aaso ke aaso dekhiba poraa go

ଆସ କେ ଆସ ଦେଖିବ ପରା ଗୋ,

ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ,

ନାରାୟଣ ନର ଦେହେ ଦିଶେ କି ତୋରା  । ଘୋଷା । 

 

ସୁଠାମ ସୁନ୍ଦର, ଜନ-ମନୋହର, ଅମର କୁମର,

ପାପୀ ତାପ ହର, ସୁର ପୁର ତେଜି, ନର ଦେହ ଭଜି,

ଜନମିଲେ ଆଜି ଯୀଶୁ ସନ୍ତାପହରା  । ୧ । 

 

ଗଲେଣି ପଣ୍ଡିତେ ଜଗତର ହିତେ,

ସୁରପତି ସୁତେ ପୂଜିବେ ଏକାନ୍ତେ,

ଗନ୍ଧରସ ଚାରୁ ସୁବର୍ଣ୍ଣ କୁନ୍ଦରୁ,

ଆଣିଛନ୍ତି ଗୁରୁପଦେ ଭେଟିବେ ପରା । ୨ । 

 

ସରଗ ବାହିନୀ ଘେନି ଶୁଭବାଣୀ

ଭବେ ଆସିଲେଣି, ଶୁଣରେ ସେ ଧ୍ୱନି,

ପାପ-ତମ ନାଶି ଶିଶୁ ଯୀଶୁ-ଶଶୀ

ପ୍ରାଣ-ନଭେ ହସି, ଉଦିଲେ ତମହରା’’ । ୩ ।

ଆମେ “ମେଷପାଳ ଗଲେଣି ଚଞ୍ଚଳ

ଚାଲ ଯିବା ଚାଲ ନେଇ ପ୍ରୀତି-ଫୁଲ,

ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ,

ପୂରାଇବା ସାଧ ଦେଖି ଦୁଃଖ ପାସୋରା । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *