jishu prati kara drusti mono hruste

ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା । 

 

ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି ଯୀଶୁ ପୁନରାଗମନ;

ଦିଶୁ ସେ ଅଛନ୍ତି ସୁନ୍ଦର କେମନ୍ତି ଜଗତରେ ଥିବା ପ୍ରତି ହେ । ୧ । 

 

ଯେଉଁ ଯୀଶୁ ଥରେ ଗୋରୁ ଗୁହାଳରେ ଶୋଇଥିଲେ ହୋଇ ଜଡ଼ିତ ବସ୍ତ୍ରରେ 

ଏବେ ସେ କେମନ୍ତ ଗୌରବରେ ଅତି ମର୍ତ୍ତ୍ୟ ପୁରେ ଆସୁଛନ୍ତି ହେ । ୨ ।

ଜଗତ-ପ୍ରବାସ କାଳେ ଯାହାଙ୍କର ଥିଲେ ସଙ୍ଗରେ ଇତର ମତ୍ସ୍ୟଧାରୀ

ଅୟୁତ ଅୟୁତ ପରାକ୍ରାନ୍ତ ଦୂତ ଏବେ ତାଙ୍କୁ ଘେରିଛନ୍ତି ହେ । ୩ । 

 

ପନ୍ତିୟ ପିଲାତ ହୋଇ ଜ୍ଞାନ ହତ କରିଥିଲା ଯା’ଙ୍କୁ ଦଣ୍ଡ ଆଜ୍ଞା ବ୍ୟକ୍ତ,

ଛାମୁରେ ତାଙ୍କର ବିଚାର ନିମିତ୍ତ ଉଭା ସର୍ବଦେଶୀ ଜାତି ହେ । ୪ । 

 

ହୋଇ ଦୀନହୀନ ଦାସର ସମାନ ଭୋଗିଥିଲେ ଯେ ଅପମାନ ମରଣ,

ସର୍ବଦେଶୀଙ୍କର କର୍ମ-ପୁରସ୍କାର ହସ୍ତେ ସେ ଧରିଅଛନ୍ତି ହେ । ୫ ।

 

ଦେଖ ହେ ମନ, ସେ ତୋ ତ୍ରାଣରାଜନ ଦେବେ ଯେ ତୋତେ ଅନନ୍ତ ପରିତ୍ରାଣ 

କରି ନିତ୍ୟ ଧ୍ୟାନ ତାଙ୍କ ଆଗମନ ରଖ ତାଙ୍କ ପ୍ରତି ଭକ୍ତି ହେ । ୬ ।

Leave a comment

Your email address will not be published. Required fields are marked *