ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, duro duro hai moro aabiswaaso sotworo
ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, ତ୍ରାଣର ଆଶା ମୋର ଗୁନ୍ଥା ଖ୍ରୀଷ୍ଟ ଉପର । ଘୋଷା । ଏହା ସତ୍ୟ ଅଟଇ ମହା ପାପିଷ୍ଠ ମୁହିଁ ନାହିଁ ମୋ ପୁଣ୍ୟ ଲେସ ମାତ୍ରହିଁ, ମାତ୍ର ସମ୍ପୂର୍ଣ୍ଣ ପୂଣ୍ୟ ହୋଇଛି ଖ୍ରୀଷ୍ଟେ ପୂର୍ଣ୍ଣ, ଜାଣେ ମୁହିଁ ତାହାଙ୍କ ପୂଣ୍ୟ ତ୍ରାଣଦାୟକ, ସେ ପୂଣ୍ୟ ଅଟେ ମୋର ତ୍ରାଣ ପାଇଁ ପ୍ରଚୁର । ୧ । ଅଛି ନିଶ୍ଚୟ ମୋର ତ୍ରୁଟି ନାନା ପ୍ରକାର, ଧ ର୍ମକର୍ମେ […]
ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ mono scoro pitaa ishwarank parama kumorore
ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ । ଘୋଷା । ସେହି ପ୍ରଭୁ ସ୍ୱର୍ଗୁ ଆସି ଶୟତାନ କର୍ମ ନାଶି ଉପଦେଶେ ମନ ତୋଷି ପାପ ତାପକୁ ବିନାଶି କି ଅମୃତ ବଚନ ତାଙ୍କର ରେ । ୧ । ତାଙ୍କ ସର୍ବ କୃତ କର୍ମ ନିଷ୍ପାପ ସମ୍ପୂର୍ଣ୍ଣ ଧର୍ମ, ଜଗତେ ଯେତେ ଅଧର୍ମ ଅନ୍ୟାୟ ପାପ ଦୁଷ୍କର୍ମ ଭୋଗିଲେ ସେ ନିଜ ଶ୍ରୀଅଙ୍ଗରେ । ୨ । ତୁ ଯେବେ ପାରିବୁ ମନ ତାଙ୍କ […]
ଅରୂପ ରୂପ ଦୃଶ୍ୟ ହୋଇଲେ, arupo rupo drushya hoile
ଅରୂପ ରୂପ ଦୃଶ୍ୟ ହୋଇଲେ,ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା । କାଳବଳେ ଅନାୟତ୍ତ ଥିଲା ସକଳ ଜଗତ,ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ । ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ । ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନକରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ । ଧନ […]
ଗାୟନ କର ଆନନ୍ଦେ ମନ, gaayono koro aanondo mone
ଗାୟନ କର ଆନନ୍ଦେ ମନ, ଖ୍ରୀଷ୍ଟଙ୍କ ମରଣେ ତୋର ସମ୍ପୂର୍ଣ୍ଣ ତ୍ରାଣ । ଘୋଷା । ତୋର ପରିତ୍ରାଣ ପାଇଁ ଆଉ କିଛି ଲୋଡ଼ା ନାହିଁ, ପୂର୍ଣ୍ଣ ଆୟୋଜନ ଖ୍ରୀଷ୍ଟ ମରଣେ ଜାଣ । ୧ । ନାହିଁ କି ତୋ ପୂଣ୍ୟକର୍ମ ତୁହି ପାପୀରେ ଅଧମ ? ଖ୍ରୀଷ୍ଟ ଅଟନ୍ତି ତୋହର ପୁଣ୍ୟ ନିଧାନ । ୨ । କହୁ କି ତୋହରି ପାଇଁ ଖ୍ରୀଷ୍ଟ ହୃଦେ ସ୍ଥାନ ନାହିଁ ? ସବୁ ପାପୀ ଆସିଲେ […]
ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ dino bondhu krupaa sindhu doyaare bhushono
ଦୀନବନ୍ଧୁ କୃପାସିନ୍ଧୁ ଯୀଶୁ ଦୟାରେ ଭୂଷଣ ହେ । ଘୋଷା । ମୁହିଁ ପାପୀ ହୀନଜନ, ପତିତ ଦଶାରେ ଗଲା ଦିନ, ଆତ୍ମାର ଗତିକି କଲି ହେଳନ ହୋଇଣ ଅଜ୍ଞାନ ହେ । ୧ । ମୋର ପାପ ବଡ଼ ଭାର, ପର୍ବତଠାରୁ ଅଟଇ ବଡ଼, ଜଗତେ ଆଉ କେ ଅଛି ମୋହର କରିବ ତାରଣ ହେ । ୨ । ଏ ପାପେ ଯେବେ ମରିବି ନିଶ୍ଚୟ ମୁଁ ନରକେ ପଡ଼ିବି, ଅନନ୍ତ […]
କର ହେ ମୋତେ ତୁମରି (ଆହେ ଯୀଶୁ), kara hai mote tumori aahe jishu
କର ହେ ମୋତେ ତୁମରି (ଆହେ ଯୀଶୁ), ମୋରୂପ ବିଲୋପ କର, ସ୍ୱରୂପ ମୋଠି ପ୍ରସାର, ତୁମଠି କର ତନ୍ମୟ ହୁଅ ମୋର ହୃଦମୟ ତୁମ୍ଭଙ୍କୁ ପାଇ ନିଜକୁ ଯାଏ ଯେହ୍ନେ ପାସୋରି । ଘୋଷା । ତୁମ କରମେ ମୋତେ ବିଭୋର କର ପ୍ରଭୁ, ମୋ ଇଚ୍ଛା ମୋର କରମ-ବାସନା ନାଶ ସବୁ, ତୁମ୍ଭ କରମ ଛଳେ ମୋ କର୍ମ ନ ହେଉ ତିଳେ, ତୁମ୍ଭ ପ୍ରଶଂସା ଗାଇ ନିଜେ ପ୍ରଶଂସା ନେଇ ମୋତେ […]
ଆସ ହେ ହୃଦୟ-ସଖା ହୃଦେ କର ଅଧିଷ୍ଠାନ, aaso hai hrudoyo sokhaa hrude kara adhistano
ଆସ ହେ ହୃଦୟ-ସଖା ହୃଦେ କର ଅଧିଷ୍ଠାନ, ନିରେଖି ମନ ଆଖି ତୃପ୍ତ ରହୁ ଚିରଦିନ । ଘୋଷା । ଅନ୍ତରେ ବିତର ଯୀଶୁ ପ୍ରେମ ଭକ୍ତି ଧର୍ମଜ୍ଞାନ, ତୁମ୍ଭ ପଦେ ମତି ମୋର ରହିଥାଉ ଅନୁକ୍ଷଣ । ୧ । ଶୟତାନ ପ୍ରବଞ୍ଜନା କୁଟିଳ କୁତର୍କ ନାନା ତୁମ୍ଭରେ କରି ପ୍ରାର୍ଥନା ଦୂର କର ହେ ବହନ । ୨ । ନୂଆ ଜନ୍ମ ପରିତ୍ରାଣ କର ହେ ପ୍ରଭୁ ପ୍ରଦାନ, ବୋଲି ଯୀଶୁ […]
ହୃଦୟ କଥା ମରମ ବ୍ୟଥା hrudoyo kotha moromo byothaa
ହୃଦୟ କଥା ମରମ ବ୍ୟଥା ଜାଣିବ କିଏ ଆଉ ପ୍ରାଣ ଦେବତା । ଘୋଷା । ସାରାଟି ଜୀବନ ବହିଣ ଯାଏ, ସାଧନ ଭଜନ ମୋର ବିଫଳ ହୁଏ, କରି ପରଶ କର ହରଷ ଜୀବନ ମୋ ଆହେ ପାପ ହରତା । ୧ । ତୁମ୍ଭ ଦେଖା ପାଇଁ ଆସିଛି ଧାଇଁ, ପାଏ କି ନ ପାଏ ଭୟ ହୁଅଇ, ପଛେ ବା ଶୂନ୍ୟ […]
ହୃଦୟ ରାଜ ହୃଦେ ବିରାଜ ଆଜ, hrudoyo raajo hrude biraajo aajo
ହୃଦୟ ରାଜ ହୃଦେ ବିରାଜ ଆଜ, ଦେଇ ତବ ପ୍ରେମ-ବାରି ମାଜ ସମାଜ । ଘୋଷା । ବିଳାସେ ସାରି ସାରି ଗଲା ସମ୍ପଦ ଶିରି, ରହିଛି ପ୍ରାଣଟି ଧରି, ତାକୁ ନ ତ୍ୟଜ । ୧ । ସ୍ୱାର୍ଥରେ ଭାଇ ଭାଇ ପ୍ରେମେ ଜଳି ଭିଆଇ ବସିଅଛି ତ ହରାଇ ଶକତି ତେଜଃ । ୨ । ଯୀଶୁ ହେ ତୁମ୍ଭ ଗୁଣ ତୁମ୍ଭର ଆତ୍ମା ମନ ଦିଅ ନିତି, […]
ମନ ଅଜ୍ଞାନରେ, ଆଜି ପରାଣ ଭରେ mono ogyaanore mono poraano bhore
ମନ ଅଜ୍ଞାନରେ, ଆଜି ପରାଣ ଭରେ ଡାକ ହୃଦୟ ରଞ୍ଜନରେ । ଘୋଷା । ଶାନ୍ତି ନିକେତନ ଛାଡ଼ି କାହିଁ ଧାଉଁ ଶାନ୍ତି ଲୋଡ଼ି ? ସୁଖ ଶାନ୍ତି ଲେଶ ନାହିଁ ସାରା ସଂସାରେ । ୧ । ଯାକୁ ମଣୁ ସୁଖ ସାର ସେହି ସିନା ହାହାକାର ଜୀବନ ଯୌବନ ଧନ ସବୁ ଯିବରେ । ୨ । ଫେରନା ଫେରନା ଆଜି ଆସିଛୁ ଦୁଆରେ ଯଦି, ଶୂନ୍ୟ ହାତେ କେଣେ ଯାଉ ଶୂନ୍ୟ […]