tyaago spikaaro o jishunka rajyo bisthaaro

ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର (ଆଜି) ଭିକାରି ବେଶରେ        ତୁମରି ଦୁଆରେ ଉଭା ଯେ ହୋଇଛି ମୁହିଁ, ଧରି ଭିକ୍ଷା ଝୋଲି    ଭିକ୍ଷା ଦିଅ ବୋଲି ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ ନିରାଶ କରି କି ଦେବ ଫେରାଇ ? । ୧ । ତୁମ୍ଭ ଲାଗି ମୁହିଁ       କେତେ ଦୁଃଖ ସହି ହେଲି ଦୀନହୀନ ଭାଇ, କି ଭିକ୍ଷା ରଖିଛ       କି ସୁଖ ତ୍ୟଜିଛ ତୁମେ ତ […]

aahe swargo baasi raajono

(ସ୍ୱର : ପ୍ରାର୍ଥନାରେ ହୁଅ ପ୍ରବୃତ୍ତ) ଆହେ ସ୍ୱର୍ଗବାସୀ ରାଜନ, ତବ ଶ୍ରୀ ଉଦ୍ଦେଶେ କରି ଏହି ମନ୍ଦିର ଗଠନ । ଘୋଷା । କର ହେ ଦର୍ଶନ ତୁମ୍ଭ ପ୍ରଶଂସା ଭଜନା ସେବା କାରଣ କରି ଏ ଗୃହ ନିର୍ମାଣ, କରି ଆଶୀର୍ବାଦ ଦାନ ଏଠାରେ ତୁମ୍ଭ ମହିମା କର ପ୍ରଭୁ ପ୍ରକାଶନ । ୧ ।    ହେଉ ଏହି ସ୍ଥାନ ଅସଂଖ୍ୟ ଲୋକର ନୂତନ ଜନ୍ମସ୍ଥାନ, ପାପୀ ଏଠାରେ ଯେସନ ଦେଖିବେ ତୁମ୍ଭ […]

aaso probhu mejo nikote

(ସ୍ୱର : ପ୍ରଭୁ ଯୀଶୁ ଦୟାସାଗର) ଆସ ପ୍ରଭୁ ମେଜ ନିକଟେ ବିଶ୍ୱାସ ସୁଭକ୍ତି ପ୍ରେମ ସହିତେ, ପ୍ରଭୁଙ୍କ ମରଣ ଭୋଜନ ନିୟମ କରିବା ପାଳନ ଏକାନ୍ତ ଚିତ୍ତେ । ଘୋଷା ।    ଯେଉଁ ରାତ୍ରରେ ଯୀଶୁଖ୍ରୀଷ୍ଟ ହୋଇଲେ ପରହସ୍ତଗତ, ନିସ୍ତାର ଭୋଜ ସେହି କଲେ ପାଳନ ବସିଣ ଦ୍ୱାଦଶ ଶିଷ୍ୟ ସଙ୍ଗତେ । ୧ । ଯୀଶୁ ରୋଟୀ ହସ୍ତରେ ଧରି ଈଶ୍ୱରଙ୍କର ସ୍ତବ କରି, ଭାଙ୍ଗଣି ଶଷ୍ୟିଙ୍କ ୁସେ ଦେଇ ବୋଇଲେ, ଭୋଜନ […]

palibi mu ey niyomo jishunku kari smarana

ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ ।   ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ, ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ ।    ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ, ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ । ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ, କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ । […]

aahe jishu tobo aagyaa promaane komolo

ଆହେ ଯୀଶୁ, ତବ ଆଜ୍ଞା ପ୍ରମାଣେ କୋମଳ ଓ  ନମ୍ର ଅନ୍ତଃକରଣେ ପାଳିବି ହୃଷ୍ଟମନେ ଏ ନିୟମ, ଯୀଶୁ ତବ ମହା ପ୍ରେମ ବିଧାନ, କରିବି ସ୍ମରଣ ତୁମ୍ଭ ଅପୂର୍ବ ପ୍ରେମ କ୍ଳେଶମାନ । ୧ । ତବ ଶରୀର ଭଗ୍ନ ମୋ କାରଣ, ଏ ଭଗ୍ନ ରୋଟୀ ତାର ନିଦର୍ଶନ, ତବ ବହୁମୂଲ୍ୟ ରୁଧିରଧାର ଦ୍ରାକ୍ଷାରସ ପାତ୍ରେ ଦର୍ଶନ ତାର, କରିବି ସ୍ମରଣ ମୋ ପ୍ରତି ତୁମ୍ଭର ଅଗମ୍ୟ ପ୍ରେମ । ୨ । ହେ […]

