତ୍ତ ରୁକ୍ଷ ମରୁ ବାଆ ଲୁଟି ନିଏ ତାର ପ୍ରୀତି କୁସୁମ ବିତ୍ତ ମଧୁ ପ୍ରୀତି ଫୁଲେ ଭରିଦିଅ ସଖା ଶିଶୁର ରିକ୍ତ ମନ । ୧ । ଯୌବନ ଝଞ୍ଜାର ପ୍ରଳୟ ଭୀତି ତରୁଣ […]
muktidaataa jishu naamo jaao re bhaayi sehi naamo
ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ, ଯୀଶୁ ନାମ ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା । ଶାନ୍ତିଧାମ ସୁଧା ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୧ । ଦିବ୍ୟ ନାମ ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୨ । ଶ୍ରେଷ୍ଠ ନାମ ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୩ । […]