bolo dhanyo bolo dhanyo

ବୋଲ ଧନ୍ୟ, ବୋଲ ଧନ୍ୟ ଯିହୋବାଙ୍କ ନାମ,

ସେ ମହତ୍ ନାମ, ବଞ୍ଚାଇଣ ଦେଖାଇଲେ ବରଷ ନୂତନ । ଘୋଷା ।

ଗତ ସନେ ବହୁଜନ  ପାପରେ ତେଜି ଜୀବନ

ନରକେ କଲେ ଗମନ,              ମୋ ପ୍ରତି କି ପ୍ରେମ ! । ୧ ।

ଅନେକେ ରୋଗ ଶୋକରେ     ଅନ୍ନ ବସ୍ତ୍ର ଅଭାବରେ

ପତିତ ନାନା କ୍ଳେଶରେ,            ମୁଁ ନୁହେଁ ତେସନ । ୨

ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,

ସେ ଦୟା ହେଜି ମନରେ        କର ଗୁଣ ଗାନ । ୩ ।

ମୋର ପାପ ଅନୁସାରେ         ପ୍ରତିଫଳ ସେ ନ ଦେଲେ,

ଦୟା କରି ରକ୍ଷା କଲେ,             ଧନ୍ୟ ତାଙ୍କ ପ୍ରେମ । ୪ ।

ଏହି ନୂତନ ବରଷେ  ଯେହ୍ନେ ନୂଆ ମନ ଆସେ,

ଧର୍ମରୂପ ଫଳ ପୁଷ୍ପେ ହୋଇ ଫଳବାନ । ୫ ।

ଅଫଳନ୍ତି ବୃକ୍ଷ ପରି   ମୁଁ ବୃଥା ସ୍ଥାନ ଆବୋରି,

ଛେଦନେ ନମ୍ରେ କହିଲେ,          ଥାଉ କିଛି ଦିନ । ୬ ।

ଆହେ ପ୍ରଭୁମୂଳ ଖୋଳି        ଖତ ଦିଅ ଯେହ୍ନେ ଫଳି,

ହୋଇ ଯୋଗ୍ୟ ତବ ପୁରୀ   ଶେଷେ ପାଇ ସ୍ଥାନ   । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “bolo dhanyo bolo dhanyo”