jishu khristo naamo mana gaare sehi
ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି ଧ୍ୟାଆରେ । ଘୋଷା । ବିଶ୍ୱ ପ୍ରେମ ଧନ ସତ୍ୟ ଶାନ୍ତି ଧାମ ସେହି ଏକା ଏହି ବସୁଧାରେ, ପୂତ ଆତ୍ମାଦାତା ପାପୀ ପରିତ୍ରାତା, ଚରଣକମଳୁ ମଧୁ ଖାଆରେ । ୧ । ସେ ପ୍ରେମ ନିର୍ଝର ସର୍ବ ମୂଳାଧାର ମୁକତି କରତା ପରପାରେ ଧନ ମନ ଜୀବନ ଆତ୍ମା ସମର୍ପଣ କରି ସେ ନାମ ସ୍ମରୁ ଥାଆରେ । ୨ । ସୂଚୀମାଳାକୁ […]
prabhu he tume moro poraano sokhaa
ପ୍ରଭୁ ହେ ତୁମେ ମୋର ପରାଣ ସଖା, ମନ ମନ୍ଦିରେ ଅଙ୍କା ସେହି ପ୍ରେମ ମୂରତି ପ୍ରୀତିରେଖା । ଘୋଷା । ଜନମେ ମରଣେ ମତି ପଙ୍କଜଚରଣେ ରହିଥାଉ, ଏହି ମୋ ଭିକ୍ଷା ପ୍ରଭୁ ହେ, ଦିବ୍ୟ ନୟନେ ମମ ନିତ୍ୟ ସେ ପ୍ରେମ ଧାମ ହୋଇ ଯାଉଥାଉ ନିତି ଲେଖା, ଏହି ମୋର ଅନ୍ତିମ ଭିକ୍ଷା ପ୍ରଭୁ ହେ ଜନମେ ମରଣେ ଦିଅ ଦେଖା । ୧ । ଅଘ ତାମସ ମୋର କରି ପ୍ରଭୁ […]
biswa taapito poraano taarone traano bhaanu
ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ, ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ, ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । ଉପହାରକର ପଣ୍ଡିତ ନିକର, ଶିଶୁ ଯୀଶୁ ପଦେ କରି ନମସ୍କାର, ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ ମୋକ୍ଷ କରତାକୁ ପାଇଲେଣି । ୨ । […]
aaso mo bhaayi bhouni, prachi dishe dekho
ଆସ ମୋ ଭଉଣୀ ଭାଇ, ପ୍ରାଚୀ ଦିଶେ ଦେଖ ଚାହିଁ ନବ ରବି ଶୁଭେ ସମୁଦିତ, ପାପାନ୍ଧକାର ବିନାଶ ପାଇଁ ଭବେ ପରକାଶ ଗାଇବା ସେ ଜ୍ୟୋତିର ସ୍ୱାଗତ, ଦୁଇ ସହସ୍ର ବର୍ଷର ସ୍ମୃତି ଜଗାଇ ଅନ୍ତର ପ୍ରେମୋଲ୍ଲାସେ ଭସାଏ ସଂସାର, ସ୍ୱର୍ଗରାଜ୍ୟ ସଂସ୍ଥାପିତ ହୋଇଥିଲା ଏହି ମର୍ତ୍ତ୍ୟ ଆଜି ସେହି ପବିତ୍ର ବାସର । ଥ ôଲେ ଯେ ଅଛନ୍ତି ଥିବେ ଏ ଭବେ ଆସ ମୋର ଭାଇ ଭଉଣୀ ସର୍ବେ, ଭେଟିବା ସେ ପୂତ […]
nishi ghunchi ghunchi jaauchi
ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି, ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା । ତୁଟି ତୁଟି ଯାଏ ଅନ୍ଧକାର ମୋହ, ହସି ହସି ଉଠେ ପ୍ରକୃତି ନିବହ ନୂଆ ଜନମର ଜୀବନ ପ୍ରବାହ ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ । କ୍ରୁଶ କାଲଭେରୀ ମୁକୁଟ କଣ୍ଟାର, ପକ୍ଷୀକଳତାନ ଭ୍ରମର ଝଙ୍କାର, ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ । କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ ବିଶ୍ୱର […]
aasho he gaayibaa milli aanando sangito
ଆସ ହେ ଗାଇବା ମିଳି ଆନନ୍ଦ ସଙ୍ଗୀତ ଜୟ ଯୁବାମେଷ ରବେ ପୂରାଇ ଜଗତ; ସେହି ନାମ ସୁଧା ଆନନ୍ଦେ ମାତି ପାଇବା ଯୀଶୁ ନାମ ସୁଧା । ୧ । ମୁଞ୍ଜରିବ ଶୁଷ୍କତରୁ, ବ୍ରତତୀ ଲୋଟିବ, ଆନନ୍ଦ-ଉପବନରେ କୁସୁମ ଫୁଟିବ; ସେହି ନାମ ସୁଧା ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୨ । ଲଭିବ ନବ ଜୀବନ ଏ ମୃତ ଶରୀରେ ପୁଲକେ ଭାସିବ ଧରା ଆନନ୍ଦ ସଲିଳେ; […]
mohaa prabhu, moha-premo bhobe prokaashilo
ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ; ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା । ତୁମ ପ୍ରେମ ସୂତ୍ରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ, ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ । ଅମା ଅନ୍ଧକାରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ, ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ । ତୁମ ପ୍ରେମ ଗୁଣେ; ଯୀଶୁ ହେ ମୋର ପ୍ରିୟ ଯୀଶୁ, ତୁମ […]
mote jishu naamo bhala laage re
( ସ୍ୱର : ରସନା ତୁ ଆନେ ରସନା ରେ ) ମୋତେ ଯୀଶୁ ନାମ ଭଲ ଲାଗେରେ, ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ ଜାଗେରେ । ଘୋଷା । ଯୀଶୁ ନାମଟି ତ ପ୍ରେମ ସୁନ୍ଦର, ପ୍ରେମ ଅଙ୍କୁରର ଆଦ୍ୟ ପତର; ପ୍ରେମ ଦ୍ରାକ୍ଷାଲତା ଫଳେ ଆନମିତା ହୃଦକୁଞ୍ଜ ପୁରୋଭାଗେରେ । ୧ । ବିଶ୍ୱ ଜନ ମନ ମୋହ ମନ୍ତର, ମହା ପାତକୀ ଶରଣ ପଞ୍ଜର, କ୍ରୁଶ କାଲଭେରୀ ମହିମା ଗାଉଛି […]
(prabhu) deeya dekhaa baare mote
(ପ୍ରଭୁ) ଦିଅ ଦେଖା ମୋତେ ବାରେ, ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା । ଅରୁପାନନ୍ଦ ସୁନ୍ଦର ଅନୁପମ କଳେବର ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ । ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ । କାମନା-ମୋହ ମାଦକ ପାପଜ ଅଳୀକ ସୁଖ ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ । […]
aaso, khristo bhakto gono
ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା, ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା । ପାସୋରି ଭୋଗ ବାସନା, ସଂସାରର ସୁଖ ନାନା ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ । ଓଡ଼ିଶାର ସମ୍ମିଳନ କର ପ୍ରଭୁ ପ୍ରେମେ ପୂର୍ଣ୍ଣ ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ । ସୂଚୀମାଳାକୁ ଫେରନ୍ତୁ