kede monoromo se swara bhubana
କେଡ଼େ ମନୋରମ ସେ ସ୍ୱର୍ଗଭୁବନ ! ନାହିଁ ନାହିଁ ତା ସମ ସୁଖଧାମ; କେବେ କରିବ ମୋ ନେତ୍ର ଦର୍ଶନ ? କେବେ ପଡ଼ିବ ତା ଦ୍ୱାରେ ଚରଣ ? । ଘୋଷା । ଯହିଁ ଅଛନ୍ତି ମୋ ତ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ । ୧ । ଯହିଁ ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ । ୨ । ଯହିଁ ନାହିଁ ରାତ୍ରି କି ପରିଶ୍ରମ, […]
ki monoronjana otte se swargaadyaano
କି ମନୋରଞ୍ଜନ ଅଟେ ସେ ସ୍ୱର୍ଗୋଦ୍ୟାନ ! ହେ ମନ, ନାହିଁ ତା ସମାନ ସ୍ଥାନ ମର୍ତ୍ତ୍ୟପୁରେ ଦରଶନ । ଘୋଷା । ସେ ଠାବର ରାଜ୍ୟ ଅଟଇ ଅନିର୍ବାଯ୍ୟ, ନାହାନ୍ତି ଶତ୍ରୁଗଣ କରିବାକୁ ଆକ୍ରମଣ । ୧ । ସେଠାର ମୁକୁଟ ତେଜରେ କି ଶୋଭିତ ! ସର୍ବଦା ରମଣୀୟ ଗୌରବ ତାର ଅମ୍ଳାନ । ୨ । ଅନନ୍ତ ଜୀବନ କରଇ କର୍ତ୍ତାପଣ, ତହିଁ ନୁହେଁ ଶ୍ରବଣ ମୃତ୍ୟୁ ଭୟ […]
sworgo ki dibya staano ki monoranjana
(ସ୍ୱର : ମୋର ଅଟେ ବିହିତ) ସ୍ୱର୍ଗ କି ଦିବ୍ୟସ୍ଥାନ ! କି ମନୋରଞ୍ଜନ ସୁଖମୟ ଭୁବନ ! । ଘୋଷା । ଯେଉଁଠାରେ ନାହିଁ ଦୁଃଖ ଶୋକ କ୍ରନ୍ଦନ, ପୂର୍ଣ୍ଣାନନ୍ଦ ସଦା ଶାନ୍ତି ସୁଖ ବିଶ୍ରାମ । ୧ । ଯେଉଁଠାରେ ଆଉ ଶୁଣା ନୁହେଁ ମରଣ, ସଦା ଅମର ସେ ପୁର ନିବାସୀଗଣ । ୨ । ଯେଉଁଠାରେ ନାହିଁ ପାପ ତାପ ସନ୍ତାପ, ହୁଅଇ କି ଜୀବନ-ମୁକୁଟ ପ୍ରାପଣ […]
aahaa ki aanondore samaya kaatonti saadhugono sworgore
( ସ୍ୱର : ମୋର ଅଟେ ବିହିତ ) ଆହା କି ଆନନ୍ଦରେ ସମୟ କାଟନ୍ତି ସାଧୁଗଣ ସ୍ୱର୍ଗରେ ! । ଘୋଷା । ପାପ ସନ୍ତାପରେ ବନ୍ଦୀ ଥିଲେ ଏଠାରେ, ସବୁଠାରୁ ମୁକ୍ତ ହୋଇଛନ୍ତି ସେଠାରେ । ୧ । ଶୋକ ଚିହ୍ନ ନ ଦିଶଇ ତାଙ୍କ ମୁଖରେ, ଚିନ୍ତା ପରୀକ୍ଷା ଆଉ ନ ପଶେ ମନରେ । ୨ । ଝର ଝର ନୀର ନେତ୍ରୁ ଆଉ ନ ଝରେ, ପ୍ରଭୁ […]
mone dyaayi kede shanti mote miloyee
ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ; ମୋ ଦିନ ବହନ ଯାଉଛି ବହି । ଘୋଷା । ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି, ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି ଦିନୁଁ ଦିନୁଁ ପାଖେ ନିଅଇ । ୧ । କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ, ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ? ସେପରି ଆନନ୍ଦ ମୋ […]
nuhoyee muhin niraasho kole dhuli
(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ) ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ, ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା । ପୁନରୁତ୍ଥାନ ଦିନେ ତୂରୀ ବାଜିଲାକ୍ଷଣେ ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ । ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ, ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ । ଅବା ଅପମାନରେ ଶୋଇଥିଲେ କବରେ ଉଠିବି ମୁଁ ଗୌରବରେ, ଘୁଞ୍ôଚବ […]
mono ki pain muhin doribi hebaaku paari jardono nayee
ମନ କିପାଇଁ ମୁହିଁ ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା । କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର, ଅନେକ ଆପଦ ଭୟ ସଙ୍କଟ କରିଛି ଜୟ, ଏବେ କି ହଟିବି ପଛେ କାତର ହୋଇ ? । ୧ । କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ ! ଏଡ଼େ ସାଧ ଯହିଁ ପାଇଁ କରି ଆସିଅଛି ମୁହିଁ, […]
dhanya dhanya khristiano dhanya swargo sodone
ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ, ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା । ଯେକାଳେ ଏ ଜଗତ ସୁତ ଦାରାଦି ବିତ୍ତ ଅବା ନିଜ କଳେବର ତେଜ ବିନା ଶୋଚନେ । ୧ । ପାପୀ ହୋଇ କାତର, କି ଗତି ହେବ ମୋର ? ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ । ମାତ୍ର ତୁମ୍ଭେ ସେକାଳେ ଭାସ ଶାନ୍ତି-କଲ୍ଲୋଳେ ଆଗତ ଭରସା […]
dino more jaauchi kede bohone
ଦିନ ମୋର ଯାଉଛି କେଡ଼େ ବହନେ ! ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା । ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ । ଆସୁଛି ଏକ ସମୟ ଶୋଇବି ମୁଁ କବରେ, ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨ । ଆସୁଛି ଏକ ସମୟ ଦେବାକୁ ମୋ ନିକାଶ, ଠିଆ ହେବି […]
aaso re khristiyo senaa aaso aaji
ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ, ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ, ଆଲୋକ ତହିଁ ପ୍ରକାଶ । ଘୋଷା । କୁହ କୁହ ହେ ଯାଇ ଦୀନ ପାପୀର ପାଇଁ କଣ୍ଟାବିଦ୍ଧ ହସ୍ତ ପଦ, ବରିଲେ ଦୀନ ବେଶ । ୧ । ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ କୁହ ପାପୀ ତାପୀ ନିରାଶ ନ ହୁଅ କେବେ, ତ୍ୟାଗ ମନ୍ତ୍ରଟି ବରି, କ୍ରୁଶ ନିଶାଣ ଧରି ଶତ ମୁକ୍ତିହୀନେ ଆଜି […]