mangala mangala dhari anande bhari

ମଙ୍ଗଳ ମଙ୍ଗଧାରୀ ଆନନ୍ଦେ ଭରି, ମୋ ଜୀବନ ତରୀ; (ଏବେ) ଭାସିଯାଉ ଅନନ୍ତ ସ୍ରୋତେ, ହେ ଭବକାଣ୍ଡାରୀ । ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି, କର ରିଷ୍ଟ ପାରି, ଆହେ ବିପଦହାରୀ । ୧ । ହେଲା ଲକ୍ଷ୍ୟଚ୍ୟୁତି    ଭଗନ ପ୍ରତୀତି, ପାଏନା ଶକତି ମୁହିଁ ମନ୍ଦମତି, ନିଅ ମୋର ତରୀ, ଆହେ ମଙ୍ଗଧାରୀ । ୨ । ଉତ୍ତାଳ ତରଙ୍ଗ        କରାଳର ବ୍ୟଙ୍ଗ ମୋହ ରସ […]

aso hai parisudha atma

ଆସ ହେ ପରିଶୁଦ୍ଧ ଆତ୍ମା ଅନ୍ତରେ ଜାଗୁ ତୁମ ଅଗ୍ନିଶିଖା, ମନରୁ ଜଡ଼ ବିଷାଦ ଅପସରି, ଚକ୍ଷୁ ମଳିନତା ନାଶ ତମୋହାରୀ । ଘୋଷା ।   ଦେଖାଅ ସରବ ପାତକୀ ନରେ   ତୁମ ପ୍ରେମ ଅତୁଳ ପାପ ହରେ, ପରବତ ପରି ପାପ ନିଏ ବୋହି ଈଶବକ୍ଷରୁ ଝରା ରକତେ ଧୋଇ   । ୧ ।   କ୍ଷମାର ବାଣୀ ଦିଅ ମୋକ୍ଷଦାତା ହୋଇ ପ୍ରସନ୍ନ ଆହେ ଶାନ୍ତିଦାତା, ନିରନ୍ତର ଆସୁ ଶକତି ତୁମରି    […]

chahan chahan bare ahe patoki nare

ଚାହଁ ଚାହଁ ବାରେ    ଆହେ ପାତକୀ ନରେ ତୁମରି ମୁକତି ପାଇଁ  ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, ଅଭିଶାପାନଳ ତୋର            ନିଅନ୍ତି ବକ୍ଷରେ । ୧ । ରକ୍ତିମ ଶୋଣିତ ସ୍ରୋତ          ବହିଯାଏ ଅବିରତ, ହସ୍ତପଦ କଣ୍ଟାବିଦ୍ଧ   ଭଗ୍ନ କଳେବରେ । ୨ । କଲେ ଦୁର୍ବୃତ୍ତ ଉପେକ୍ଷା           “ନିଜେ ନ କଲ ସୁରକ୍ଷା” ଆହା କଲେ ପାପୀ ରକ୍ଷା        କ୍ଷମା ନିୟତିରେ । ୩ । […]

ahe dukha hari diya anande bhari

ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି  ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ ।     ମୋର ହୃଦ ତୁମ ସିଂହାସନ, ତୁମେ ମୋର ଚିତ୍ତ ବିନୋଦନ, କରେ ନିତ୍ୟ ତୁମ ସ୍ତୁତିଗାନ, ଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ ।    ତ୍ରାଣନାଥ ତୁମେ ମୋ ଜୀବନ, କର ହୃଦ ପ୍ରେମ ନିକେତନ, ବାଧ୍ୟତା ହେଉ ମୋର ଭୂଷଣ, ଥାଏ ତୁମଠାରେ ନିରନ୍ତର । ୨ […]

bhanga hruda tucha kari na paranti

ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି (ତାଙ୍କ) ସିଂହାସନ ଯିବ ଟଳି  । ୦ ।   ଯଦି ଅନ୍ଧକାର ହୁଏ ଗାଢ଼ତର ପଥ ଯାଉ ତୁହି ଭୁଲି  ଆକୁଳ ଅନ୍ତରେ ଡାକଟାଏ ଦେଲେ ଦୁଇ ହାତେ ନେବେ ତୋଳି  । ୧ । ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ ଆସେ ଯେବେ ତୋର ତରୀ ଆକୁଳ ଅନ୍ତରେ ଡାକଟାଏ ଦେଲେ  ଢେଉ […]

tuma bakya ate pradipa mo khina

ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର ଚଲାପଥେ ସେ ଆଲୋକ ମୋ ସାରା ଜୀବନର । ୦ । କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର     । ୧ । ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ ହେଉ ସେ ମୋର ଆବର       । ୨ । ଚିରସ୍ଥାୟୀ ସେ ବିଧାନ, ନୋହିବ କେବେ […]

jhulila ma pain krusha re

ଝୁଲିଲ ମୋ ପାଇଁ କ୍ରୁଶରେ ଆହେ ମୋର ଯୀଶୁ ସୁନ୍ଦର ଝରିଗଲା ଝର ଝର କେତେ ତପତ ରୁଧିର   । ୦ । ରକତେ ରଞ୍ଜିତ ଶରୀର ଛୁଟେ ତହୁଁ ପ୍ରେମର ଧାର ମୋର ପାପ ଧୋଇବା ପାଇଁ     ବହିଥିଲା ସେ ଧାର ଧାର       । ୧ । ପ୍ରଭୁ ଯୀଶୁ କ୍ରୁଶ ବିନାରେ  ନୋହୁ ମୋର ଦର୍ପ କାହିଁରେ  ଯେତେ ପ୍ରିୟ ଅସାର ପେଡ଼ି ଥୁଏ ପଦେ ମୁଁ ବାର ବାର   । […]

biswa tapita porana tarane

ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ, ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ, ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ ।    ଉପହାରକର ପଣ୍ଡିତ ନିକର, ଶିଶୁ ଯୀଶୁ ପଦେ କରି ନମସ୍କାର, ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ ମୋକ୍ଷ କରତାକୁ ପାଇଲେଣି । ୨ ।  […]

ghena ghena aji moro ehi upasana he

(ସ୍ୱର : ଆସ ପ୍ରଭୋ ଆସ)  ଘେନ ଘେନ ଆଜି ମୋର ଏହି ଉପାସନା ହେ… ଟାକି ବସିଅଛି ନୀରସ ପରାଣେ ଦିଅ ପ୍ରେମ କଣା ହେ । ୦ ।    ସଜଳ ନୟନେ ସରଳ ପରାଣେ କରଇ ବନ୍ଦନା ହେ ଦରଶନ ଲାଗି ଦ୍ୱାରେ ଅଛି ଜଗି ପୁରାଅ କାମନା ହେ । ୧ ।    ଦେଖାଅ ବଦନ ଦୟାର ସଦନ ନାଶି ମୋ ବେଦନା ହେ ଦୋଷ କର କ୍ଷୟ  ଦୂର […]

prabhu mohincha hai premalape

( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ ) ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ । ୦ । ଯେବେ ନିଜ ଇଚ୍ଛା ବଶେ ଉଡ଼ି ବୁଲି ଚିନ୍ତାକାଶେ ଯାଏ ହୁଡ଼ି ପଥ ତୋଳି ଧର ନ ଠେଲି ସନ୍ତାପେ  । ୧ ।   ପୂର୍ଣ୍ଣ କରି ନିଜ ବାଞ୍ଛା ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା ତେଣେ ଥାଉ     କ୍ଷମ […]