aaha ki subho dino mono pherono boro mu heli prapono
ଆହା କି ଶୁଭ ଦିନ ! ମନଫେରଣ ବର ମୁଁ ହେଲି ପ୍ରାପଣ । ଘୋଷା । କି ଭାଗ୍ୟବାନ ମୁହିଁ ! ହେଲି ଈଶ୍ୱରଙ୍କ ସଙ୍ଗେ ମିଳିତ ଯାଇ; ଯୀଶୁରେ ହେଲି ସଂଯୁକ୍ତ ଦ୍ରାକ୍ଷାଲତା ଶାଖାମତ, ସ୍ୱର୍ଗ-କପୋତ ମନେ କଲେ ଅଧିଷ୍ଠାନ । ୧ । କେଡ଼େ ମିଷ୍ଟସ୍ୱରରେ ଗାୟନ କରନ୍ତି ଦୂତେ ଅମରପୁରେ ! କରି ମୋତେ ଦୃଷ୍ଟିପାତ ହୁଅନ୍ତି କି ଆନନ୍ଦିତ ! ମର୍ତ୍ତ୍ୟପୁରେ ସାଧୁଗଣ କରନ୍ତି ଗାନ । […]
kimpaa nimagna hebi mu bipodore
କିପାଁ ନିମଗ୍ନ ହେବି ମୁଁ ବିପଦରେ ? କେଡ଼େ ଶାନ୍ତି ମିଳଇ ଧର୍ମ ପଥରେ । ଘୋଷା । ଈଶ୍ୱର ଅଟନ୍ତି ମୋର ଦୃଢ଼ ଆଶ୍ରୟ, ଦୂର ହୋଇବ ମୋହର ସକଳ ଭୟ; କିପାଁ ଅଭାବ ଆର ? ସେ ପାଳକ ମୋହର, ସ୍ଥିର ଜଳ ନିକଟେ ଚରାଇବେ ସେ ମୋତେ, ତାଙ୍କ ବାଡ଼ି ପାଞ୍ଚଣ କରିବ ଶାନ୍ତି ଦାନ, ସଦା ହୋଇବେ ମୋର ସଙ୍ଗରେ । ୧ । ଯୀଶୁ ମୋହର ତାରକ, […]
mono aatma jishunku debi tanku sebibi
ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବିବି; ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । ଘୋଷା । ଯୀଶୁ ମୋର ସୃଷ୍ଟିକର୍ତ୍ତା, ମୋ ଆତ୍ମାର ସେ ବେବର୍ତ୍ତା; ତାଙ୍କ ହସ୍ତେ ସବୁ ଭାର ଦେଇ ଶାନ୍ତି ଭୋଗିବି । ୧ । ଯୀଶୁ ମୋ ଜୀବନାକର, ସତ୍ୟ ଜ୍ୟୋତିଃ ସେ ମୋହର; ଜୀବନ ଜ୍ୟୋତିଃ ଶକ୍ତିରେ ନିତ୍ୟଜୀବୀ ହୋଇବି । ୨ । ଯୀଶୁ ମୋତେ ପ୍ରେମ କଲେ, ମୋ ପାଇଁ ସେ […]
ki sukhodaayoko potho koroyee ki aanondito
କି ସୁଖଦାୟକ ପଥ, କରଇ କି ଆନନ୍ଦିତ, ଅଟଇ କି ଶାନ୍ତିଯୁକ୍ତ ତାହାର ସକଳ ପଥ । ଘୋଷା । ଧ ର୍ମ ପଥେ ଆଶୀର୍ବାଦ ଜନ୍ମାଏ କେଡ଼େ ଆହ୍ଲାଦ, ଘୁଞ୍ଚାଏ ସର୍ବ ପ୍ରମାଦ କରଇ କି ହୃଷ୍ଟ ଚିତ୍ତ । ୧ । ରକ୍ଷା କରେ ପରୀକ୍ଷାରୁ, ଉଦ୍ଧାରଇ ବିପଦରୁ, ଫେରାଏ ପାପ ମନ୍ଦରୁ, ଦାନ କରେ ଶାନ୍ତି ଚତ୍ତ । ୨ । ଥ ôଲେ ଘୋର ବନ୍ଧନରେ ଅଥବା ସିଂହ […]
jishunka kara mukuto bhushana
ଯୀଶୁଙ୍କ କର ମୁକୁଟ ଭୂଷଣ । ଘୋଷା । ଜୟ ହେଉ ତାଙ୍କ ନାମର ବଳ, ଭୂମିଷ୍ଠ ହେଉନ୍ତୁ ଦୂତ ସକଳ, ରାଜମୁକୁଟ କରି ଆନୟନ କର ତାହାଙ୍କୁ ମୁକୁଟ ଭୂଷଣ । ୧ । ଧ ର୍ମ ଲାଗି ହତ ଯେତେକ ଭକ୍ତ, ବେଦି ତଳୁଁ ଡାକେ ଯାହାଙ୍କ ରକ୍ତ, ଯିଶିର ଗଣ୍ଡି ଶାଖା ଯା’ଙ୍କ ନାମ କର ତାହାଙ୍କୁ ମୁକୁଟ ଭୂଷଣ । ୨ । ହେ ଇସ୍ରାୟେଲ ମନୋନୀତ ବଂଶ, ଯେ […]
aaha ki monohoro raajya aasoyee santi rajaro
ଆହା କି ମନୋହର ରାଜ୍ୟ ଆସଇ ଶାନ୍ତି ରାଜାର, ଜୟ ଜୟ ଶବ୍ଦ ତିନିପୁର । ଘୋଷା । ପୃଥ୍ୱୀ ସର୍ବଦେଶୀ କିବା ସର୍ବଭାଷୀ ଦାସ ହୋଇବେ ତାଙ୍କର ସଦା ସର୍ବକ୍ଷଣ ରାଜତ୍ୱ ଗୌରବ ପରାକ୍ରମ ତାହାଙ୍କର ସର୍ବ ନରାତ୍ମାରେ ମହାଶାନ୍ତି ହେବ, ହୃଦେ ବାସ ଧର୍ମାତ୍ମାର, । ୧ । ଶୂନ୍ୟ ଦେଶେ ମହା ଆନନ୍ଦ; ବନସ୍ତ ଗୋଲାବ ପ୍ରାୟେ ପ୍ରଫୁଲ ଅନ୍ଧଙ୍କର ଚକ୍ଷୁ ପ୍ରସନ୍ନ ହୋଇବ କର୍ଣ୍ଣେ ଶୁଣିବେ ବଧିର, । ୨ […]
bojaao bojaao aaji somoro bheri
ବଜାଅ ବଜାଅ ଆଜି ସମର ଭେରୀ ଦ୍ୟାବଳ ସେନାଦଳ ଚୌଦିଗେ ଘେରି । ଘୋଷା । ଉଡ଼ାଅ ଜୟଧ୍ୱଜା ନଗରେ ଗ୍ରାମେ, ଗୌରବେ ପୁରୁ ଧରା ଯୀଶୁଙ୍କ ନାମେ, ଦେଖି ଏ ରଣରଙ୍ଗ ଦେଉ ଛତ୍ରଭଙ୍ଗ, ପଳାଉ ସ୍କନ୍ଧେ ଶତ୍ରୁ ଶିବିର ଡ଼େରି । ୧ । ତ୍ରାଣର ଶିରସ୍ତ୍ରାଣ ପିନ୍ଧି ମସ୍ତକେ, ଆତ୍ମାଙ୍କ କରବାଳ ଧରି ପ୍ରତ୍ୟେକେ, ବିଶ୍ୱାସ-ଢାଲ ସ୍କନ୍ଧେ, ସତ୍ୟ କଟି ବନ୍ଧେ, ଆଦେଶେ କ୍ଷିପ୍ରପଦେ ଆସ ବାହାରି । ୨ […]
jishu karanti raajyo ki gourabo re
ଯୀଶୁ କରନ୍ତି ରାଜ୍ୟ କି ଗୌରବରେ, ଆଣ୍ଠୁ ପକାଅ ସର୍ବଦେଶୀ ଛାମୁରେ । ଘୋଷା । ଆସ ଆସ ସକଳ ରାଜା ପ୍ରଜାଗଣ, କର ତାଙ୍କୁ ଗୌରବେ ମୁକୁଟ ଭୂଷଣ; ଧନ୍ୟବାଦ ପ୍ରାର୍ଥନା ପ୍ରଶଂସାରୂପ ବଳି, ଜୟ ସ୍ୱରୂପ ଧୂପ ତାଙ୍କୁ ଉତ୍ସର୍ଗ କରି ରାଜଦଣ୍ଡ ତାଙ୍କର ଆଲିଙ୍ଗନ ହେ କର, ଗାଅ ଧାର୍ମିକେ ଜୟ ସ୍ତୁତିରେ । ୧ । କର ହେ ଆନନ୍ଦ ଧ୍ୱନି ଅତି ଉଚ୍ଚରେ, ତ୍ରାଣକର୍ତ୍ତା କରୁଛନ୍ତି ରାଜ୍ୟ କ୍ଷିତିରେ; ରାଜାମାନଙ୍କ […]
( aaji) nogore nogore grammo re grammo re ( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ
( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ ଶୁଭୁ ଯୀଶୁଙ୍କର ଜୟଗୀତ । ଘୋଷା । ଯାଇଛି ଅତୀତ ପାପେ ବିତି ସତ, ଯୀଶୁ ଆଶା ମୋର କରିବେ ଜୀବିତ, ନବ ଜାଗରଣେ ଜାଗ ହେ ସକଳ, ଶୁଭୁ ଏ ଉତ୍କଳେ ଜୟ ଗୀତ । ୧ । ସତେ ଜାଗିବ କି ମୋର ଏ ଉତ୍କଳ; ତା ହୃଦୟନାଥେ ଚିହ୍ନିବ ସତ୍ୱର, ଜୟ ଜୟ ଗୀତି ତା କଣ୍ଠୁ ଶୁଭିବ, ନାଥ ଚାହିଁବେ ଗୋ ହୋଇ […]
he salom raajono
ହେ ଶାଲମ ରାଜନ ! ତବ ପ୍ରିୟ ନାମେ ଏ ମର୍ତ୍ତ୍ୟ ଭୁବନେ ହେଉ ସଦା ଜୟଗାନ । ଘୋଷା । ଆଉ କେତେ କାଳ ରାଜତ୍ୱ କରିବ ଜଗତ୍ପତି ଶୟତାନ ? ତାର ପରାକ୍ରମ କର ସର୍ବ ଚୂର୍ଣ୍ଣ, ରାଜ୍ୟ କର ନରମନ । ୧ । ସଂଗ୍ରାମ ସମ୍ବାଦ ଯୁଦ୍ଧ ଆଡ଼ମ୍ବର ଆଉ ନ ହେଉ ଶ୍ରବଣ, ଲଙ୍ଗଳର ଫାଳ କରୁ ସର୍ବ ନର ଅସ୍ତ୍ରଶସ୍ତ୍ର କରି ଚୂର୍ଣ୍ଣ । ୨ । […]