krupaa nirjhoro thaaru boro konyaanku karunaa

କୃପା ନିର୍ଝରଠାରୁ ବର କନ୍ୟାଙ୍କୁ କରୁଣା ସଦା ଆବୋରୁ । ଘୋଷା ।    ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ, ତାଙ୍କ ଆଶୀର୍ବାଦ ବୃଷ୍ଟି ହେଉ ଉପରୁ । ୧ । କାନ୍ନା ବିବାହରେ ଯେ ଥିଲେ ନିମନ୍ତ୍ରିତ, ତାହାଙ୍କ ପ୍ରସନ୍ନ ଦୃଷ୍ଟି ହେଉ ଊର୍ଦ୍ଧ୍ୱରୁ । ୨ ।    ଆଉ ଶାନ୍ତିଦାତା ଧର୍ମ ଆତ୍ମାଙ୍କଠାରୁ  ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ । ୩ ।    ଏ ଦୁଇ ପ୍ରତି କଲ୍ୟାଣ […]

koro dhanyobado hrusto chitore

କର ଧନ୍ୟବାଦ ହୃଷ୍ଟ ଚିତ୍ତରେ, ମହାମଙ୍ଗଳଦାତା ଉଦ୍ଦେଶ୍ୟରେ, ନ ମରି ବିବଧି ରୋଗ ସଙ୍କଟରେ, ନୂଆ ବର୍ଷ ଦେଖିଲୁ ଆଉଥରେ । ଘୋଷା ।    ବନ୍ଧ୍ୟା ଆଉ ଶୁଷ୍କ ବୃକ୍ଷ ପରିରେ ଅବା ହେଲେ ମହାଭାର ଭୂମିରେ, ଫଳହୀନେ ବାରମାସ ବହିଗଲେ, ନୂଆବର୍ଷ ଦେଖିଲୁ ଆଉଥରେ । ୧ । ନ୍ୟାୟ ରୂପ ଖଡ୍ଗ ଯେଉଁ କାଳରେ, ହାଣିବାକୁ ଅଫଳା ବୃକ୍ଷ ମୂଳେ, ଉଞ୍ଚାଇଲେ ମଧ୍ୟ ନ ହୋଇଣ ହଣା, ନୂଆବର୍ଷ ଦେଖିଲୁ ଆଉଥରେ । […]

gaayono koro hai hoi horosha

ଗାୟନ କର ହେ ହୋଇ ହରଷ, କି କୁଶଳେ ହେଲା ନୂତନ ବରଷ ପ୍ରବେଶ  ! । ଘୋଷା ।    କଲେ ପ୍ରଭୁ ସୁରକ୍ଷଣ ଦେଇ ମଙ୍ଗଳଦାନ, ବଞ୍ଚାଇଲେ ଗତ ବର୍ଷ କରି କୃପା ଅଶେଷ । ୧ ।    ଏବନ-ଏଜର ନାମେ ସ୍ମରଣାର୍ଥ ପାଷାଣ ଆସ ସ୍ଥାପି ଭ୍ରାତୃଗଣ ହୋଇ ଅତି ଉଲ୍ଲାସ । ୨ । କାରଣ ପରମେଶ୍ୱର ଦେଇ ମଙ୍ଗଳ ବର ଏ ସରିକି ଉପକାର କରିଛନ୍ତି ଅଶେଷ । […]

bolo dhanyo bolo dhanyo

ବୋଲ ଧନ୍ୟ, ବୋଲ ଧନ୍ୟ ଯିହୋବାଙ୍କ ନାମ, ସେ ମହତ୍ ନାମ, ବଞ୍ଚାଇଣ ଦେଖାଇଲେ ବରଷ ନୂତନ । ଘୋଷା । ଗତ ସନେ ବହୁଜନ  ପାପରେ ତେଜି ଜୀବନ ନରକେ କଲେ ଗମନ,              ମୋ ପ୍ରତି କି ପ୍ରେମ ! । ୧ । ଅନେକେ ରୋଗ ଶୋକରେ     ଅନ୍ନ ବସ୍ତ୍ର ଅଭାବରେ ପତିତ ନାନା କ୍ଳେଶରେ,            ମୁଁ ନୁହେଁ ତେସନ । ୨ । ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ, ସେ […]

aaso ke aaso dekhiba poraa go

ଆସ କେ ଆସ ଦେଖିବ ପରା ଗୋ, ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ, ନାରାୟଣ ନର ଦେହେ ଦିଶେ କି ତୋରା  । ଘୋଷା ।    ସୁଠାମ ସୁନ୍ଦର, ଜନ-ମନୋହର, ଅମର କୁମର, ପାପୀ ତାପ ହର, ସୁର ପୁର ତେଜି, ନର ଦେହ ଭଜି, ଜନମିଲେ ଆଜି ଯୀଶୁ ସନ୍ତାପହରା  । ୧ ।    ଗଲେଣି ପଣ୍ଡିତେ ଜଗତର ହିତେ, ସୁରପତି ସୁତେ ପୂଜିବେ ଏକାନ୍ତେ, ଗନ୍ଧରସ ଚାରୁ ସୁବର୍ଣ୍ଣ କୁନ୍ଦରୁ, ଆଣିଛନ୍ତି […]

aaha ki aanondo susomaachaaro mortyo pure helaa aaji prochaaro ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର

ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର ! ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା । ଦାଉଦ ରାଜାର ନଗର ନିକଟ ଥିଲା କେତେକ ମେଣ୍ଢାଗୋଠ ରଖୁଆଳଗଣ ପାଳି ପାଳି କରି ରାତ୍ରେ ଜଗିଥିଲେ ସ୍ୱପଲ । ୧ ।  ଈଶ୍ୱରଙ୍କ ଦୂତ ହେଲେ ଉପସ୍ଥିତ ସେମାନଙ୍କର ସନ୍ନିକଟ, ଦେଖି ଐଶ୍ୱରିକ ତେଜ ଚତୁର୍ଦ୍ଦିଗେ ଭୟ କଲେ ଅତି ମନର । ୨ ।  କହଇ ସେ ଦୂତ ନ […]

uttho huo deeptimaano ondho kaaro baasi gono

ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ, ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା । ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ, ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ । ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ । ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ, ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ । ୩ […]

gaao gaao he aanonde jaya gito

ଗାଅ ଗାଅ ହେ ଆନନ୍ଦେ ଜୟଗୀତ ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା । ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ, ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ, ଆସିଛନ୍ତି ସେହି ସୁସମାଚାର ନେଇ, ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ, ଶୟତାନର ବଳ ଗର୍ବ କରିବେ ଖର୍ବ, ଦୂର କରିବେ ପାପ ଉତ୍ପାତ । ୧ । କି ଆନନ୍ଦ ସୁସମ୍ବାଦ ଅଟଇ ଏହି ! ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ, ମୃତ୍ୟୁଚ୍ଛାୟା […]

aaso he bhaayee kori su-gaano

( ସ୍ୱର : ଆଃ କି ଆନନ୍ଦ ସୁସମାଚାର ) ଆସ ଭାଇ ହେ କରି ସୁଗାନ ମହା ପ୍ରଭୁଙ୍କ ଦୟା କୀର୍ତ୍ତନ । ଘୋଷା । ଆମ୍ଭମାନଙ୍କ କ୍ଷେତ୍ରେ ଦୃଷ୍ଟି କର, ଶସ୍ୟ ସବୁ ପାଚିଅଛି ସୁନ୍ଦର; କଲେ ଦୟାବାନ ଆଶୀର୍ବାଦ ଦାନ, କ୍ଷେତ୍ର ଶସ୍ୟରେ ସୁପୂର୍ଣ୍ଣ । ୧ । କୃଷକ ଲୋକେ କରି ବହୁଶ୍ରମ କେତେ ଭୋଗିଲେ ଅଙ୍ଗେ ଗ୍ରୀଷ୍ମ ଘର୍ମ କରି ଉତ୍ପାଟନ ବନ୍ୟ ତୃଣମାନ ସୁବୀଜ କଲେ ବପନ । […]

probhu mondire muhin probeshile

ପ୍ରଭୁ ମନ୍ଦିରେ ମୁହିଁ ପ୍ରବେଶିଲେ ବହୁବିଧ ଲାଭ ମିଳଇ । ଘୋଷା ।    ବିବିଧ ଦୁଃଖ ମୋ ପଛେ ଥାଏ ଗୋଡ଼ାଇ, ପ୍ରଭୁ ଶ୍ରୀମୁଖ ଦର୍ଶନେ ଯାଏ ପଳାଇ । ୧ । ପ୍ରଭୁଙ୍କ ଶାସ୍ତ୍ରରୁ ସୁପଦେଶ ଶୁଣଇ, ସ୍ୱର୍ଗପଥ ପାଇ ସୁଖେ କାଳ କାଟଇ । ୨ । ପ୍ରଭୁଙ୍କ ପ୍ରାର୍ଥନା ଗୃହ ବିଖ୍ୟାତ ଏହି, ପ୍ରାର୍ଥନାରୁ କେଡ଼େ ସୁଖ ଶାନ୍ତି ଜନ୍ମଇ । ୩ ।    ଧ ୍ୟାନାଳୟ ଅଟେ ଏହି […]