borosaao aashi punyo sudhaa rasi

ବରଷାଅ ଆସି ପୁଣ୍ୟ ସୁଧାରାଶି ଦେଇ ପ୍ରଭୋ ଶୁଭ ବର ହେ, ତୁମରି ସନ୍ତତି         ଏ ନବ ଦମ୍ପତ୍ତି ପ୍ରତି ଆଜି କୃପା କର ହେ । ଘୋଷା । ଆନନ୍ଦେ ଆନନ୍ଦେ ଗଢ଼ି ମାନବ ମିଳନ ବନ୍ଧନେ ରଖିଛ ଭବ, ସେ ପ୍ରେମ-ନିୟମେ  ବାନ୍ଧିଛ ଯତନେ       ଯର୍ଦ୍ଦନରେ ଆପେ  ସେହି ହୋଇ ଡୁବିତ ରବି ଗ୍ରହାଦି ନିକର ହେ, ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ । ୧ । ଅମୀୟ ବନ୍ଧନେ      ବାନ୍ଧ ବେନି […]

premo sundoro premo parabaro

ପ୍ରେମ, ସୁନ୍ଦର, ପ୍ରେମ ପାରାବାର, ଆସ ପ୍ରେମରୂପେ ବେନି ପ୍ରାଣେ; ଅବତରି ବେନି ପ୍ରାଣ-ମନ୍ଦିରେ ଛନ୍ଦି ଦିଅ ପ୍ରେମ ବନ୍ଧନେ         । ଘୋଷା । ଯୁଗଳ ପ୍ରାଣେ   ନବୀନ ତାନେ   ପ୍ରେମ ବିଧାନେ ଯେତେ ମାଧୁରୀ ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ        । ୧ । ପ୍ରେମ-ନନ୍ଦନେ   ପ୍ରେମ ବନ୍ଧନେ   ହସ-କ୍ରନ୍ଦନେ ରଖ ଚରଣେ, ଏକଇ ସ୍ରୋତେ ଐକ୍ୟ-ବ୍ରତେ ଚଳାଅ ଅମୀୟ ବରଦାନେ      । ୨ । ନିତ୍ୟ ମହତ୍ତ୍ୱେ   ବିପଦ ସତ୍ତ୍ୱେ   […]

koro boro konyaanka proti kolyaano

କର ବର କନ୍ୟାଙ୍କ ପ୍ରତି କଲ୍ୟାଣ ପ୍ରଭୁ ହୋଇ ଏ ସଭାରେ ବିଦ୍ୟମାନ । ଘୋଷା । ଯେତେ ଦିନ ସଂସାରରେ ରଖ ଆପଣ ପ୍ରେ-ରଜ୍ଜୁ ଦ୍ୱାରା ବାନ୍ଧ ଦୁହିଁଙ୍କ ପ୍ରାଣ, ଅନ୍ନ ବସନ ଦାନ     କର ଯାବଜ୍ଜୀବନ, ସର୍ବ କର୍ମେ ସହାୟ       ହୁଅ ହେ ଦୟାମୟ, କ୍ଷେତ କି ଧନଜନ     କର ହେ ସୁକଲ୍ୟାଣ, କରାଅ ତବ ଭକ୍ତି ସାଧନ । ୧ ।    ପରକାଳ ଚିନ୍ତା ହେଉ ସଦା […]

aahe pitaa ishwara boro konyaanka proti

ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା । କର କରୁଣା ଦାନ, ଯେସନ ହୋଇବ ଏକ ଏ ଦୁଇଜଣ, ଜୀବନଯାଏ ପାଳନ କରିଣ ଏହି ବିଧାନ, କାଟିବେ ଜୀବନ କରି ପ୍ରେମ ଆଚାର । ୧ ।    ଯେହ୍ନେ ଏ ଦୁଇ ଲୋକ, ଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ, ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ […]

sumogolo rupo baari naba dampati upori

ସୁମଙ୍ଗଳରୂପ ବାରି ନବ ଦମ୍ପତ୍ତି ଉପରି ପଡ଼ୁ ସୁବୃଷ୍ଟିର ପରି ବାହୁଲ୍ୟରେ କରି । ଘୋଷା । ସୁଖ ଶାନ୍ତିର ନିର୍ଝର      ଅଟନ୍ତି ଯେଉଁ ଈଶ୍ୱର, କରୁଣା ସଦା ତାଙ୍କର ହେଉ ସଙ୍ଗତର । ୧ । ଆଜି ଏକ ଯେଉଁ ପ୍ରେମେ        ହେଉଛନ୍ତି ବେନି ଜଣେ, ନୋହୁ ଊଣା କଦାଚନେ ମରଣ ବିହୁନେ । ୨ । ଦୁଃଖେ ସୁଖେ ଏକ ମନ ଧ ରି ଏହି ବେନି ଜଣ କରନ୍ତୁ ଯାବଜ୍ଜୀବନ କୁଶଳେ କ୍ଷେପଣ […]