aaha ki aanondo susomaachaaro mortyo pure helaa aaji prochaaro

ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର !

ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା ।

ଦାଉଦ ରାଜାର ନଗର ନିକଟ ଥିଲା କେତେକ ମେଣ୍ଢାଗୋଠ

ରଖୁଆଳଗଣ ପାଳି ପାଳି କରି ରାତ୍ରେ ଜଗିଥିଲେ ସ୍ୱପଲ । ୧ । 

 

ଈଶ୍ୱରଙ୍କ ଦୂତ ହେଲେ ଉପସ୍ଥିତ ସେମାନଙ୍କର ସନ୍ନିକଟ,

ଦେଖି ଐଶ୍ୱରିକ ତେଜ ଚତୁର୍ଦ୍ଦିଗେ ଭୟ କଲେ ଅତି ମନର । ୨ । 

 

କହଇ ସେ ଦୂତ ନ ହୁଅ ଭୟାର୍ତ୍ତ, ଆନନ୍ଦ କର ହେ ଅତ୍ୟନ୍ତ,

ଦେଖ ସ୍ୱର୍ଗପରୁଁ ଆମ୍ଭେ ଆଣିଅଛୁଁ ଆନନ୍ଦଦାୟକ ଖବର !! । ୩ । 

 

ଯେହେତୁ ଆଜି ଦାଉଦ ନଗରରେ ତୁମ୍ଭମାନଙ୍କର କାରଣ

କର ହେ ଦର୍ଶନ ହୋଇଅଛି ଜନ୍ମ ତ୍ରାଣକର୍ତ୍ତା ଖ୍ରୀଷ୍ଟ ପ୍ରଭୁର । ୪ ।

 

 ସେହି ବାଳକକୁ ବସ୍ତ୍ରରେ ଜଡ଼ିତ ହେବାର କରିବ ଦର୍ଶନ,

ଗୁହାଳ କୁଣ୍ଡରେ ଶୋଇଛନ୍ତି ଶିଶୁ, ଏହି ଚିହ୍ନ ହେବ ଅଟଳ। 

 

ସେକ୍ଷଣି ଦୂତ ସଙ୍ଗେ ସ୍ୱର୍ଗ ବାହିନୀ ଆସି ହୋଇଲେ ଉପସ୍ଥିତ,

ପିତା ଈଶ୍ୱରଙ୍କ ଧନ୍ୟବାଦ କରି କହିଲେ ବାକ୍ୟ ମନୋହର । ୬ । 

 

ସର୍ବ-ଉପରିସ୍ଥ ଈଶ୍ୱରଙ୍କ ପ୍ରତି ହେଉ ହେ ମହିମା ଗୌରବ,

ପୃଥିବୀରେ ଶାନ୍ତି, ମନୁଷ୍ୟମାନଙ୍କଠାରେ ଶୀଘ୍ର ହେଉ ମଙ୍ଗଳ । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *