ତୁମ୍ଭେ ମୋର ଅନନ୍ତ ଜୀବନ, ମୋର ଶୁକ୍ଳ ପରିଧାନ । ଘୋଷା ।
ତୁମେ ଦୀନ-ଦୟାସିନ୍ଧୁ, ଉପକାରୀ ପ୍ରିୟ ବନ୍ଧୁ;
ପ୍ରେମେ ତୁମ୍ଭେ ମୋ ଲଗା ହୋଇଣ, କ୍ରୁଶେ ଦେଲ ନିଜ ପ୍ରାଣ । ୧ ।
ତୁମ୍ଭେ ମୋ ପରମ ଗୁରୁ, ମୋ ରକ୍ଷା ଆଶ୍ରୟ ମେରୁ;
ତୁମ୍ଭେ ପଥ ସତ୍ୟତା ଜୀବନ, ମହାମହିମ ରାଜନ । ୨ ।
ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନ, ଜଗଜ୍ୟୋତିଃ ଜ୍ଞାନାଞ୍ଜନ;
ତୁମ୍ଭ ବିନା ଅନ୍ଧ ମୋ ନୟନ, ବୃଥା ହେବ ଆତ୍ମା ପ୍ରାଣ । ୩ ।
ତୁମ୍ଭେ ସମସ୍ତରେ ସବୁ, ଇହ ପରେ ମୋର ବିଭୁ;
ହୁଅ ପ୍ରଭୁ ମୋଠାରେ ପ୍ରସନ୍ନ, ନେଲି ଶ୍ରୀପାଦେ ଶରଣ । ୪ ।