Kampi uthe e dhara dhama

କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦= ସୃଷ୍ଟି କାଳାବଧି ଯାହାଙ୍କ ବିଷୟଧର୍ମ ଶାସ୍ତ୍ରେ ଥିଲା ଲିଖିତପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତକଲେ ତାହା ସଫଳିକୃତପିତାଙ୍କ ଆଦେଶମାନମାନିଲେ ଯୀଶୁ ରାଜନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦ ସରଗର ଦୂତ ହୋଇ ଉପସ୍ଥିତକହିଲେ ନ ହୁଅ ଭୟାର୍ତ୍ତଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତପାପ ତାପ […]

emiti pape budi thibu kete dino

ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଭଜିବୁ ଯୀଶୁ ନାମକେବେ କରିବୁ ତାଙ୍କ ଧ୍ୟାନଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦= ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳାଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳାବଦଳାଇ ଦେ ନିଜକୁ ଥାଉ ଥାଉ ବେଳାନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳାଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)କେବେ ସଜାଡିବୁ ମନକେବେ ହେବୁ […]

sano sano pilanku jishu-premo karanti

ସାନ ସାନ ପିଲାଙ୍କୁ   ଯୀଶୁ ପ୍ରେମ କରନ୍ତି; ଡାକି ନେଇ ତାହାଙ୍କୁ  ଆପେ କୋଳେ ଧରନ୍ତି  ଏବେ ମୋ ପାଇଁ     ପ୍ରେମ ଦେଖାଇ ମୋ ପାଶେ ଥାଇ    ସେ କୃପା କରନ୍ତି । । ୧ ।   ଯୀଶୁ ପାଶେ ଏଠାରେ           ଯେତେ ପିଲା ଯାଆନ୍ତି; ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ । ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ, ଆପଣାର ଦେହରେ ପାପ ଭାର ବହିଲେ । ୩ । […]

he pilagana karucha ki jishunku prema

ପ୍ରଶ୍ନ :      ହେ ପିଲାଗଣ ! କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା । ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ, ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।    ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ, ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ    । ୨ ।    ହଁ, ସେ ପିଲାମାନଙ୍କୁ ନରକୁ ତାରିବାକୁ, ନିଜ ଜୀବନ ଦେଲେ, […]

aso aso pila mane

ଆସ, ଆସ ପିଲାମାନେ ଗାଇବା ଆନନ୍ଦରେ; ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ ।    ସଦାବେଳେ ସମାନ ଥ ।ନ୍ତି ସେ ଦୟାବାନ । ଜୀବନର ଶେଷ ଯାଏ ଦେହ ପୁଣି ଆତ୍ମାରେ; ଆଶୀର୍ବାଦ ଯେତେ ଥାଏ ଦିଅନ୍ତି ବାହୁଲ୍ୟରେ । ୨ । ପାପୀମାନଙ୍କୁ ଅନାଇ ଦୟାପୂର୍ଣ୍ଣ ଚିତ୍ତରେ; ପାପଠାରୁ ମୁକୁଳାଇ ନେଲେ ମୁକ୍ତି ମାର୍ଗରେ । ୩ । ଯୀଶୁ ପାପ ଭାର ନେଲେ ଆପଣାର ଦେହରେ; ଏଣୁ […]

aso ananda hoi prabhu prasansa gai

ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୧ । ଜଗତ ସେ ଆଦ୍ୟରେ ପୂର୍ଣ୍ଣ କଲେ ଦୀପ୍ତିରେ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୨ ।    ସମସ୍ତଙ୍କୁ ପାଳନ କରନ୍ତି ଦିନୁ ଦିନ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୩ । ଅରଣ୍ୟେ ସେ ଆଶିଷ କଲେ ଯାକୁବ ବଂଶ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୪ […]

aso aso he sakala pila pili

ଆସ ଆସ ହେ ସକଳ ପିଲାପିଲି, ଆସ ଆସ ହୋଇ ଏକ ମେଳି । ଘୋଷା ।    ଡାକୁଛନ୍ତି ତ୍ରାତା ସ୍ନେହ କରି, ନ କରିବେ ତୁଚ୍ଛ ପିଲା ବୋଲି । ୧ ।    ତାଙ୍କ କୋଳେ ବସ ସ୍ଥାନ ମାଡ଼ି, ଦେବେ ସେହି ଆଶୀର୍ବାଦ ଢାଳି । ୨ ।    ଧ ।ର୍ମିକ ହୁଅ ହେ ତାଙ୍କ ପରି, ଛାଡ଼ ମିଥ୍ୟା ହିଂସା କ୍ରୋଧ କଳି । ୩ । ପିଲାକାଳୁ […]

kara pila pili dharma sadhana

କର ପିଲାପିଲି ଧର୍ମ ସାଧନ, ଏ ଶୁଭ ନବ ଯୌବନେ କର ପ୍ରଭୁ ଭଜନ । ଘୋଷା । କର ତୁମ୍ଭ ଯୁବାକାଳେ ସୃଷ୍ଟିକର୍ତ୍ତାଙ୍କୁ ମନରେ ନ ହୁଅ ବିସ୍ମରଣ ଦିନେ ହେବ କଲ୍ୟାଣ ଯାବଜ୍ଜୀବନ; ଯେଣେ ଗଲେ ତେଣେ ପଡ଼ୁଥିବ କୃପା-କିରଣ । ୧ । ଯୀଶୁ ତ୍ରାଣକର୍ତ୍ତା ପ୍ରତି ରଖ ପ୍ରେମ ଭକ୍ତି ନିତି ସମର୍ପି ଦେହ ପ୍ରାଣ ମତି  ସେ ସର୍ବୋତ୍ତମ ଶୁଭ୍ର ବସନ; ଦିଶେ କି ମନୋରଞ୍ଜନ କଲେ ତା ପରିଧାନ […]

aso pilamane sadhu kulare

ଆସ ପିଲାମାନେ     ସାଧୁ କୂଳରେ  ମିଳିବା ଏ ସ୍ଥାନେ     ସଣ୍ଡେସ୍କୁଲରେ ପ୍ରଭୁ ଏହିଠାରେ      ଦେଖା ଦିଅନ୍ତି, ଆମ୍ଭ ମାଗିବାରେ     ପାଶେ ନିଅନ୍ତି  । ୧ । ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା  ତ୍ରାଣଜ୍ଞାନ ପାଇ       ଗୀତ ଗାଇବା ।  ଆସ ପିଲାମାନେ     ଆଜ୍ଞା ହେବାରେ  ମିଳିବା ଏ ସ୍ଥାନେ     ସ୍କୁଲ- ସେବାରେ, ଯୀଶୁ ଏହିଠାରେ     ଆଶ୍ରା ଦିଅନ୍ତି, ତାଙ୍କୁ ମାନିବାରେ     କୋଳେ ନିଅନ୍ତି  । ୨ । ଆସ ପିଲାମାନେ     ଆଶ୍ରା ନେବାରେ ମିଶିବା ଏ ସ୍ଥାନେ     […]

aso sarbe biswajana toli jaya

ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ । ଆସି ଧରା ପାପମୟ            ତ୍ୟଜି ଗୌରବ ସ୍ୱର୍ଗୀୟ କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ । ସୁପଣ୍ଡିତ ତିନି ଜଣ   କରି ମାନ ବିସର୍ଜନ  ହୋଇଣ ନତ ଆନନ ପାଆନ୍ତି ଦରଶନ […]